• ମହାବାତ୍ୟାକୁ ପୁରିଲା ୨୧ ବର୍ଷ
  • ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୩.୫୩ ପ୍ରତିଶତ ମତଦାନ
  • ବିଗତ ୨୪ ଘଣ୍ଚାରେ ୪୯୮୮୧ ଜଣ ନୂଆ ସଂକ୍ରମିତ ହୋଇଥିବା ସୂଚନା
  • IPL 2020: ଆଜି ଚେନ୍ନାଇ ଓ କୋଲକାତା ମୁହାଁମୁହିଁ
  • ଆସନ୍ତା ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ
  • କୋରୋନା କଟକଣା ମଧ୍ୟରେ ଖୋଲିବ ଶିମିଳିପାଳ
  • ବାଣ ଭିଡ଼ିବା ବେଳେ ବିସ୍ଫୋରଣ; ଜଣେ ମୃତ, ୨ ଗୁରୁତର
  • ବଡ଼ଗଡ଼ ଥାନା କେ.ଭୀମପୁର ଗାଁ ପାଖ ଜଙ୍ଗଲରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ
  • ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ୧୬୧୭ ଜଣ ସଂକ୍ରମିତ
  • ଆରୋଗ୍ୟ ସେତୁ ଆପକୁ ନେଇ ପ୍ରତିକ୍ରିୟା ରଖିଲେ ସରକାର

ପୁଣି ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଲେ ପାକିସ୍ତାନର ରେଳ ମନ୍ତ୍ରୀ, କହିଲେ- ମୁସଲମାନଙ୍କର ହେବନି କ୍ଷତି

ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ବିଶ୍ୱ ରାଜନୀତିର ସମୀକରଣ ବିଷୟରେ ରସିଦ୍ କହିଛନ୍ତି ଯେ ଆଜି ଚୀନ୍ ଆମେରିକା, ଅଷ୍ଟ୍ରେଲିଆ, କାନାଡା ଏବଂ ବ୍ରିଟେନ ବିରୁଦ୍ଧରେ ଛିଡା ହୋଇଛି ।

ପୁଣି ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଲେ ପାକିସ୍ତାନର ରେଳ ମନ୍ତ୍ରୀ, କହିଲେ- ମୁସଲମାନଙ୍କର ହେବନି କ୍ଷତି

ଇସଲାମାବାଦ: ପୁଣି ପରମାଣୁ ଆକ୍ରମଣର ଧମକ ଦେଲା ପାକିସ୍ତାନ(Pakistan) । ନିଜ ବୟାନ ଯୋଗୁଁ ସର୍ବଦା ଚର୍ଚ୍ଚା ରହି ଆସୁଥିବା ପାକିସ୍ତାନର ରେଳମନ୍ତ୍ରୀ(Pakistan Railway Minister) ଶେଖ ରସିଦ୍(Sheikh Rashid) ଭାରତ ବିରୋଧରେ ପରମାଣୁ ବୋମା(Nuclear Bomb) ବ୍ୟବହାର କରିବାକୁ ଧମକ ଦେଇଛନ୍ତି । ଭାରତ ସହ ତିକ୍ତତା ଉପରେ ରସିଦ ସିଧାସଳଖ ଦାବି କରିଛନ୍ତି ଯେ ପାକିସ୍ତାନ ନିଜର ଅସ୍ତ୍ର ପ୍ରସ୍ତୁତ କରି ରଖିଛି ଏବଂ ଯଦି ଭାରତ ଆକ୍ରମଣ କରେ ତେବେ ପାରମ୍ପାରିକ ଯୁଦ୍ଧ ହେବ ନାହିଁ, ସିଧା ପରମାଣୁ ପରମାଣୁ ଆକ୍ରମଣ ହେବ । ଯେଉଁଥିରେ ଆସାମ ଯାଏ ଟାର୍ଗେଟ କରାଯାଇପାରିବ । ଇମ୍ରାନ ଖାନ ସରକାର(Imran Khan Govt)ଙ୍କ ମନ୍ତ୍ରୀ କହିଛନ୍ତି ଯେ, ମୁସଲମାନଙ୍କ ଜୀବନ ରକ୍ଷା କରି ଆସାମ ପର୍ଯ୍ୟନ୍ତ ଟାର୍ଗେଟ କରିପାରିବ । ଏହା ପ୍ରଥମ ଥର ନୁହେଁ ଯେ ରସିଦ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଏପରି ବୟାନ ଦେଇସାରିଛନ୍ତି ।

ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ବିଶ୍ୱ ରାଜନୀତିର ସମୀକରଣ ବିଷୟରେ ରସିଦ୍ କହିଛନ୍ତି ଯେ ଆଜି ଚୀନ୍ ଆମେରିକା, ଅଷ୍ଟ୍ରେଲିଆ, କାନାଡା ଏବଂ ବ୍ରିଟେନ ବିରୁଦ୍ଧରେ ଛିଡା ହୋଇଛି । ଅନ୍ୟପକ୍ଷେ ନିଜର ନୂତନ ବନ୍ଧୁ ନେପାଳ, ଶ୍ରୀଲଙ୍କା, ଇରାନ ଏବଂ ଋଷ ସହିତ ଏକ ନୂତନ ବ୍ଲକ ଗଠନ କରୁଛି ।  ଏଭଳି ପରିସ୍ଥିତିରେ ପାକିସ୍ତାନ ଚୀନ୍ ସହିତ ଛିଡା ହେବା ଉଚିତ୍ ।

ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କ ସ୍ୱାର୍ଥରେ ମୋଦି ସରକାର ନେଲେ ୪ଟି ବଡ଼ ନିଷ୍ପତ୍ତି, ଜାଣି ନିଅନ୍ତୁ ନହେଲେ ଉଠାଇ ପାରିବେନି ଲାଭ

ଅଧିକ ପଢ଼ନ୍ତୁ:-ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !

ଆହୁରି ମଧ୍ୟ ରସିଦ କହିଛନ୍ତି ଯେ, ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ, ତେବେ ପାରମ୍ପରିକ ଯୁଦ୍ଧ ପାଇଁ କୌଣସି ସୁଯୋଗ ମିଳିବ ନାହିଁ । ଏହା ଏକ ରକ୍ତାକ୍ତ ଏବଂ ଅନ୍ତିମ ଯୁଦ୍ଧ ହେବ । ଆଉ ପରମାଣୁ ଯୁଦ୍ଧ ହେବ । ଆମର ଅସ୍ତ୍ର ଗଣନା, ଛୋଟ, ସିଦ୍ଧ ଏବଂ ଲକ୍ଷ୍ୟରେ ରହିଛି । ଆସାମ ପର୍ଯ୍ୟନ୍ତ ଟାର୍ଗେଟ୍ କରିପାରିବ । ପାକିସ୍ତାନ ପାଖରେ ପାରମ୍ପାରିକ ଯୁଦ୍ଧ ପାଇଁ ସମ୍ଭାବନା ବହୁତ କମ୍ ରହିଛି ।