Advertisement
Article Detail0/zeeodisha/odisha699972
Zee OdishaOdisha National-Internationalଇଂଲଣ୍ଡ ଗସ୍ତ ପୂର୍ବରୁ ପାକିସ୍ତାନ ଟିମକୁ ବଡ଼ ଝଟକା, ୩ ଖେଳାଳିଙ୍କୁ କୋରୋନା

ଇଂଲଣ୍ଡ ଗସ୍ତ ପୂର୍ବରୁ ପାକିସ୍ତାନ ଟିମକୁ ବଡ଼ ଝଟକା, ୩ ଖେଳାଳିଙ୍କୁ କୋରୋନା

ଇଂଲଣ୍ଡ ଗସ୍ତରେ ପାକିସ୍ତାନ ଦଳ ୩ ଟେଷ୍ଟ ଓ ୩ ଟି-20 ମ୍ୟାଚ୍ ଖେଳିବାକୁ ଖେଳିବ । ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହା ପୃଷ୍ଟି କରିଛି ।

ଇଂଲଣ୍ଡ ଗସ୍ତ ପୂର୍ବରୁ ପାକିସ୍ତାନ ଟିମକୁ ବଡ଼ ଝଟକା, ୩ ଖେଳାଳିଙ୍କୁ କୋରୋନା

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଦଳ ଜୁନ୍ ୨୮ରେ ଇଂଲଣ୍ଡ ଗସ୍ତକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ପାକିସ୍ତାନ ଦଳ ପାଇଁ ଏକ ଖରାପ ଖବର ଆସିଛି ।  ପାକିସ୍ତାନର ୩ ଖେଳାଳି କୋରୋନା ପଜିଟିଭ ବୋଲି ଜଣାପଡିଛି । ଏହି  ଖେଳାଳିଙ୍କ ମଧ୍ୟରେ ଶାଦାୱ ଖାନ, ହାରିସ ରଉଫ ଏବଂ ହାଇଦର ଅଲି ସାମିଲ ଅଛନ୍ତି । ଇଂଲଣ୍ଡ ଗସ୍ତ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ୨୯ ଖେଳାଳିଙ୍କୁ ଚୟନ କରିଛି । ଯେଉଁମାନେ ଇଂଲଣ୍ଡ ଯିବେ । ଇଂଲଣ୍ଡ ଯିବା ପୂର୍ବରୁ ପାକିସ୍ତାନ ପାଇଁ ଏହି ଖରାପ ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଗସ୍ତରେ ପାକିସ୍ତାନ ଦଳ ୩ ଟେଷ୍ଟ ଓ ୩ ଟି-20 ମ୍ୟାଚ୍ ଖେଳିବାକୁ ଖେଳିବ । ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହା ପୃଷ୍ଟି କରିଛି ।

ପାକିସ୍ତାନର କ୍ରୀଡ଼ା ଆଙ୍କର୍ ଜୈନାବ ଅବ୍ବାସ ମଧ୍ୟ ଟ୍ୱିଟ୍ କରି ଏହି ସୂଚନା ସେୟାର କରିଛନ୍ତି । ଉଲ୍ଲେଖନୀୟ କଥା ହେଉଛି ଯେ, କୋରୋନା ଭାଇରସର ବିପଦ ମଧ୍ୟରେ ପାକିସ୍ତାନ ଦଳ ଇଂଲଣ୍ଡ ଗସ୍ତରେ ଯାଇ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଏହି ସିରିଜକୁ ଅନୁମୋଦନ କରିଛନ୍ତି ।

ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଜୁଲାଇ ୩୦ରେ ଖେଳାଯିବ । ଶୋଏବ ମଲିକ ଓ ୱାକର ୟୁନିସ୍ ମଧ୍ୟ କରାଚିରେ କୋରୋନା ପରୀକ୍ଷା କରିଛନ୍ତି । ଏବଂ ଫଳାଫଳ ଜୁନ୍ ୨୩ରେ ଆସିବ ବୋଲି ଆଶା କରାଯାଉଛି ।

Add Zee News as a Preferred Source
About the Author