ପାକିସ୍ତାନୀ ସେନା ଗୁରୁବାର ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ସହ ଅନେକ ଅଗ୍ରଗାମୀ ଅଞ୍ଚଳରେ ଗୁଳି ଚଳାଇଥିଲା । ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିଲା ।
Trending Photos
)
ନୂଆଦିଲ୍ଲୀ: ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LOC) ଓ ଆନ୍ତର୍ଜାତୀୟ ସୀମାରେ ଥିବା ଭାରତୀୟ ପୋଷ୍ଟକୁ ଟାର୍ଗେଟ କରିବା ଏବଂ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ ପରି ପାକିସ୍ତାନର କାର୍ଯ୍ୟକୁ ଭାରତ ଦୃଢ଼ ଭାବେ ବିରୋଧ କରିଛି । ସୂତ୍ର ଏହି ସୂଚନା ଦେଇଛନ୍ତି । ଜଣେ ସୂତ୍ର ନାଁ ଗୋପନ ରଖିବା ସର୍ତ୍ତରେ କହିଛି ଯେ, ଚଳିତ ବର୍ଷ ଜୁନ୍ ସୁଦ୍ଧା ପାକିସ୍ତାନୀ ସୈନ୍ୟବାହିନୀ ଦ୍ୱାରା ୨,୪୩୨ରୁ ଅଧିକ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏଥିରେ ୧୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି । ଏହାସହ ୮୮ ଜଣ ଆହତ ହୋଇଛନ୍ତି । ଏହି ସୂତ୍ର କହିଛି ଯେ, ପାକିସ୍ତାନୀ ସେନା ଦ୍ୱାରା ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ହେଉଛି ୨୦୦୩ରେ ହୋଇଥିବା ପାରସ୍ପରିକ ବୁଝାମଣାର ସ୍ପଷ୍ଟ ଅଣଦେଖା କରାଯାଉଛି ।
ପାକିସ୍ତାନୀ ସେନା ଗୁରୁବାର ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ସହ ଅନେକ ଅଗ୍ରଗାମୀ ଅଞ୍ଚଳରେ ଗୁଳି ଚଳାଇଥିଲା । ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିଲା । ନ୍ୟୁଜ୍ ଏଜେନ୍ସି ANI ରିପୋର୍ଟ କରିଛି ଯେ, ଗୁରୁବାର କାଉଣ୍ଟର ଗୁଳିରେ ୨ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି ।