Messaging Appsରେ ଆତଙ୍କୀ ଷଡ଼ଯନ୍ତ୍ର, ତିଆରି କରିଛନ୍ତି ଏହି ୩ ଦେଶ
Advertisement

Messaging Appsରେ ଆତଙ୍କୀ ଷଡ଼ଯନ୍ତ୍ର, ତିଆରି କରିଛନ୍ତି ଏହି ୩ ଦେଶ

ଲକ୍ଷ ଲକ୍ଷ ଲୋକ WhatsApp ଛାଡି ଅନ୍ୟ Messaging App ମୁହାଁ ହୋଇଛନ୍ତି। ଏତିକି ବେଳେ ଭାରତୀୟ ଗୁଇନ୍ଦା ସଂସ୍ଥା ହାତରେ ଲାଗିଛି ଏକ ଚାଞ୍ଚଲ୍ୟକର ତଥ୍ୟ। ଆତଙ୍କବାଦୀ ସଙ୍ଗଠନ ଗୁଡିକ ଏବେ Facebook, WhatsApp ବଦଳରେ ଅନ୍ୟ ଆପ୍ ବ୍ୟବହାର କରୁଛନ୍ତି।

 

Messaging Appsରେ ଆତଙ୍କୀ ଷଡ଼ଯନ୍ତ୍ର, ତିଆରି କରିଛନ୍ତି ଏହି ୩ ଦେଶ

ନୂଆଦିଲ୍ଲୀ: WhatsAppର ଫ୍ରାଇଭେସି ଅପଡେଟକୁ ନେଇ ଏବେ ସମଗ୍ର ଦେଶ ଆନ୍ଦୋଳିତ ହୋଇ ଉଠିଛି। ୟୁଜର୍ସ ନିଜ ନିଜର ବ୍ୟକ୍ତିଗତ ସୁରକ୍ଷାକୁ ନେଇ କୋର୍ଟ ଯିବା ସହ କମ୍ପାନୀକୁ ନିନ୍ଦା କରିଛନ୍ତି। ଏପରି କି ଲକ୍ଷ ଲକ୍ଷ ଲୋକ WhatsApp ଛାଡି ଅନ୍ୟ Messaging App ମୁହାଁ ହୋଇଛନ୍ତି। ଏତିକି ବେଳେ ଭାରତୀୟ ଗୁଇନ୍ଦା ସଂସ୍ଥା ହାତରେ ଲାଗିଛି ଏକ ଚାଞ୍ଚଲ୍ୟକର ତଥ୍ୟ। ଆତଙ୍କବାଦୀ ସଙ୍ଗଠନ ଗୁଡିକ ଏବେ Facebook, WhatsApp ବଦଳରେ ଅନ୍ୟ ଆପ୍ ବ୍ୟବହାର କରୁଛନ୍ତି।

ଗୁଇନ୍ଦା ସଂସ୍ଥାର ରିପୋର୍ଟ ଅନୁସାରେ, Messaging Apps ଗୁଡିକରେ ପ୍ରାଇଭେସି ପଲିସି ଶକ୍ତ ହେବା ପରଠୁ ଆତଙ୍କବାଦୀ ସଙ୍ଗଠନ (Terror Group) ର ରଣନୀତି ପ୍ରସ୍ତୁତି ମାଧ୍ୟମରେ ପରିବର୍ତ୍ତନ ଆସିଛି। ଆତଙ୍କବାଦୀମାନେ ବିଶେଷ କରି ୩ଟି ମୋବାଇଲ ଆପ୍ ବ୍ୟବହାର କରୁଛନ୍ତି। ସେଗୁଡିକୁ ତୁର୍କୀ (Turkey), ଆମେରିକା (America) ଓ ୟୁରୋପ (Europe) ଡେଭଲୋପ୍ କରିଛନ୍ତି। ତୁର୍କୀର ଆପ୍ ସହଜ ଓ ସରଳ ହୋଇଥିବାରୁ ଆତଙ୍କୀମାନେ ଏବାକୁ ବହୁଳ ଭାବେ ବ୍ୟବହାର କରୁଛନ୍ତି। ତେବେ ସୁରକ୍ଷା ଦୃଷ୍ଟିରୁ ଏହି ଆପ୍ ଗୁଡ଼ିକର ନାମକୁ ପ୍ରକାଶ କରାଯାଇନାହିଁ।

Also Read: ସୀମାରେ ଚୀନ ସେନାର ଅନୁପ୍ରବେଶ ଉଦ୍ୟମ; ତୁରନ୍ତ ଘଉଡାଇ ଦେଲେ ଭାରତୀୟ ସୈନିକ

ତୁର୍କୀର ଡେଭେଲପ୍ ଆପ୍ କାଶ୍ମୀର ଘାଟି (Kashmir Valley) ରେ ବହୁତ ପ୍ରଭାବଶାଳୀ। Low Internet ବା 2G କନେକସନରେ ବି ତାହା କାର୍ଯ୍ୟକ୍ଷମ। ଏଗୁଡିକୁ ପାକିସ୍ତାନ (Pakistan) ରୁ ଅପରେଟ କରାଯାଉଛି। ୨୦୧୯ ଠାରୁ କାଶ୍ମୀର ଘାଟିରେ 4G Internet କନେକ୍ସନ ବନ୍ଦ ଥିବା ସତ୍ତ୍ୱେ ଆତଙ୍କୀ ସଙ୍ଗଠନମାନେ ତୁର୍କୀ ଆପ ଜରିଆରି ନିଜର ଗତିବିଧିକୁ ନିୟନ୍ତ୍ରଣ କରୁଛନ୍ତି। ଏହି ଆପ୍ ଚଳାଇବା ପାଇଁ ଫୋନ ନଂ କିମ୍ୱା E-mail Idର ଆବଶ୍ୟକତା ନାହିଁ। ଯଦ୍ୱାରା ସେମାନଙ୍କ ପରିଚୟ ଗୋପନ ରହୁଛି।

ଆତଙ୍କୀମାନେ ବ୍ୟବହାର କରୁଥିବା Messaging Appsରେ ଉଭୟ encryption ଓ decryption ସୁବିଧା ଉପଲବ୍ଧ। କାଶ୍ମୀର ଘାଟିରେ ଅନେକ ଏନକାଉଣ୍ଟର (Encounter) ରେ ବେଳେ ଆପର ପ୍ରମାଣ ଭାରତୀୟ ଯବାନ (Indian Army) ଙ୍କ ହାତରେ ଲାଗିଛି। ନିହତ ଆତଙ୍କୀଙ୍କ ଠାରୁ ମିଳିଥିବା ମୋବାଇଲରେ ଏହି ସନ୍ଧିଗ୍ଧ ଆପ୍ ଥିବା ଜଣାପଡିଥିଲା। ତେବେ ଘାଟିର ଯୁବଗୋଷ୍ଠୀ ବି ଏହି ଆପ୍ ବ୍ୟବହାର କରୁଥିବା NIA ସନ୍ଦେହ କରୁଛି।