• ମହାବାତ୍ୟାକୁ ପୁରିଲା ୨୧ ବର୍ଷ
  • ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୩.୫୩ ପ୍ରତିଶତ ମତଦାନ
  • ବିଗତ ୨୪ ଘଣ୍ଚାରେ ୪୯୮୮୧ ଜଣ ନୂଆ ସଂକ୍ରମିତ ହୋଇଥିବା ସୂଚନା
  • IPL 2020: ଆଜି ଚେନ୍ନାଇ ଓ କୋଲକାତା ମୁହାଁମୁହିଁ
  • ଆସନ୍ତା ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ
  • କୋରୋନା କଟକଣା ମଧ୍ୟରେ ଖୋଲିବ ଶିମିଳିପାଳ
  • ବାଣ ଭିଡ଼ିବା ବେଳେ ବିସ୍ଫୋରଣ; ଜଣେ ମୃତ, ୨ ଗୁରୁତର
  • ବଡ଼ଗଡ଼ ଥାନା କେ.ଭୀମପୁର ଗାଁ ପାଖ ଜଙ୍ଗଲରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ
  • ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ୧୬୧୭ ଜଣ ସଂକ୍ରମିତ
  • ଆରୋଗ୍ୟ ସେତୁ ଆପକୁ ନେଇ ପ୍ରତିକ୍ରିୟା ରଖିଲେ ସରକାର

ସଂସଦରେ ଉଠିଲା ପାଲଘର ମବ୍ ଲିଚିଂ ମାମଲା, ସିବିଆଇ ତଦନ୍ତ ଦାବିକଲେ ସାଂସଦ ପ୍ରଜ୍ଞା ଠାକୁର

ପାଲଘରରେ ସାଧୁଙ୍କୁ ହତ୍ୟା କରିବାର ପ୍ରାୟ ୧୬୦ ଦିନ ପରେ ମଧ୍ୟ ନ୍ୟାୟ ଅସମ୍ପୂର୍ଣ୍ଣ ରହିଛି । 

ସଂସଦରେ ଉଠିଲା ପାଲଘର ମବ୍ ଲିଚିଂ ମାମଲା, ସିବିଆଇ ତଦନ୍ତ ଦାବିକଲେ ସାଂସଦ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପାଲଘର ମବ୍ ଲିଚିଂ (Palghar Mob Lynching) ମାମଲାରେ ପ୍ରାଣ ହରାଇଥିବା ସାଧୁଙ୍କୁ ନ୍ୟାୟ ଦେବା ଲାଗି ସଂସଦରେ ଉଠିଛି ଦାବି । ଏ ଘଟଣାର ସବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ବିଜେପିର ଫାୟାରବ୍ରାଣ୍ଡ (BJP Fire Brand Leader) ତଥା ଭୋପାଳ ଲୋକସଭା (Bhopal Lok Sabha) ସାଂସଦ ପ୍ରଜ୍ଞା ଠାକୁର (MP Pragya Thakur)। ଲୋକସଭାର ଶୂନ୍ୟକାଳରେ (Lok Sabha Zero Hour) ଏ ପ୍ରସଙ୍ଗ ଉଠାଇଛନ୍ତି ସେ ।  

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଭୋପାଳ ସାଂସଦ କହିଛନ୍ତି ପାଲଘର ଭିଡ ହତ୍ୟା (Palghar Mob Lynching) ମାମଲାର ଯାଞ୍ଚ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ-ସିବିଆଇ (Central Bureau of Investigation-CBI) ଅଥବା ଜାତୀୟ ତଦନ୍ତକାରୀ ସଂସ୍ଥା ତଦନ୍ତକାରୀ ସଂସ୍ଥା-ଏନଆଇଏ (NIA-National Investigation Agency) ଭଳି କେନ୍ଦ୍ରୀୟ ସଂସ୍ଥାକୁ ଦେବା ଲାଗି ଦାବି କରିଛନ୍ତି । ଯେଉଁମାନେ ସାଧୁଙ୍କୁ ହତ୍ୟା କରିବାର ଜଘନ୍ୟ ଅପରାଧ କରଛନ୍ତି ସେମାନଙ୍କୁ ଆଇନ ଦଣ୍ଡ ଦେବ, ହେଲେ ଯେଉଁମାନେ ଅଭିଯୁକ୍ତଙ୍କୁ ରକ୍ଷା କରୁଛନ୍ତି ସେମାନଙ୍କୁ ଭଗବାନ କ୍ଷମା କରିବେ ନାହିଁ ।

ପାଲଘରରେ ସାଧୁଙ୍କୁ ହତ୍ୟା କରିବାର ପ୍ରାୟ ୧୬୦ ଦିନ ପରେ ମଧ୍ୟ ନ୍ୟାୟ ଅସମ୍ପୂର୍ଣ୍ଣ ରହିଛି । ଏ ମାମଲାରେ ମହାରାଷ୍ଟ୍ର ସରକାର (Maharastra Govt) ସିବିଆଇ ତଦନ୍ତକୁ ସ୍ଥଗିତ ରଖିଛନ୍ତି । ବର୍ତ୍ତମାନ ଲୋକସଭାରେ ସାଧୁଙ୍କୁ ହତ୍ୟା ମାମଲାର ପ୍ରତିଧ୍ୱନୀ ମଧ୍ୟ ଶୁଣିବାକୁ ମିଳିଲାଣି । ମହାରାଷ୍ଟ୍ର ପୋଲିସ (Maharastra Police) ଏହି ମାମଲାର ସିବିଆଇ ତଦନ୍ତର ଦାବିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଆବେଦନପତ୍ର ଦାଖଲ କରିଛି ।