ବିହାରୀଙ୍କୁ ପପୁଙ୍କ ନିବେଦନ; 'ଲାଲୁ-ନୀତିଶଙ୍କୁ ଦେଲ ୩୦ ବର୍ଷ, ଆମକୁ ଦିଅ ୩ ବର୍ଷ'
Advertisement

ବିହାରୀଙ୍କୁ ପପୁଙ୍କ ନିବେଦନ; 'ଲାଲୁ-ନୀତିଶଙ୍କୁ ଦେଲ ୩୦ ବର୍ଷ, ଆମକୁ ଦିଅ ୩ ବର୍ଷ'

ପ୍ରଚାର କରିବା ବେଳେ ଶୁକ୍ରବାର ସେ କହିଛନ୍ତି ଯଦି ପିଡିଏ କ୍ଷମତାକୁ ଆସେ ତାହେଲେ ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରାୟ ୪୦ ଲକ୍ଷ ନୂତନ ଚାକିରି ଯୋଗାଇଦେବାକୁ ଆମେ ପ୍ରତିଶ୍ରୁତିବଦ୍ଧ। 

ବିହାରୀଙ୍କୁ ପପୁଙ୍କ ନିବେଦନ; 'ଲାଲୁ-ନୀତିଶଙ୍କୁ ଦେଲ ୩୦ ବର୍ଷ, ଆମକୁ ଦିଅ ୩ ବର୍ଷ'

ପାଟନା: ଚଳିତ ବିହାର ବିଧାନସଭା ନିର୍ବାଚନ (Bihar Assembly Poll 2020) ଲାଗି ଏବେ ସବୁ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି। ଏହି କ୍ରମରେ ପ୍ରଗତିଶୀଳ ଡେମୋକ୍ରାଟିକ୍ ଆଲାଇନ୍ସ-ପିଡିଏ (PDA-Progressive Democratic Alliance) ସଂଯୋଜକ ତଥା ଜନ ଅଧିକାର ପାର୍ଟି-ଜାପ (JAP-Jan Adhikar Party) ଅଧ୍ୟକ୍ଷ ପପୁ ଯାଦବ (Pappu Yadav)  ମେଣ୍ଟ ଲାଗି ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। 

ପ୍ରଚାର କରିବା ବେଳେ ଶୁକ୍ରବାର ସେ କହିଛନ୍ତି ଯଦି ପିଡିଏ କ୍ଷମତାକୁ ଆସେ ତାହେଲେ ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରାୟ ୪୦ ଲକ୍ଷ ନୂତନ ଚାକିରି ଯୋଗାଇଦେବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଏହା ସହିତ ସେ କହିଛନ୍ତି ରାଜ୍ୟରେ ଚାଷୀଙ୍କ ଅବସ୍ଥା ଖରାପ। ଶିକ୍ଷା ଏବଂ ରୋଜଗାର ଲାଗି ଯୁବକ ଓ ଶ୍ରମିକ ଉଭୟେ ରାଜ୍ୟ ଛାଡି ବାହରକୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି। 

ବିହାର ଜମୁଇ (Jamui), ନବାଦା (Nawada), ଔରଙ୍ଗାବାଦ (Aurangabad) ଠାରେ ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋଧିତ କରି ଜାପ ଅଧ୍ୟକ୍ଷ କହିଛନ୍ତି, " ଆପଣ ଲାଲୁ-ନୀତୀଶଙ୍କୁ ୩୦ ବର୍ଷ ସମୟ ଦେଇଛନ୍ତି, ପପୁକୁ ୩ ବର୍ଷ ଦିଅନ୍ତୁ। ଯଦି ଏହି ଆମେ ଆମର ନିର୍ବାଚୀନୀ ଇସ୍ତାହାରରେ କରାଯାଇଥିବା ଘୋଷଣା ଅନୁଯାୟୀ କାର୍ଯ୍ୟ କରା ନଯାଏ, ତାହେଲେ ମୁଁ ରାଜନୀତିରୁ ଅବସର ନେବି। "  

ଏହା ସହିତ ଜାପ ମୁଖିଆ କହିଛନ୍ତି, " ମୋର ଲଢେଇ ହେଉଛି  ଭୟ ଏବଂ ଅଭାବରୁ ବାହାରିବା। ମୁଁ କ୍ଷମତାର ସ୍ୱାଦ ଚାଖିବା ଆସିନାହିଁ। ନାୱାଦାର ୱାର୍ସଲିଗଞ୍ଜ ବିଧାନସଭାରେ ପିଡିଏ ପ୍ରାର୍ଥୀଙ୍କ ଲାଗି ନିର୍ବାଚନ ପ୍ରଚାର କରିବାକୁ ଆସି ସେ କହିଛନ୍ତି କ୍ଷମତାକୁ ଆସିବାର ୨ବର୍ଷ ମଧ୍ୟରେ ୩୦ ହଜାର ଗ୍ରାଜୁଏଟଙ୍କୁ ଚାକିରି ଦେବେ। କୌଣସି ଲୋକଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯିବା ନାହିଁ, ସମସ୍ତଙ୍କୁ ନିୟମିତ ନିଯୁକ୍ତି ଦିଆଯିବ। " 

ଦୁର୍ନୀତି ଏବଂ ମହିଳାଙ୍କ ସୁରକ୍ଷା ବାବଦରେ ପ୍ରତିକ୍ରିୟା ରଖି ଜାପ ଅଧ୍ୟକ୍ଷ କହିଛନ୍ତି, 'ଆମେ ସିସିଟିଭି କ୍ୟାମେରା ଲଗାଇବୁ। ଯାହାଦ୍ୱାରା ଦୁର୍ନୀତିଗ୍ରସ୍ତ ଅଧିକାରୀ ସରକାରୀ କାର୍ଯ୍ୟାଳୟରେ ଧରାପଡିବେ। ଶାସକ ତଥା ବିରୋଧି ଦଳର ନେତାଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଆମ ଦଳ ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିରେ ଲୋକଙ୍କ ନିକଟରେ ସାହାଯ୍ୟ ପହଞ୍ଚାଇଥିଲା। ଆଜି ସମସ୍ତ ଦଳର ନେତାମାନେ ହେଲିକପ୍ଟର ଯୋଗେ ଭୋଟ୍ ମାଗିବା ପାଇଁ ବୁଲୁଛନ୍ତି, ହେଲେ ସେମାନେ ଏହାର ଜବାବ ଦରକାର ଯେ ଯେତେବେଳେ ଜନସାଧାରଣଙ୍କ ପାଖରେ ଖାଇବାକୁ ନଥିଲା ସେମାନେ କେଉଁଠି ଥିଲେ?