• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ଦେଶ ସହ ଗଦ୍ଦାରୀ; ମାତ୍ର ଏତିକି ଟଙ୍କା ପାଇଁ ISIକୁ ଗୁଇନ୍ଦା ସୂଚନା ଦେଉଥିଲେ ସେନାଧିକାରୀ

ସେନାର ଜାସୁସି କରିବା ପାଇଁ ISI ପ୍ରତିମାସରେ ପାରଜଜିତକୁ ୫୦ ହଜାର ଟଙ୍କା ପଠାଉଥିଲା। ISI ଲକଡାଉନରେ ମଧ୍ୟ ପାରମଜିତଙ୍କୁ ୨୦ ହଜାର ଟଙ୍କା ପଠାଇଥିଲା। ଏହା ବ୍ୟତୀତ ଗୋଟିଏ ସେଟ୍ ଗୁଇନ୍ଦା ସୂଚନା (classified documents) ପାଇଁ ୪ରୁ ୫ ହଜାର ମିଳୁଥିଲା।

ଦେଶ ସହ ଗଦ୍ଦାରୀ; ମାତ୍ର ଏତିକି ଟଙ୍କା ପାଇଁ ISIକୁ ଗୁଇନ୍ଦା ସୂଚନା ଦେଉଥିଲେ ସେନାଧିକାରୀ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ପାକିସ୍ତାନର ଏଜେନ୍ସି ISI ଗୁପ୍ତଚରଙ୍କୁ ଜେରା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ପଚରାଉଚରା ବେଳେ ସେ ପ୍ରକାଶ କରିଛନ୍ତି ଯେ ଗିରଫ ସେନା ନାୟକ ପରମଜିତ ୨୦୧୮ ମସିହାରୁ ହବିବୁର ରେହମାନଙ୍କ ମାଧ୍ୟମରେ ISI ପାଇଁ କାର୍ଯ୍ୟ କରୁଥିଲେ।

ସେନାର ଜାସୁସି କରିବା ପାଇଁ ISI ପ୍ରତିମାସରେ ପାରଜଜିତକୁ ୫୦ ହଜାର ଟଙ୍କା ପଠାଉଥିଲା। ISI ଲକଡାଉନରେ ମଧ୍ୟ ପାରମଜିତଙ୍କୁ ୨୦ ହଜାର ଟଙ୍କା ପଠାଇଥିଲା। ଏହା ବ୍ୟତୀତ ଗୋଟିଏ ସେଟ୍ ଗୁଇନ୍ଦା ସୂଚନା (classified documents) ପାଇଁ ୪ରୁ ୫ ହଜାର ମିଳୁଥିଲା। ଏହି ସମସ୍ତ ଟଙ୍କା ପ୍ରତି ମାସରେ ପରମଜିତଙ୍କ ଭଉଣୀର ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା। ପରମଜିତଙ୍କୁ କ୍ରାଇମ୍ ବ୍ରାଞ୍ଚ ୯ ଦିନିଆ ରିମାଣ୍ଡରେ ଆଣିଛି। ପଚରାଉଚରା ସମୟରେ ଆବଶ୍ୟକ ହେଲେ କ୍ରାଇମ ବ୍ରାଞ୍ଚ ହବିବୁର ରହମାନ ଏବଂ ପରମଜିତଙ୍କୁ ପୋଖରାନ ଏବଂ ଆଗ୍ରାକୁ ନେଇଯିବ।

Also Read: କୋରୋନା ତୃତୀୟ ଲହର; ଆସନ୍ତା ୧୦୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ପଚରାଉଚରା ବେଳେ ପରମଜିତ (Paramjeet Kaur) କହିଛନ୍ତି ଯେ, ସେ ୬ଟି ମୋବାଇଲ ବ୍ୟବହାର କରୁଥିଲେ। ଏହି ମୋବାଇଲ୍ ଫୋନ୍ ପାକିସ୍ତାନୀ ISI ଦ୍ୱାରା ପଠାଯାଇଥିବା ଟଙ୍କାରେ କିଣାଯାଇଥିଲା। ପରମଜିତ ଏବଂ ହବିବୁର ରହମାନଙ୍କୁ ମିଲିଟାରୀ ଇଣ୍ଟେଲିଜେନ୍ସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଦ୍ୱାରା ଅନେକ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ହବିବୁର ରହମାନଙ୍କୁ ନିକଟରେ ପୋଖରାନରେ ସେନାକୁ ମାଂସ ଯୋଗାଇବା ପାଇଁ ଟେଣ୍ଡର ମିଳିଥିଲା। ଏହା ପୂର୍ବରୁ ସେ ସେନାକୁ ପନିପରିବା ଯୋଗାଉଥିଲେ। 

ବର୍ତ୍ତମାନ ଅନୁସନ୍ଧାନକାରୀ ସଂସ୍ଥା ମଧ୍ୟ ଜାଣିବାକୁ ପଡିବ ଯେ ହବିବ କାହା ସହ ଯୋଗାଯୋଗରେ ଥିଲେ। ବିଶ୍ୱାସ କରାଯାଏ ଯେ, ହବିବୁର ରହମାନ ସେନା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ISIକୁ ଦେବାକୁ ଚେଷ୍ଟା କରୁଥିଲେ। ହବିବୁର ରହମାନଙ୍କ ଗିରଫ ଦ୍ୱାରା ଏକ ବଡ଼ ଗୁପ୍ତଚର ନେଟୱାର୍କର ପର୍ଦ୍ଦାଫାସ ହୋଇଛି।