ଲକଡାଉନରେ Parle-G ବିସ୍କୁଟର ଗ୍ରାହକଙ୍କ ସଂଖ୍ୟା ବଢିଛି । ଅନେକ ଏହାକୁ ଆଗାମୀ ଦିନ ପାଇଁ ଷ୍ଟକ ରଖିବା ଆରମ୍ଭ କରିଦେଇଛନ୍ତି । ପ୍ରାୟ ପ୍ରତ୍ୟେକ ଲୋକ ଏହି ବିସ୍କୁଟକୁ ପସନ୍ଦ କରିଥିବା ବେଳେ, ପ୍ରବାସୀ ଶ୍ରମିକଙ୍କ ଅତି ପ୍ରିୟ ପାଲଟିଛି Parle-G ବିସ୍କୁଟ ।
Trending Photos
)
ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ମହାମାରୀ ସମୟରେ ଅନେକ କଂପାନୀଙ୍କୁ ସହିବାକୁ ପଡ଼ିଛି କ୍ଷତି । କାରଣ କଞ୍ଚାମାଲର ଅଭାବ, କାରିଗର ଓ ଉତ୍ପାଦନ ପର୍ଯ୍ୟାପ୍ତ ନାହିଁ । କିନ୍ତୁ Parle-G ବିସ୍କୁଟକୁ ମିଳିଛି ଅନେକ ଲାଭ । LOCKDOWNରେ ଏହି ବିସ୍କୁଟକୁ ଲୋକ ଅଧିକ କିଣିଛନ୍ତି । କଂପାନୀ କହିଛି ଗତ ୮୨ ବର୍ଷର ରେକର୍ଡ଼ ଭାଂଗିଛି Parle-G । ଦାମ୍ ମଧ୍ୟ ଖୁବ୍ କମ୍ । ସମସ୍ତଙ୍କୁ ସୁହାଇଲା ଭଳି । ୫ ଟଙ୍କାରେ ବିକ୍ରି ହେଉଥିବା ଏହି ବିସ୍କୁଟକୁ ଶହ ଶହ ପ୍ରବାସୀ ଶ୍ରମିକ କିଣିଛନ୍ତି । ପାଦରେ ଚାଲି ଚାଲି ରାସ୍ତା ଅତିକ୍ରମ କରୁଥିବା ବେଳେ ଅଧିକାଂଶଙ୍କ ହାତରେ ଦେଖିବାକୁ ମିଳିଛି Parle-G । ଲକ୍ ଡାଉନରେ ଅନେକ ବଦାନ୍ୟ ବ୍ୟକ୍ତି ଖାଦ୍ୟ ସାମଗ୍ରୀ ବାଣ୍ଟୁଥିବା ବେଳେ, ପ୍ୟାକେଟରେ ଦେଖିବାକୁ ମିଳିଥିଲା ।
୮୨ ବର୍ଷର ରେକର୍ଡ଼ ଭାଂଗିଲା Parle-G: ୧୯୩୮ ମସିହାରୁ Parle-G ବିସ୍କୁଟ ଲୋକଙ୍କ ମଧ୍ୟରେ ଏକ ଭଲ ବ୍ରାଣ୍ଡ ଭାବେ ରହି ଆସିଛି । ଲକଡାଉନ ମଧ୍ୟରେ ସବୁଠୁ ଅଧିକ ବିକ୍ରି ହୋଇଥିବା ବିସ୍କୁଟ ଭିତରେ Parle-G ଟପରେ ରହିଛି । କେତେ ବିସ୍କୁଟ ସେଲ ହୋଇଛି ତାହା କଂପାନୀ ପକ୍ଷରୁ ସ୍ପଷ୍ଟ ହୋଇନାହିଁ । ଲକ ଡ଼ାଉନରେ ଅପ୍ରେଲ ଓ ମେ’ ମାସ ସବୁଠାରୁ ଲକି(LUCKY) ମାସ ରହିଛି ବୋଲି କଂପାନୀର ସେଲ୍ସ ଡିପାର୍ଟମେଣ୍ଟ କହିଛି ।
୮୦ରୁ ୯୦ ପ୍ରତିଶତ କଂପାନୀ ଭାଗିଦାରୀ: Parle କଂପାନୀ ପକ୍ଷରୁ କୁହାଯାଇଛି ଯେ, ମାର୍କେଟ ସେୟାର ୫ ପ୍ରତିଶତ ବଢିଛି । ୮୦-୯୦ ପ୍ରତିଶତ ଗ୍ରୋଥ୍ Parle-Gର ସେଲ୍ ହୋଇଛି ।
କମ୍ପାନୀକୁ ମିଳିଛି ଫାଇଦା: କିଛି ଅର୍ଗାନାଇଜଡ ବିସ୍କୁଟ ନିର୍ମାତା ସଂସ୍ଥା Parle-G ଭଳି କଂପାନୀ ଲକ ଡାଉନରେ ସ୍ବତନ୍ତ୍ର ଷ୍ଟ୍ରାଟେର୍ଜି ତିଆରି କରିଥିଲେ । ଏଭଳି ଘଡ଼ିସନ୍ଧି ମୂହୂର୍ତ୍ତରେ କର୍ମଚାରୀଙ୍କ ଯିବା ଆସିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଫ୍ୟାକ୍ଟ୍ରି ଆରମ୍ଭ ହେବା ମାତ୍ରେ ଉତ୍ପାଦନ ବଢାଇବା ଉପରେ ଗୁରୁତ୍ବ ଦିଆଯାଇଥିଲା ।
ବ୍ରିଟାନିଆ ବିସ୍କୁଟ କ୍ରେଜ୍: କେବଳ Parle-G ନୁହେଁ, ବିଗତ ୩ ମାସ ମଧ୍ୟରେ ଅନ୍ୟ କଂପାନୀ ମାନଙ୍କ ବିସ୍କୁଟ ମଧ୍ୟ ବିପୁଳ ମାତ୍ରାରେ ବିକ୍ରି ହୋଇଛି । ବ୍ରିଟାନିଆର ଗୁଡ଼୍ ଡେ, ଟାଇଗର, ମିଲ୍କ Bikis, BourBon ଓ ମେରୀ ବିସ୍କୁଟ ବ୍ୟତୀତ Parle କ୍ରେକଜେକ, ମୋନାକୋ, ହାଇଟ ଆଣ୍ଡ ସିକ ଭଳି ବିସ୍କୁଟ ଖୁବ୍ ବିକ୍କି ହୋଇଛି ।