ସଂସଦ ଭବନ ଆକ୍ରମଣ ଘଟଣାକୁ ପୁରିଲା ୧୯ ବର୍ଷ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ
Advertisement

ସଂସଦ ଭବନ ଆକ୍ରମଣ ଘଟଣାକୁ ପୁରିଲା ୧୯ ବର୍ଷ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

୨୦୦୧ ପାର୍ଲିଆ ମେଣ୍ଟ ଆକ୍ରମଣ ଘଟଣାକୁ ଆଜି ୧୯ ବର୍ଷ ପୁରିଛି।  

ସଂସଦ ଭବନ ଆକ୍ରମଣ ଘଟଣାକୁ ପୁରିଲା ୧୯ ବର୍ଷ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଡିସେମ୍ବର ୧୩ ତାରିଖ ୨୦୦୧ ଭାରତୀୟ ଗଣତନ୍ତ୍ର ଲାଗି ଏକ କଳାଦିନ। ଏହି ଦିନ ସଂସଦ ଭବନ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ (Parliament Attack 2001)। ଏହାର ଷଡଯନ୍ତ୍ର ରଚିଥିଲେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଜୈଶ ଇ ମହମ୍ମଦ (Jaish-e-Mohammed)। ଏହି ଆକ୍ରମଣକୁ ଆଜି ୧୯ ବର୍ଷ ପୁରୁଛି। 

ଏଥିରେ ପ୍ରାଣ ହରାଇଥିବା ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି (PM Modi), କେନ୍ଦ୍ର ଗୃହ ମନ୍ତ୍ରୀ (Union Home Minister) ଅମିତ ଶାହ (Amit Shah), ଲୋକସଭା ବାଚସ୍ପତି (Lok Sabha Speaker) ଓମ ବିର୍ଲା (Om Birla)। ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, "ଆମେ ଏପରି ଭୀରୁତାପୂର୍ଣ୍ଣ ଆକ୍ରମଣକୁ ଭୁଲି ପାରିବୁ ନାହିଁ। ସଂସଦକୁ ସୁରକ୍ଷା ଦେବାକୁ ଯାଇ  ଆମେ ପ୍ରାଣ ହରାଇଥିବା ସେହି ବୀର ଯବାନଙ୍କ ବଳିଦାନକୁ ମନେ ପକାଉଛୁ। "     

  

ସେହିପରି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ କରି କହିଛନ୍ତି, "୨୦୦୧ ବର୍ଷରେ ଗଣତନ୍ତ୍ରର ମନ୍ଦିର ସଂସଦ ଭବନ ଉପରେ ଆକ୍ରମଣ କରିଥିବା ଶତ୍ରୁଙ୍କୁ ଜବାବ ଦେବାକୁ ଯାଇ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିବା ଭାରତର ସେହି ବୀରପୁତ୍ରଙ୍କୁ ମୁଁ ପ୍ରଣାମ କରୁଛି। ସେମାନଙ୍କ ବଳିଦାନ ପାଇଁ ଦେଶ ସବୁଦିନ ଋଣୀ ରହିବ।"

Also Read: ନୂଆ ସଂସଦ ଭବନକୁ ନେଇ ଆରମ୍ଭ ହେଲା ରାଜନୀତି, ବିଜେପିକୁ ଘେରିଲା କଂଗ୍ରେସ 

ଅନ୍ୟପଟେ ଲୋକସଭା ବାଚସ୍ପତି ଟ୍ୱିଟ କରି ସଂସଦ ଭବନରେ ହୋଇଥିବା ଆକ୍ରମଣର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏନେଇ ସେ କହିଛନ୍ତି ୨୦୦୧ ଆଜିର ଦିନରେ ସଂସଦକୁ ସୁରକ୍ଷା ଦେବାବେଳେ ସର୍ବୋଚ୍ଚ ବଳିଦାନ ଦେଇଥିବା ପୋଲିସ୍ ଏବଂ ସଂସଦର କର୍ମଚାରୀଙ୍କ ବିନମ୍ର ଶ୍ରଦ୍ଧାଞ୍ଜଳି। ଆତଙ୍କବାଦ ବିରୋଧରେ ଲଢିବା ପାଇଁ ଆପଣଙ୍କ ବିଶ୍ୱସ୍ତତା, ବୀରତ୍ୱ  ଆମର ସଂକଳ୍ପକୁ ଆହୁରି ଦୃଢୀଭୂତ କରିବାକୁ ଆମକୁ ପ୍ରେରଣା ଯୋଗାଇବ।

Also Read: ଆସନ୍ତା ସପ୍ତାହରେ ନୂଆ ସଂସଦ ଭବନର ଭୂମି ପୂଜନ, ଜାଣନ୍ତୁ କୋଠାର ବିଶେଷତ୍ୱ

ପାକିସ୍ତାନ ସମର୍ଥିତ ଆତଙ୍କୀ ସଙ୍ଗଠନ ଜୈଶ ଇ ମହମ୍ମଦ ଗୋଷ୍ଠୀର ୫ ଆତଙ୍କବାଦୀ ୨୦୦୧ ଡିସେମ୍ବର ୧୩ ତାରିଖରେ ସଂସଦ ଭବନ ଉପରେ ଆକ୍ରମଣ କରିଥିଲେ। ଯେଉଁ ଘଟଣା ଭାରତ ସହ ସମଗ୍ର ବିଶ୍ୱକୁ ଦୋହଲାଇ  ଦେଇଥିଲା। ଆକ୍ରମଣ ସମୟରେ ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିଲା। ବିରୋଧି ଦଳର ସାଂସଦଙ୍କ ହଟ୍ଟଗୋଳ କାରଣରୁ ସଂସଦର ଉଭୟ ଗୃହରେ ସଭାକାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଏହି ସମୟରେ ଆତଙ୍କବାଦୀ ସଂସଦ ଭବନ ପରିସରେ ପ୍ରବେଶ କରି ଅନ୍ଧାଧୁନିଆ ଗୁଳିମାଡ କରିଥିଲେ। ଏ ଘଟଣାରେ ୯ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଥିଲେ। ଅନ୍ୟପଟେ ସୁରକ୍ଷା ବାହିନୀର ପାଲଟା କାର୍ଯ୍ୟାନୁଷ୍ଠାନରେ ଆକ୍ରମଣ କରିଥିବା ସମସ୍ତ ୫ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ। ଏହି ସମୟରେ ଦେଶରେ ଅଟଳ ବିହାରୀ ବାଜପେୟୀଙ୍କ (Atal Bihari Vajpayee) ନେତୃତ୍ୱାଧିନ ଏନଡିଏ ସରକାର କେନ୍ଦ୍ରରେ କ୍ଷମତାସୀନ ଥିଲା।

Also Read: ପୁରୁଣା ସଂସଦ ଭବନର କ'ଣ ହେବ, ଜାଣନ୍ତୁ କ'ଣ ରହିଛି ମୋଦି ସରକାରଙ୍କ ଯୋଜନା?

ଏହି ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀ ଷ୍ଟିକର ଲଗାଯାଇଥିବା କାର ଜରିଆରେ ସଂସଦରେ ପ୍ରବେଶ କରିଥିଲେ। ଷ୍ଟିକର ଲଗାଯିବା କାରଣରୁ ସୁରକ୍ଷାକର୍ମୀ ସେମାନଙ୍କୁ ସନ୍ଦେହ କରିନଥିଲେ। ଏହା ପରେ ଆତଙ୍କବାଦୀ ୩ଟି ଗୋଷ୍ଠୀରେ ବିଭକ୍ତ ହୋଇ ଗୁଳି ଚଳାଇବା ସହ ହ୍ୟାଣ୍ଡ ଗ୍ରେନେଡ ବର୍ଷା କରିଥିଲା। ହଠାତ୍ ଏହି ଆକ୍ରମଣ ଦେଖି ସୁରକ୍ଷା ବାହିନୀ ଚକିତ ହୋଇପଡିଥିଲା। ସୁରକ୍ଷାବଳ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ସମସ୍ତ ଆତଙ୍କବାଦୀ ନିହତ ହୋଇଥିଲେ।