ଆରମ୍ଭ ହେଉଛି ସଂସଦର ଅଧିବେଶନ, ଏଥର ଭିନ୍ନ ଢଙ୍ଗରେ ହେବ ପ୍ରଶ୍ନକାଳ
Advertisement

ଆରମ୍ଭ ହେଉଛି ସଂସଦର ଅଧିବେଶନ, ଏଥର ଭିନ୍ନ ଢଙ୍ଗରେ ହେବ ପ୍ରଶ୍ନକାଳ

କୋଭିଡ କଟକଣା ମଧ୍ୟରେ ଭିନ୍ନ ଢଙ୍ଗରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । କୋରୋନା ସ୍ଥିତିରେ ଏହି ଅଧିବେଶନ ଆରମ୍ଭ ହେଉଥିବାରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାମାଜିକ ଦୂରତା ରଖି ଏହି ଅଧିବେଶନ ରହିବ । କୋରୋନା କଟକଣା ଭିତରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । 

ଆରମ୍ଭ ହେଉଛି ସଂସଦର ଅଧିବେଶନ, ଏଥର ଭିନ୍ନ ଢଙ୍ଗରେ ହେବ ପ୍ରଶ୍ନକାଳ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ଭିନ୍ନ ଢଙ୍ଗରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । କୋରୋନା ସ୍ଥିତିରେ ଏହି ଅଧିବେଶନ ଆରମ୍ଭ ହେଉଥିବାରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାମାଜିକ ଦୂରତା ରଖି ଏହି ଅଧିବେଶନ ରହିବ । କୋରୋନା କଟକଣା ଭିତରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଭିନ୍ନ ଢଙ୍ଗରେ ପ୍ରଶ୍ନକାଳ ତଥା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଧି ବ୍ୟବସ୍ଥାକୁ ବାଦ ଦେଇ ଏଥର ଅଧିବେଶନ ହେବାକୁ ଯାଉଛି । 

ଅନ୍ୟପକ୍ଷରେ କୋଭିଡ ଜନିତ କଟକଣାକୁ ନେଇ ଅତି ସାବଧାନତାର ସହ ଅଧିବେଶନ ବସୁଛି । ପ୍ରତ୍ୟେକ ସାଂସଦ ଅଧିବେଶନରେ ଆସିବା ପୂର୍ବରୁ କୋଭିଡ ଟେଷ୍ଟ ହୋଇ ନେଗେଟିଭ ରିପୋର୍ଟ କପି ନେଇକି ଆସିବାକୁ କୁହାଯାଇଛି । ଏହା ପରେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ । 

କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏଭଳି ଭାବେ ସଂସଦର ଅଧିବେଶନ ହେବାକୁ ଯାଉଥିବାବେଳେ ଓଡିଶାର ସାଂସଦ ରାଜ୍ୟର ସ୍ୱାର୍ଥକୁ ଉପସ୍ଥାପନ କରିବାକୁ ଯୋଜନା କରିଛନ୍ତି । କଂଗ୍ରେସ ପକ୍ଷରୁ ପ୍ରଶ୍ନକାଳ ରଖାଯାଇ ନଥିବାରୁ ଏହାକୁ ମୁଖ୍ୟ ପ୍ରସଙ୍ଗ କରାଯିବା ସହ କୋରୋନା ପ୍ରସଙ୍ଗ ଉଠାଯିବ । ବର୍ତ୍ତମାନର ଅର୍ଥନୈତିକ ସ୍ଥିତି ସହ ସ୍ୱାସ୍ଥ୍ୟସେବା ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବ । ଦେଶରେ ଜିଡିପିର ଅତ୍ୟଧିକ ହ୍ରାସ ପ୍ରସଙ୍ଗ ସହ ଓଡିଶାର ପ୍ରବାସୀଙ୍କ ଓଡିଶାକୁ ଆସିବା ଏବଂ ଫେରିଯିବା ସହ ବେରୋଜଗାର ସମ୍ପର୍କରେ ମଧ୍ୟ ପ୍ରସଙ୍ଗ ଉଠାଯିବ ବୋଲି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି । 

ଓଡିଶାରେ କୋରୋନା ପରିଚାଳନାରେ ବିଭ୍ରାଟ ସମେତ ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳର ବହୁ ସମସ୍ୟାକୁ ଉପସ୍ଥାପନ କରିବାକୁ ଯୋଜନା କରିଛି କଂଗ୍ରେସ । ସେହିଭଳି ଅଧିବେସନରେ ପିଏମ କିଷାନ ନିଧିରୁ (PM Kishan Nidhi) ବଞ୍ଚିତ ଥିବା କୃଷକଙ୍କ ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଛି ବିଜେପି । ରାଜ୍ୟ ସରକାର ଠିକ ଭାବେ ଓଡିଶାର ଚାଷୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ଦେଉନାହାଁନ୍ତି । ଏହି ଅବହେଳା କାରଣରୁ ଚାଷୀ ପିଏମ କିଷାନ ସମ୍ମାନ ନିଧି ପାଇବାରୁ ବଞ୍ଚିତ ରହୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । 

କୋରୋନା ମୁକାବିଲାରେ ଓଡିଶା ସରକାରଙ୍କ ଅନିୟମିତତାକୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବା ବୋଲି ବିଜେପି କହିଛି । ଏହାସହିତ ଏନଆରଇଜିଏସ କାର୍ଯ୍ୟ ଯେମିତି ହେବା କଥା ସେମିତି ହୋଇପାରୁନି, ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର କାମ ଦେଇପାରୁନାହାନ୍ତି । ଯେଉଁଥି ପାଇଁ ଶ୍ରମିକ ବାହାର ରାଜ୍ୟକୁ ଯାଉଛନ୍ତି । ଏ ପ୍ରସଙ୍ଗ ମଧ୍ୟ ସଂସଦରେ ଉଠିବ ବୋଲି ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି । 

କୋଭିଡ ଜନିତ କଟକଣା ମଧ୍ୟରେ ଅଧିବେଶନ ହେଉଥିଲେ ମଧ୍ୟ ରାଜ୍ୟର ନ୍ୟାୟସଙ୍ଗତ ଦାବି ବିଜେଡି ଉପସ୍ଥାପନ କରିବ ବୋଲି କୁହାଯାଇଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାର ନାଯ୍ୟା ଏବଂ ହକ ଲାଗି ଥିବା ପ୍ରସଙ୍ଗ ଉଠାଯିବ । ଓଡିଶାର ହକ ହାସଲ ପାଇଁ ଯେଉଁ ସଂଗ୍ରାମ ଜାରି ରହିଛି ତାହା ଏଥର ଅଧିବେସନରେ ମଧ୍ୟ ଜାରି ରହିବ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ।