ପୈତୃକ ସମ୍ପତ୍ତିରେ ପୁଅ-ଝିଅଙ୍କ ରହିବ ସମାନ ଭାଗ
Advertisement

ପୈତୃକ ସମ୍ପତ୍ତିରେ ପୁଅ-ଝିଅଙ୍କ ରହିବ ସମାନ ଭାଗ

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହା ହେଉଛି ଉତ୍ତରାଧିକାର ଆଇନ ୨୦୦୫ରେ ହୋଇଥିବା ସଂଶୋଧନର ଅଂଶବିଶେଷ ।

ପୈତୃକ ସମ୍ପତ୍ତିରେ ପୁଅ-ଝିଅଙ୍କ ରହିବ ସମାନ ଭାଗ

ନୂଆଦିଲ୍ଲୀ: ଏବେ ପୈତୃକ ସମ୍ପତ୍ତି ଉପରେ ରହିବ ଝିଅଙ୍କର ସମାନ ଭାଗ । ଅର୍ଥାତ୍ ପୁଅର ଭାଗ ଯେତିକି, ଝିଅର ଭାଗ ସେତିକି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ବେଞ୍ଚ୍ ଏଭଳି ସମ୍ପତ୍ତି ଭାଗକୁ ନେଇ ଆଜି ବଡ଼ ରାୟ ଶୁଣାଇଛନ୍ତି । ନିଜ ରାୟରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହା ହେଉଛି ଉତ୍ତରାଧିକାର ଆଇନ ୨୦୦୫ରେ ହୋଇଥିବା ସଂଶୋଧନର ଅଂଶବିଶେଷ । ଏହି ଆଇନ ଅନୁସାରେ ୨୦୦୫ ଆଇନ ସଂଶୋଧିତ ହେବା ପୂର୍ବରୁ, ଯଦି କାହାରି ବାପାଙ୍କ ମୃତ୍ୟୁ ଘଟିଥାଏ ସେ ପରିସ୍ଥିତିରେ ମଧ୍ୟ ପୈତୃକ ସମ୍ପତ୍ତିରେ ପୁଅଙ୍କୁ ମିଳୁଥିବା ସମ୍ପତ୍ତିର ସମାନ ଭାଗ ଝିଅଙ୍କୁ ମିଳିବ ବୋଲି ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ କରିଛନ୍ତି । 

ସୁପ୍ରିମକୋର୍ଟ ନିଜ ଟିପ୍ପଣୀରେ ସ୍ପଷ୍ଟ କରିଛନ୍ତି ଯେ ଜନ୍ମ ପରଠାରୁ ଝିଅ ପରିବାର ପାଇଁ ସବୁବେଳେ ଝିଅ ହୋଇ ରହିଥାଏ ତେଣୁ ପୁଅଙ୍କ ପରି ଝିଅଙ୍କୁ ମଧ୍ୟ ପୈତୃକ ସମ୍ପତ୍ତିରୁ ସମାନ ଭାଗ ମିଳିବ।  ଅର୍ଥାତ ସମ୍ପତ୍ତିରେ ପୁଅର ଭାଗ ଯେତିକି, ଝିଅର ଭାଗ ମଧ୍ୟ ସେତିକି ରହିବ । ୯ ସେପ୍ଟେମ୍ବର ୨୦୦୫ରେ ୧୯୫୬ ହିନ୍ଦୁ ଉତ୍ତରାଧିକାର ଅଧିନିୟମର ସଂଶୋଧନ ହେବା ପରେ ଝିଅଙ୍କୁ ପୈତୃକ ସମ୍ପତ୍ତି ଉପରେ  ସମାନ ଅଧିକାର ପ୍ରଦାନ କରାଯାଇଥିଲା । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ରାଙ୍କ ଖଣ୍ଡପୀଠ ମଙ୍ଗଳବାର ପୈତୃକ ସମ୍ପତ୍ତି ଉପରେ ପୁଅ ଓ ଝିଅର ସମାନ ପରିମାଣର ଭାଗକୁ ନେଇ ରାୟ ଦେବା ପରେ ସବୁ ମହଲରେ ଏହାକୁ ସ୍ୱାଗତ କରାଯାଇଛି ।

୨୦୦୫ ସେପ୍ଟେମ୍ବର ୫ ତାରିଖରେ ସଂସଦରେ ଅବିଭାଜିତ ହିନ୍ଦୁ ପରିବାରର ଉତ୍ତରାଧିକାର ଅଧିନିୟମରେ ସଂଶୋଧନ କରାଯାଇଥିଲା ଽ ୧୯୫୬ ଅଧିନିୟମ ଅନୁସାରେ ବିବାହିତ କନ୍ୟା ପୈତୃକ ସମ୍ପତ୍ତିରେ ଅଧିକାର ସାବ୍ୟସ୍ତ କରିପାରୁନଥିଲେ । ହିନ୍ଦୁ ଉତ୍ତରାଧିକାର ଅଧିନିୟମର ସଂଶୋଧନ ପରେ ପୈତୃକ ସମ୍ପତ୍ତିରେ ଝିଅଙ୍କୁ ସମାନ ଅଧିକାର ପ୍ରଦାନ କରାଯାଇଛି ।