)
Train Accident: ଛତିଶଗଡ଼ର ବିଳାସପୁରରୁ ଏକ ବଡ଼ ଖବର ଆସିଛି । ହାଓଡ଼ା ରୁଟ୍ରେ ଏକ ଯାତ୍ରୀବାହୀ ଟ୍ରେନ୍ ଏବଂ ଏକ ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରେନର ବଗି ଅନ୍ୟ ଏକ ବଗି ଉପରେ ଚଢିଯାଇଥିବା ଫଟୋରେ ଦେଖିବାକୁ ମିଳିଛି । ଛତିଶଗଡ଼ର ବିଳାସପୁରର ଲାଲଖାଦାନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅନେକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସ୍ପଷ୍ଟ ସୂଚନା ଆସିନଥିଲେ ମଧ୍ୟ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି।
ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା କାରଣରୁ ଗୋଟିଏ କୋଚ୍ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଟ୍ରେନ୍ ମଧ୍ୟରେ ଅନେକ ଲୋକ ଫସି ରହିଥିବା ଦେଖାଯାଇଛି। ଘଟଣା ପରେ ସ୍ଥାନୀୟ ବାସିନ୍ଦା ଏବଂ ଯାତ୍ରୀମାନେ ଆହତମାନଙ୍କୁ ସହାୟତା କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି । ଆମ୍ୱୁଲାନ୍ସ ମାଧ୍ୟମରେ ସେମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇଯାଉଛି ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଏକ ରେଳବାଇ ପକ୍ଷରୁ ଏକ ଉଦ୍ଧାରକାରୀ ଟିମ୍ କୁ ଘଟଣାସ୍ଥଳକୁ ପଠାଯାଇଛି ।
Also Read- ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଅବଧି ବୃଦ୍ଧି