Advertisement
Article Detail0/zeeodisha/odisha701350
Zee OdishaOdisha National-Internationalରାମଦେବଙ୍କ ପାଇଁ ବଢୁଛି ଅଡ଼ୁଆ

ରାମଦେବଙ୍କ ପାଇଁ ବଢୁଛି ଅଡ଼ୁଆ

ପତଞ୍ଜଳିର ମୁଖ୍ୟ ରାମଦେବ ବାବାଙ୍କ ପାଇଁ ଘନଉଛି ବିବାଦ। ନିକଟରେ ସେ କୋରୋନାକୁ ସମୂଳ ନାଶ କରୁଥିବା ଦାବି କରି କୋରୋନା ପାଇଁ ଔଷଧ ଭାରତୀୟ ବଜାରରେ ପ୍ରବେଶ କରାଇଥିଲେ। ମାତ୍ର କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ବଜାର ପ୍ରବେଶର କିଛି ସମୟ ପରେ ତାହା ଉପରେ ରୋକ ଲଗାଇଥିଲା। ଏହି ରୋକ ଲଗାଇବା ପରେ ରାମଦେବ ବାବାଙ୍କ ପାଇଁ ବିଭିନ୍ନ ଆଡ଼ୁ ବିବାଦ ଘନ

ରାମଦେବଙ୍କ ପାଇଁ ବଢୁଛି ଅଡ଼ୁଆ

ନୂଆଦିଲ୍ଲୀ: ପତଞ୍ଜଳିର ମୁଖ୍ୟ ରାମଦେବ ବାବାଙ୍କ ପାଇଁ ଘନଉଛି ବିବାଦ। ନିକଟରେ ସେ କୋରୋନାକୁ ସମୂଳ ନାଶ କରୁଥିବା ଦାବି କରି କୋରୋନା ପାଇଁ ଔଷଧ ଭାରତୀୟ ବଜାରରେ ପ୍ରବେଶ କରାଇଥିଲେ। ମାତ୍ର କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ବଜାର ପ୍ରବେଶର କିଛି ସମୟ ପରେ ତାହା ଉପରେ ରୋକ ଲଗାଇଥିଲା। ଏହି ରୋକ ଲଗାଇବା ପରେ ରାମଦେବ ବାବାଙ୍କ ପାଇଁ ବିଭିନ୍ନ ଆଡ଼ୁ ବିବାଦ ଘନେଇବାରେ ଲାଗିଛି। 

ଏବେ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ ହୋଇଥିବା ଔଷଧ ପାଇ ଲାଇସେନ୍ସ ଅନୁମତି ପ୍ରଦାନ କରିଥିବା ସଂସ୍ଥା ଏବେ ରାମଦେବ ବାବାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଏନେଇ ଉତ୍ତରାଖଣ୍ଡର ଆୟୁର୍ବେଦିକ ବିଭାଗ ଦିବ୍ୟା ଫାର୍ମାସୀକୁ ନୋଟିସ ଜାରି କରିଛି। ଏଥିରେ କୁହାଯାଇଛି ଯେ, ଔଷଧର ଲେବଲକୁ ନେଇ ଚିକିତ୍ସାର ପ୍ରଚାର କରାଯାଉଛି। ଯାହାକୁ କମ୍ପାନୀ ଖୁବ ଶୀଘ୍ର ହଟାଇବାକୁ କୁହାଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ, ପତଞ୍ଜଳି ଏଭଳି ନ କରିବାକୁ ବାରଣ କରାଯାଇଛି। 

କେଉଁ ଆଧାରରେ କୋରୋନା ଭାଇରସର ଶତ ପ୍ରତିଶତ ଚିକିତ୍ସା ହୋଇପାରିବ ସେନେଇ ଉକ୍ତ ନୋଟିସରେ ଜବାବ ମଧ୍ୟ ତଲବ କରାଯାଇଛି। ଉତ୍ତରାଖଣ୍ଡ ଆୟୁର୍ବେଦିକ ବିଭାଗର ପତଞ୍ଜଳି ଔଷଧକୁ ଜ୍ୱର, ଥଣ୍ଡା କାଶର ଚିକିତ୍ସା ପାଇଁ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରାଯାଇଥିଲା। ଏପରିକି ଶରୀରରେ ରୋଗ ପ୍ରତିଷେଧକ କ୍ଷମତା ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ ବୋଲି ଉକ୍ତ ନୋଟିସରେ କୁହାଯାଇଥିଲା। 

Add Zee News as a Preferred Source

ନୋଟିସରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଔଷଧକୁ ସର୍ବସାଧାରଣରେ କିମ୍ବା ବଜାରରେ ବିକ୍ରି କରାଯାଇ ପାରିବ ନାହିଁ। କାରଣ ଦିଆଯାଇଥିବା ଅନୁମତିକୁ ଖାରଜ କରିଦିଆଯାଇଛି। ସୂଚନାଯୋଗ୍ୟ ବାବା ରାମଦେବଙ୍କ ଦିବ୍ୟା ଫାର୍ମାସୀ ମଙ୍ଗଳବାର କୋରୋନିଲ ନାମକ ଏକ ଔଷଧ ଲଞ୍ଚ କରିଛି ଏବଂ ଦାବି କରାଯାଇଛି ଯେ ଏହି ଔଷଧ କୋରୋନାକୁ ସମ୍ପୂର୍ଣ୍ଣ ଭଲ କରିପାରିବ। ଏହାକୁ ବଜାରକୁ ଛଡ଼ାଯିବା ପୂର୍ବରୁ ଶହେ ରୋଗୀଙ୍କ ଉପରେ ପ୍ରୟୋଗ କରାଯାଇଥିଲା। ଦାବି ଅନୁଯାୟୀ, ସମସ୍ତ ରୋଗୀ ଏହି ଆୟୁର୍ବେଦିକ ଔଷଧ ବ୍ୟବହାର କରି ସୁସ୍ଥ ହୋଇଥିଲେ।

About the Author