• ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ ନୂଆ କୋରୋନା ପଜିଟିଭ, ୪ ହଜାର ମୃତ
  • ରାଜ୍ୟରେ ଆଜି ୨୨ ଜଣଙ୍କ ମୁଣ୍ଡ ନେଲା କିଲର ଭାଇରସ କୋରୋନା
  • ରାଜ୍ୟରେ ଆଜି ପୁଣି ୧୨ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
  • ବିଷମକଟକ : ପିଆଜ ବୋଝେଇ ମିନିଟ୍ରକରୁ ୩୭୫ କେଜି ଗଞ୍ଜେଇ ଜବତ
  • କାଳିଆ ଯୋଜନାରେ ଆଜି ଅପରାହ୍‌ଣ ୫ଟାରେ ଚାଷୀଙ୍କୁ ପ୍ରାୟ ୯୦୦ କୋଟି ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
  • ଆଜି ଦେଶର ବିଭିନ୍ନ ରାଜ୍ୟରେ ପାଳନ ହେଉଛି ପବିତ୍ର ଇଦ୍‌ ପର୍ବ
  • କଟକଣା ପାଇଁ ସାଧାରଣ ଶ୍ରଦ୍ଧାଳୁଙ୍କୁ ମସ୍‌ଜିଦକୁ ପ୍ରବେଶ ବାରଣ
  • କରୋନା ଟିକା ନେଇ ସାରିଥିବା ଲୋକଙ୍କ ପାଇଁ ମାସ୍କ କି ସାମାଜିକ ଦୂରତା ଜରୁରୀ ନୁହେଁ : ଆମେରିକା
  • କରୋନା ମୁକାବିଲା: ୧୭ ତାରିଖ ସନ୍ଧ୍ୟା ୫.୩୦ରେ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ
  • କୋରୋନା ସମ୍ମୁଖ ଯୋଦ୍ଧା ତାଲିକାରେ ବନବିଭାଗ, ବ୍ୟାଙ୍କ, ବୀମା, ରେଳବାଇ, ଅକ୍ସିଜେନ ପ୍ଲାଂଟ କର୍ମଚାରୀ ଓ ପଶୁ ଡାକ୍ତର ସାମିଲ

ପାର୍ଟି ଫୋଟୋ ପୋଷ୍ଟ କରି ଫସିଲେ ଯୁବଗୋଷ୍ଠୀ

ଫଟୋ ପୋଷ୍ଟ କରି ଅଟକ ଥିବା ବ୍ୟକ୍ତିଙ୍କ ନାମ ସନ୍ଦୀପ କୁମାର। ସେ ପଟିଆଲା (Patiala) ସହରର ବାସିନ୍ଦା। ସନ୍ଦୀପଙ୍କ ସମେତ ତାଙ୍କର ଅନେକ ସାଙ୍ଗଙ୍କୁ ବି ପୋଲିସ ଅଟକ ରଖିଛି। 

ପାର୍ଟି ଫୋଟୋ ପୋଷ୍ଟ କରି ଫସିଲେ ଯୁବଗୋଷ୍ଠୀ
ପ୍ରତିକାତ୍ମକ ଫଟୋ

ପଟିଆଲା: ଫେସବୁକରେ ପାର୍ଟି କରିଥିବାର ଫଟୋ ସେୟାର କରି ଫସିଲେ ଏକାଧିକ ଯୁବକ। କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ପଟିଆଲା ପୋଲିସ ସେମାନଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ IPCର ଧାରା ୧୮୮ ଓ ପରିଚାଳନା ଆଇନର ଧାରା ୫୧ ଲାଗିଛି।

ଫଟୋ ପୋଷ୍ଟ କରି ଅଟକ ଥିବା ବ୍ୟକ୍ତିଙ୍କ ନାମ ସନ୍ଦୀପ କୁମାର। ସେ ପଟିଆଲା (Patiala) ସହରର ବାସିନ୍ଦା। ସନ୍ଦୀପଙ୍କ ସମେତ ତାଙ୍କର ଅନେକ ସାଙ୍ଗଙ୍କୁ ବି ପୋଲିସ ଅଟକ ରଖିଛି। କିଛି ଦିନ ତଳେ ଅଭିଯୁକ୍ତମାନେ ରାଜପୁରା ରାସ୍ତାର ଏକ ହୋଟେଲରେ ପାର୍ଟି କରିଥିଲେ। ଯେଉଁଠି କୋରୋନା ନିୟମ ଉଲ୍ଲଙ୍ଘନ (Covid19 guidelines violation) କରି ୧୦୦ରୁ ୧୫୦ ଜଣ ଏକତ୍ରୀତ ହୋଇଥିଲେ ବୋଲି କୋଟୱାଲି SHO ଇନ୍ଦର ପାଲ ସିଂ କହିଛନ୍ତି।

Also Read: ନକଲି ଆୟକର ଅଧିକାରୀଙ୍କୁ ବାନ୍ଧିଲା ପୋଲିସ

ପାର୍ଟିକୁ ନେଇ ହୋଟେଲ ପକ୍ଷରୁ କୌଣସି ଅଭିଯୋଗ ହୋଇ ନାହିଁ। କିନ୍ତୁ ସୋସିଆଲ ମିଡିଆ (Social Media) ରେ ପୋଷ୍ଟ ହୋଇଥିବା ଫଟୋକୁ ଦେଖି ପୋଲିସ (Punjab Police) କାର୍ଯ୍ଯାନୁଷ୍ଠାନ ନେଇଛି। ପାର୍ଟି ଯୋଗୁଁ ହୋଟେଲର କୌଣସି କ୍ଷତି ହୋଇ ନାହିଁ ବୋଲି ତଦନ୍ତ ବେଳେ ଜଣା ପଡିଛି। ସେହିପରି ନାଇଟ୍ କର୍ଫ୍ୟୁ (Night Curfew) ଉଲ୍ଲଂଘନ ପାଇଁ ପୋଲିସ ଅନ୍ୟ ଜଣଙ୍କୁ ଅଟକ ରଖିଥିଲା। ଗଗନଦୀପ ସିଂ ନାମକ ଅଭିଯୁକ୍ତ ରାତି ୯ଟା ପରେ ତାଙ୍କ ଟ୍ରାକ୍ଟରରେ ସାମଗ୍ରୀ ଲୋଡ୍ କରୁଥିବା ପୋଲିସ କହିଛି।