ବାସ୍ତବରେ ରାଞ୍ଚିର ରିମ୍ସରେ ଭର୍ତ୍ତି ଆରଜେଡି ମୁଖିଆଙ୍କ ଚିକିତ୍ସା ଯେଉ ଡାକ୍ତର କରୁଥିଲେ ତାଙ୍କ ୱାର୍ଡରେ ଭର୍ତ୍ତି ବୃଦ୍ଧ କୋରୋନା ପଜିଟିଭ୍ ବୋଲି ଜଣାପଡିଛି । ରାଞ୍ଚିର ୭୫ ବର୍ଷୀୟ ବୃଦ୍ଧ ଯିଏକି କୋରୋନା ପଜିଟିଭ୍ ବୋଲି ଜଣାପଡିଛି । ତାଙ୍କୁ ଗତ ତିନି ସପ୍ତାହ ଧରି ରିମ୍ସର ଡାକ୍ତର ଉମେଶ ପ୍ରସାଦଙ୍କ ୟୁନିଟରେ ଭର୍ତ୍ତି କରାଯାଇଥିଲା ।
Trending Photos
)
ରାଞ୍ଚି: କ'ଣ ରାଷ୍ଟ୍ରୀୟ ଜନତା ଦଳ(RJD)ର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ କୋରୋନାର ଚକ୍ରବ୍ୟୁହରେ ଫସି ଯାଇଛନ୍ତି ? ବାସ୍ତବରେ ରାଞ୍ଚିର ରିମ୍ସରେ ଭର୍ତ୍ତି ଆରଜେଡି ମୁଖିଆଙ୍କ ଚିକିତ୍ସା ଯେଉ ଡାକ୍ତର କରୁଥିଲେ ତାଙ୍କ ୱାର୍ଡରେ ଭର୍ତ୍ତି ବୃଦ୍ଧ କୋରୋନା ପଜିଟିଭ୍ ବୋଲି ଜଣାପଡିଛି । ରାଞ୍ଚିର ୭୫ ବର୍ଷୀୟ ବୃଦ୍ଧ ଯିଏକି କୋରୋନା ପଜିଟିଭ୍ ବୋଲି ଜଣାପଡିଛି । ତାଙ୍କୁ ଗତ ତିନି ସପ୍ତାହ ଧରି ରିମ୍ସର ଡାକ୍ତର ଉମେଶ ପ୍ରସାଦଙ୍କ ୟୁନିଟରେ ଭର୍ତ୍ତି କରାଯାଇଥିଲା ।
ଚାରା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ପ୍ରସାଦଙ୍କୁ ମଧ୍ୟ ଡାକ୍ତର ଉମେଶ ପ୍ରସାଦ ଚିକିତ୍ସା କରୁଛନ୍ତି । ସୋମବାର ସନ୍ଧ୍ୟାରେ ବୃଦ୍ଧଙ୍କ ରିପୋର୍ଟ ପଜିଟିଭ ହେବା ପରେ ତାଙ୍କୁ ରିମ୍ସର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପଟେ ଏହି ବିଷୟରେ ଡକ୍ଟର ଉମେଶ ପ୍ରସାଦ କହିଛନ୍ତି ଯେ, ସେ ଏପ୍ରିଲ ୨୨ରୁ ୱାର୍ଡର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମୟ ମଧ୍ୟରେ ସେ ସଂକ୍ରମିତ ରୋଗୀଙ୍କୁ ଦେଖିଥିଲେ । ତେବେ ଏହି ସମୟ ମଧ୍ୟରେ ସେ ଲାଲୁ ପ୍ରସାଦଙ୍କୁ ତାଙ୍କ ଯାଞ୍ଚ ସମୟରେ ସ୍ପର୍ଶ କରିନାହାଁନ୍ତି । ସେ ଗତ ଦୁଇ ଦିନ ଧରି ଲାଲୁଙ୍କ ପାଖକୁ ଯାଇ ନାହାଁନ୍ତି । ଏଭଳି ପରିସ୍ଥିତିରେ ବର୍ତ୍ତମାନ କିଛି କୁହାଯାଇପାରିବ ନାହିଁ ।
ସାରା ମାମଲାକୁ ଦେଖିବା ପରେ ବର୍ତ୍ତମାନ ରିମ୍ସ ପରିଚାଳନା ଲାଲୁ ପ୍ରସାଦଙ୍କ କୋରୋନା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇପାରେ । ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରାଯିବ । ଏହା ପରେ ନିଷ୍ପତ୍ତି ନିଆଯିବ । ରିମ୍ସର ପେଇଂ ୱାର୍ଡରେ ଭର୍ତ୍ତି ହୋଇଥିବା ଲାଲୁ କୋରୋନା ସଂକ୍ରମଣ ଭୟରେ ନିଜ କୋଠରୀ ଛାଡି ନାହାଁନ୍ତି । ତାଙ୍କର ଡାଏଟ୍ ପୂର୍ବରୁ ହ୍ରାସ ପାଇଛି ।