LPG ସିଲିଣ୍ଡର ବୁକ୍ କରି ପାଆନ୍ତୁ ୨୭ଶହ ଟଙ୍କାର Cash Back, ଜାଣନ୍ତୁ କେମିତି କରିବେ Booking
X

LPG ସିଲିଣ୍ଡର ବୁକ୍ କରି ପାଆନ୍ତୁ ୨୭ଶହ ଟଙ୍କାର Cash Back, ଜାଣନ୍ତୁ କେମିତି କରିବେ Booking

ଅନଲାଇନ୍ ପେମେଣ୍ଟ ଆପ୍ ପେଟିଏମ୍ ଏହି ଅଫର୍ ଆରମ୍ଭ କରିଛି । ୩ ଟି ସିଲିଣ୍ଡର ବୁକିଂରେ ଆପଣ ଏହି କ୍ୟାସବ୍ୟାକ୍ ପାଇ ପାରିବେ ।

LPG ସିଲିଣ୍ଡର ବୁକ୍ କରି ପାଆନ୍ତୁ ୨୭ଶହ ଟଙ୍କାର Cash Back, ଜାଣନ୍ତୁ କେମିତି କରିବେ Booking

ନୂଆଦିଲ୍ଲୀ: ଏବେ ରୋଷେଇ ଘରେ ନିଆଁ ଲଗାଇଛି ରନ୍ଧନ ଗ୍ୟାସର ଦାମ୍। ହେଲେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହେତୁ ଅସୁବିଧାରେ ପଡିଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି । ଆପଣ ବର୍ତ୍ତମାନ ଏକ ଘରୋଇ ଗ୍ୟାସ୍ ସିଲିଣ୍ଡର ବୁକିଂରେ ୨୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଅଫର୍ ଜିତିପାରିବେ । ଆଜ୍ଞା ହଁ, ଅନଲାଇନ୍ ପେମେଣ୍ଟ ଆପ୍ ପେଟିଏମ୍ ଏହି ଅଫର୍ ଆରମ୍ଭ କରିଛି । ୩ ଟି ସିଲିଣ୍ଡର ବୁକିଂରେ ଆପଣ ଏହି କ୍ୟାସବ୍ୟାକ୍ ପାଇ ପାରିବେ । ଆପଣ କିପରି ଏହି ଅଫରର ଲାଭ ଉଠାଇ ପାରିବେ ସେ ବିଷୟରେ ବିସ୍ତୃତ ଭାବରେ ଜାଣିରଖନ୍ତୁ...

ପେଟିଏମ୍ ଏହାର ଆପରେ ବ୍ୟାନର ଲଗାଇ ଏହି ଅଫର ଘୋଷଣା କରିଛି । ଏହି ବ୍ୟାନରରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଯଦି ଆପଣ ପେଟିଏମ୍ ମାଧ୍ୟମରେ ଏଚପି (HP), ଇଣ୍ଡେନ(Indane) କିମ୍ବା ଭାରତ ଗ୍ୟାସ୍ (Bharatgas)କମ୍ପାନୀର ସିଲିଣ୍ଡର ବୁକ୍ କରନ୍ତି, ତେବେ ଆପଣ ୨୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ । ଏହି ସୁବିଧା ୩ଟି ସିଲିଣ୍ଡର ବୁକିଂରେ ଉପଲବ୍ଧ ହେବ । ତଥାପି, ଏହି ବ୍ୟାନର କ୍ଲିକ୍ ଯୋଗ୍ୟ ନୁହେଁ, ତେଣୁ ଏହି ଅଫର କେତେ ଦିନ ବୈଧ ତାହା ଜଣା ପଡି଼ପାରିବ ନାହିଁ। କିନ୍ତୁ ଆପଣ ପେଟିଏମର ନୂତନ ଏବଂ ପୁରୁଣା ଉପଭୋକ୍ତାମାନେ ଏହି ବମ୍ପର ଅଫରର ଲାଭ ଉଠାଇ ପାରିବେ।

Also Read: ଆସିଲା Good News, ପୁଣିଥରେ ବାପା ହେବାକୁ ଯାଉଛନ୍ତି MS Dhoni

ଯଦି ଆପଣ ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କୁ ମୋବାଇଲ୍ ଫୋନରେ ପେଟିଏମ୍ ଆପ୍ (Paytm App) ଡାଉନଲୋଡ୍ କରିବାକୁ ପଡି଼ବ । ଏହା ପରେ ତୁମ ଗ୍ୟାସ ଏଜେନ୍ସିରୁ ସିଲିଣ୍ଡର ବୁକ୍ କରିବାକୁ ପଡି଼ବ । ଏଥିପାଇଁ, ପେଟିଏମ୍ ଆପରେ Show more  ଉପରେ କ୍ଲିକ୍ କରନ୍ତୁ, ତାପରେ ରିଚାର୍ଜ ଏବଂ ପେ ବିଲ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆପଣଙ୍କୁ ଏକ ସିଲିଣ୍ଡର ବୁକ୍ (Book a Cylinder) ବିକଳ୍ପ ଦେଖାଇବ ।

Also Read: PM Shram Yogi Man Dhan Yojna: ମାତ୍ର ୨ ଟଙ୍କା ସଞ୍ଚୟ କରି ପାଇପାରିବେ ୩୬,୦୦୦ ଟଙ୍କା

ଏଠାକୁ ଯାଇ ଆପଣ ଗ୍ୟାସ୍ ପ୍ରଦାନକାରୀ ଚୟନ କରନ୍ତୁ । ବର୍ତ୍ତମାନ LPG Id କିମ୍ବା ଆପଣ ଗ୍ୟାସ୍ ଏଜେନ୍ସିରେ ପଞ୍ଜୀକୃତ ହୋଇଥିବା ନମ୍ବର ଏଣ୍ଟ୍ରି କରନ୍ତୁ ଏବଂ Proceed ଉପରେ କ୍ଲିକ୍ କରନ୍ତୁ । ସମସ୍ତ ବିବରଣୀ ଆପଣଙ୍କ ସାମ୍ନାକୁ ଆସିବ । ବୁକିଂର ୨୪ ଘଣ୍ଟା ମଧ୍ୟରେ ଆପଣ କ୍ୟାସବ୍ୟାକ୍ ସ୍କ୍ରାଚ୍ କାର୍ଡ ପାଇବେ । ଏହି ସ୍କ୍ରାଚ୍ କାର୍ଡକୁ ୭ ଦିନ ମଧ୍ୟରେ ବ୍ୟବହାର କରିବାକୁ ପଡି଼ବ।

Trending news