ନିକଟରେ ରାଜ୍ୟ ପୋଲିସ୍ ହେଲ୍ପଲାଇନରେ ଏକ କଲ ଆସିଥିଲା ଯେଉଁଥିରେ ଜଣେ ବୃଦ୍ଧ ରସଗୋଲା ଦାବି କରିଥିଲେ । ପ୍ରଥମେ ପୋଲିସ ଏହାକୁ ଥଟ୍ଟା ବୋଲି ଭାବିଥିଲା, କିନ୍ତୁ ଯେତେବେଳେ ରାଜଧାନୀର ହଜରତଗଞ୍ଜ ଅଞ୍ଚଳରେ ଜଣେ ବୃଦ୍ଧ ବୃଦ୍ଧଙ୍କୁ ରସଗୋଲା ଦେବା ପାଇଁ ପହଞ୍ଚିଲା ତ ସେତେବେଳେ ସେ ଜାଣିବାକୁ ପାଇଲେ ଯେ ୮୦ ବର୍ଷ ବୟସର ବୃଦ୍ଧ ବ୍ୟକ୍ତିଙ୍କୁ ସତରେ ଏହି ରସଗୁଲାର ଆବଶ୍ୟକ ଥିଲା । କାରଣ ବୃଦ୍ଧ ଜଣକ ମଧୁମେହରେ ପୀଡିତ ଅଛନ୍ତି ଏବଂ ହଠାତ୍ ତାଙ୍କ ରକ୍ତରେ ଶର୍କରା ସ୍ତର ହ୍ରାସ ପାଇଥିଲା ।
Trending Photos
ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଦେଶରେ ଜାରି ରହିଛି ଲକଡାଉନ୍ । ଆଉ ଏହି ଲକଡାଉନ୍ ସମୟରେ ଲୋକଙ୍କ ସାହାଯ୍ୟ ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । କିନ୍ତୁ ଏହି ହେଲ୍ପଲାଇନରେ ଲୋକ ଅଜବ ଅନୁରୋଧ ସବୁ କରୁଛନ୍ତି । ଲୋକଙ୍କ ସାହାଯ୍ୟ ପାଇଁ ଆରମ୍ଭ ହୋଇଥିବା ହେଲ୍ପଲାଇନରେ କିଛି ଲୋକ ରସଗୁଲା, ସମୋସା ଏବଂ ପାନ, ମସାଲା ଏବଂ ଗୁଟଖା ମଧ୍ୟ ମାଗୁଛନ୍ତି ।
ଅଧିକାରୀଙ୍କ କହିବାନୁସାରେ, ମୁଖ୍ୟମନ୍ତ୍ରୀଙ୍କ ହେଲ୍ପଲାଇନ ନମ୍ବର 1076 ଲୋକଙ୍କୁ ଔଷଧ ଏବଂ ରାସନ ପାଇବାରେ ସାହାଯ୍ୟ କରୁଛି । ଲକ୍ଷ୍ନୌରେ ଉଚ୍ଚ ରକ୍ତଚାପରେ ପୀଡିତ ରାମ ରତନ ପାଲ ହେଲ୍ପଲାଇନକୁ ଫୋନ୍ କରି କହିଥିଲେ ଯେ ତାଙ୍କର ଔଷଧ ଶେଷ ହୋଇଯାଇଛି, ଯାହା ପରେ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ତାଙ୍କ ପାଇଁ ଔଷଧର ବ୍ୟବସ୍ଥା କରାଯାଇଥିଲା । ସେହିପରି ଗୌତମ ବୁଦ୍ଧ ନଗରରେ ଶଙ୍କର ସିଂ ନାମକ ଜଣେ ବ୍ୟକ୍ତି ଫୋନ କରି ଖାଦ୍ୟ ସାମଗ୍ରୀ ପାଇଁ ସାହାଯ୍ୟ ମାଗିଥିଲେ ଓ ତାଙ୍କ ଘରେ ରାସନ ପହଞ୍ଚାଇ ଦିଆଯାଇଛି । ରାମ ରତନ ଏବଂ ଶଙ୍କର ପରି ଏକ ଲକ୍ଷ ଲୋକଙ୍କଙ୍କ ଆବଶ୍ୟକତାକୁ ମୁଖ୍ୟମନ୍ତ୍ରୀ ହେଲ୍ପଲାଇନ ସହାୟତାରେ ପୂରଣ କରାଯାଇଛି, କିନ୍ତୁ କିଛି ଲୋକ ଏହି ହେଲ୍ପଲାଇନ ନମ୍ବରରେ ମଧ୍ୟ ଅଜବ ଦାବି କରୁଛନ୍ତି ବୋଲି ସେ କହିଛନ୍ତି ।
ନିକଟରେ ରାଜ୍ୟ ପୋଲିସ୍ ହେଲ୍ପଲାଇନରେ ଏକ କଲ ଆସିଥିଲା ଯେଉଁଥିରେ ଜଣେ ବୃଦ୍ଧ ରସଗୋଲା ଦାବି କରିଥିଲେ । ପ୍ରଥମେ ପୋଲିସ ଏହାକୁ ଥଟ୍ଟା ବୋଲି ଭାବିଥିଲା, କିନ୍ତୁ ଯେତେବେଳେ ରାଜଧାନୀର ହଜରତଗଞ୍ଜ ଅଞ୍ଚଳରେ ଜଣେ ବୃଦ୍ଧ ବୃଦ୍ଧଙ୍କୁ ରସଗୋଲା ଦେବା ପାଇଁ ପହଞ୍ଚିଲା ତ ସେତେବେଳେ ସେ ଜାଣିବାକୁ ପାଇଲେ ଯେ ୮୦ ବର୍ଷ ବୟସର ବୃଦ୍ଧ ବ୍ୟକ୍ତିଙ୍କୁ ସତରେ ଏହି ରସଗୁଲାର ଆବଶ୍ୟକ ଥିଲା । କାରଣ ବୃଦ୍ଧ ଜଣକ ମଧୁମେହରେ ପୀଡିତ ଅଛନ୍ତି ଏବଂ ହଠାତ୍ ତାଙ୍କ ରକ୍ତରେ ଶର୍କରା ସ୍ତର ହ୍ରାସ ପାଇଥିଲା ।
ଅଧିକାରୀଙ୍କ କହିବାନୁସାରେ, ହେଲ୍ପଲାଇନ ମାଧ୍ୟମରେ ମଗାଯାଇଥିବା କିଛି ଜିନିଷ ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ । କିଛି ଲୋକ ପୋଲିସ୍ ହେଲ୍ପଲାଇନ ୧୧୨କୁ ଫୋନ କରି ପାନ, ଗୁଟଖା ଏବଂ ଚଟନି ସହିତ ଗରମ ସମୋସା ମାଗିଛନ୍ତି । ସମୋସା ପହଞ୍ଚା ଯାଇଥିଲା । କିନ୍ତୁ ସାମୋସା ମାଗୁଥିବା ବ୍ୟକ୍ତିଙ୍କୁ ପୋଲିସ ଷ୍ଟେସନକୁ ଡକାଯାଇ ତାଙ୍କୁ ନିକଟସ୍ଥ ଡ୍ରେନ୍ ସଫା କରିବାକୁ କୁହାଯାଇଥିଲା । ସେହିଭଳି ରାମପୁରରେ ପୋଲିସର ହେଲ୍ପଲାଇନକୁ ଫୋନ କରି ପିଜା ଅର୍ଡର କରାଯାଇଥିଲା ଯାହା ପରେ ପୋଲିସ ଏପରି କରିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିଥିଲା ।
କେତେକ ସ୍ଥାନରେ ପିଲାମାନେ ପୋଲିସକୁ 'ଅଙ୍କଲ' ବୋଲି ଡାକି ଚିପ୍ସ, କେକ୍ ଏବଂ ଆଇସ୍କ୍ରିମ୍ ଇତ୍ୟାଦି ମାଗିଥିବାର ଖବର ମଧ୍ୟ ଆସିଛି । ୧୧୨ ପୋଲିସ୍ ହେଲ୍ପଲାଇନର ଏଡିଜି, ଅସୀମ ଅରୁଣ କହିଛନ୍ତି, 'ଲକଡାଉନ୍ ଆରମ୍ଭ ହେବା ଦିନଠାରୁ ୧୧୨ ନମ୍ବର ଫୋନ୍ ପାଇବା ପରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟ, ଔଷଧ ଇତ୍ୟାଦି ଉପଲବ୍ଧ କରାଯାଇଛି । ଏହା ବ୍ୟତୀତ ହଜାର ହଜାର ଲୋକଙ୍କୁ ଫୋନ୍ କଲ ବିନା ମଧ୍ୟ ସାହାଯ୍ୟ କରାଯାଉଛି । ଏହି ଧାରା କ୍ରମାଗତ ଭାବରେ ଜାରି ରହିଛି ।