Advertisement
Article Detail0/zeeodisha/odisha2681471
Zee OdishaOdisha National-International୪୧ ଦେଶର ନାଗରିକଙ୍କୁ ଆମେରିକା ପ୍ରବେଶ ମନା ! ଲିଷ୍ଟରେ ଅଛି ପାକିସ୍ତାନ

୪୧ ଦେଶର ନାଗରିକଙ୍କୁ ଆମେରିକା ପ୍ରବେଶ ମନା ! ଲିଷ୍ଟରେ ଅଛି ପାକିସ୍ତାନ

ରିପୋର୍ଟ ଅନୁସାରେ, ଡୋନାଲ୍ଡ ଟ୍ରମ୍ପ ଖୁବ୍‌ଶୀଘ୍ର ଏକ ନୂଆ ଆଦେଶ ପାସ୍ କରିବାକୁ ଯାଉଛନ୍ତି । ସେହି ଅନୁଯାୟୀ ପାକିସ୍ତାନ ସମେତ ୪୧ଟି ଦେଶ ଉପରେ ଆମେରିକାକୁ ଯାତ୍ରା କରିବା ନେଇ ପ୍ରତିବନ୍ଧକ ଲଗାଯିବ। ଏହି ପରିପ୍ରେକ୍ଷୀରେ, ୧୦ଟି ଦେଶର ପ୍ରଥମ ତାଲିକା ମଧ୍ୟ ପ୍ରକାଶ କରାଯାଇଛି। 

୪୧ ଦେଶର ନାଗରିକଙ୍କୁ ଆମେରିକା ପ୍ରବେଶ ମନା ! ଲିଷ୍ଟରେ ଅଛି ପାକିସ୍ତାନ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଅନେକ ବଡ଼ ନିଷ୍ପତ୍ତି ଗ୍ରହଣ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏବେ ଆଉ ଏକ ଖବର ଆସିଛି ଯାହା ଶୁଣି ଅନେକ ଦେଶର ଲୋକେ ଚକିତ ହୋଇଯିବେ । ଟ୍ରମ୍ପ ଖୁବ୍ ଶୀଘ୍ର ଅନେକ ଦେଶ ଉପରେ ନୂତନ ଯାତ୍ରା ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ତାଲିକାରେ ରହିଛି ୪୧ଟି ଦେଶର ନାମ ।

ରିପୋର୍ଟ ଅନୁସାରେ, ଡୋନାଲ୍ଡ ଟ୍ରମ୍ପ ଖୁବ୍‌ଶୀଘ୍ର ଏକ ନୂଆ ଆଦେଶ ପାସ୍ କରିବାକୁ ଯାଉଛନ୍ତି । ସେହି ଅନୁଯାୟୀ ପାକିସ୍ତାନ ସମେତ ୪୧ଟି ଦେଶ ଉପରେ ଆମେରିକାକୁ ଯାତ୍ରା କରିବା ନେଇ ପ୍ରତିବନ୍ଧକ ଲଗାଯିବ। ଏହି ପରିପ୍ରେକ୍ଷୀରେ, ୧୦ଟି ଦେଶର ପ୍ରଥମ ତାଲିକା ମଧ୍ୟ ପ୍ରକାଶ କରାଯାଇଛି। ଏହି ତାଲିକାରେ ଆଫଗାନିସ୍ତାନ, ଇରାନ, ସିରିଆ, କ୍ୟୁବା ଏବଂ ଉତ୍ତର କୋରିଆ ଭଳି ଅନେକ ଦେଶ ଅନ୍ତର୍ଭୁକ୍ତ ରହିଛି । ଏହି ଦେଶଗୁଡ଼ିକର ଭିସା ସମ୍ପୂର୍ଣ୍ଣ ସ୍ଥଗିତ ରହିବା ନେଇ ଜାତୀୟ ଗଣମାଧ୍ୟମ ନ୍ୟଜ ୨୪ ଖବର ପ୍ରକାଶ କରିଛି।

ଯଦି ସୁତ୍ରକୁ ବିଶ୍ୱାସ କରାଯାଏ, ତେବେ ଦ୍ୱିତୀୟ ତାଲିକାରେ ୫ଟି ଦେଶର ନାମ ରହିବ । ସେହି ଦେଶ ଗୁଡିକର ଭିସା ଆଂଶିକ ଭାବରେ ସ୍ଥଗିତ ରହିବ। ଏହି ତାଲିକାରେ ଇରିଟ୍ରିଆ, ହାଇତି, ଲାଓସ, ମିଆଁମାର ଏବଂ ଦକ୍ଷିଣ ସୁଡାନର ନାମ ରହିପାରେ। ଏହା ପର୍ଯ୍ୟଟକ ଏବଂ ଷ୍ଟୁଡେଣ୍ଟ ଭିସା ସହିତ ପ୍ରବାସୀ ଭିସାକୁ ମଧ୍ୟ ପ୍ରଭାବିତ କରିପାରେ।

ଆମେରିକାରେ ଯାତ୍ରା ପ୍ରତିବନ୍ଧକର ତୃତୀୟ ତାଲିକାରେ ପାକିସ୍ତାନ ଏବଂ ଭୁଟାନ ସମେତ ୨୬ଟି ଦେଶ ସାମିଲ ରହିପାରନ୍ତି । ଏହି ଦେଶଗୁଡ଼ିକର ନାଗରିକଙ୍କ ଭିସା ମଧ୍ୟ ଆଂଶିକ ଭାବରେ ନିଷେଧ କରାଯିବ। ଯଦି ଏହି ଦେଶ ଗୁଡ଼ିକର ସରକାର ୬୦ ଦିନ ମଧ୍ୟରେ ସମସ୍ତ ଭିସା ଜନିତ ତ୍ରୁଟି ଦୂର ନ କରନ୍ତି, ତେବେ ଭିସାକୁ ସ୍ଥଗିତ କରାଯିବ ବୋଲି କୁହାଯାଇଛି।

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସମେତ ଟ୍ରମ୍ପ ପ୍ରଶାସନ ମଧ୍ୟ ଏହି ନୂଆ ଯାତ୍ରା ପ୍ରତିବନ୍ଧକକୁ ଅନୁମୋଦନ କରିବେ । ଅନୁମୋଦନ ପରେ ଏହାକୁ ଆମେରିକାରେ ଲାଗୁ କରାଯାଇପାରେ। ଆପଣଙ୍କୁ କହିରଖୁଛୁ ଯେ, ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ୭ଟି ମୁସଲିମ ଦେଶ ଉପରେ ଯାତ୍ରା କରିବା ନେଇ ପ୍ରତିବନ୍ଧକ ଲଗାଇଥିଲେ।

Also Read- Lucky Zodiac Sign: ୧୫ ମାର୍ଚ୍ଚରେ ଚନ୍ଦ୍ରାଧି ଯୋଗ ଶୁଭ ସମକକ୍ଷ, ୫ରାଶିର ଭାଗ୍ୟ ଉଜ୍ୱଳ

About the Author