GST ପରିଷରଭୁକ୍ତ ହେବନାହିଁ ପେଟ୍ରୋଲ-ଡିଜେଲ
Advertisement

GST ପରିଷରଭୁକ୍ତ ହେବନାହିଁ ପେଟ୍ରୋଲ-ଡିଜେଲ

GST ପରିଷରଭୁକ୍ତ ହେବନାହିଁ ପେଟ୍ରୋଲ ଓ ଡିଜେଲ (Petrol Diesel) ।  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitaraman) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୫ତମ ଦ୍ରବ୍ୟ ଏବଂ ସେବା କର ବା GST ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଜିଏସଟି ପରିଷରଭୁକ୍ତ ହେଲେ ଦର କମିବ ବୋଲି ଆଶା କରାଯାଉଥିଲା । ଏପରି ହେଲେ

GST ପରିଷରଭୁକ୍ତ ହେବନାହିଁ ପେଟ୍ରୋଲ-ଡିଜେଲ

ରବିଶଙ୍କର ବାରିକ​, ନୂଆଦିଲ୍ଲୀ: GST ପରିଷରଭୁକ୍ତ ହେବନାହିଁ ପେଟ୍ରୋଲ ଓ ଡିଜେଲ (Petrol Diesel) ।  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitaraman) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୫ତମ ଦ୍ରବ୍ୟ ଏବଂ ସେବା କର ବା GST ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଜିଏସଟି ପରିଷରଭୁକ୍ତ ହେଲେ ଦର କମିବ ବୋଲି ଆଶା କରାଯାଉଥିଲା । ଏପରି ହେଲେ ପେଟ୍ରୋଲ ଦର ୭୫ ଟଙ୍କାକୁ ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଥିଲା । 

GST ପରିଷଦ ବୈଠକରେ ପେଟ୍ରୋଲ ଓ ଡିଜେଲରେ ଜିଏସଟି ଲାଗୁ ହେବା ନେଇ କୌଣସି ଆଲୋଚନା ହୋଇନଥିବା ସୂଚନା ମିଳିଛି । ଜିଏସଟି କାଉନସିଲ ବୈଠକରେ ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଶୁଣାଯାଉଥିଲା । କିନ୍ତୁ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ସ୍ପଷ୍ଟ ସୂଚନା ଦିଆଯାଇଛି ଯେ, ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଉପରେ GST ଲାଗୁହେବ ନାହିଁ । ତୈଳ ଦର ଉପରେ GST ଲାଗୁ ହୋଇଥିଲେ ଦର ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ଥିଲା । 

ବିଭିନ୍ନ ରାଜ୍ୟ ମଧ୍ୟ ପେଟ୍ରୋଲ ଏବଂ ଡିଜେଲକୁ GST ପରିସରଭୁକ୍ତ କରିବାକୁ ବିରୋଧ କରୁଛନ୍ତି । କେରଳ ଓ ମହାରାଷ୍ଟ୍ର ତୈଳ ଦରରେ GST ଲାଗୁକରିବାକୁ ନେଇ ବିରୋଧ କରିଆସୁଛନ୍ତି । ଜିଏସଟି ପରିଷଦ ବୈଠକରେ ଅନ୍ୟ ଦ୍ରବ୍ୟଗୁଡିକ ଉପରେ ଲାଗୁ ହେଉଥିବା କର ଉପରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ବାୟୋ ଡିଜେଲ ଦର ହ୍ରାସ ପାଇଛି । ପୂର୍ବରୁ ବାୟୋ ଡିଜେଲ ଉପରେ ୧୨ ପ୍ରତିଶତ GST ଲାଗୁ ହେଉଥିବା ବେଳେ ଏଣିକି ୫ ପ୍ରତିଶତ GST ଲାଗୁ ହେବ । ଲୁହା, କପର ଏବଂ ମାଙ୍ଗାନିଜ୍  ଉପରେ GST ବୃଦ୍ଧିପାଇଛି । ଏହି ସବୁ ଦ୍ରବ୍ୟ ଉପରେ GST ୫ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । 

ଜିଏସଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ଏକ ବଡ଼ ଘୋଷଣା କରିଛନ୍ତି । କୋଭିଡ-୧୯ରେ ବ୍ୟବହୃତ ହେଉଥିବା ମେଡିସିନ ଉପରେ ଜିଏସଟି ରିହାତି ଅବଧି ବଢାଇଛନ୍ତି  ସରକାର । ଡିସେମ୍ବର ୩୧ ଯାଏଁ ଏହି ରିହାତି ଅବଧି ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଯାହାଦ୍ୱାରା କୋଭିଡ-୧୯ରେ ଆବଶ୍ୟକ ହେଉଥିବା ମେଡିସିନ କମ ମୂଲ୍ୟରେ ମିଳିବ । ଏହାସହ ରେମଡେସିଭିର, ହେପାରିନ ଭଳି ମେଡିସନ ଉପରେ ୫ ପ୍ରତିଶତ GST ରହିବ । ଆଉ ଏହି ରିହାତି ଅବଧି ୩୧ ଡିସେମ୍ବର ଯାଏଁ ରହିବ । 

ସେହିଭଳି ଟୋସିଲଜୁମାବ, ଏମ୍ଫୋଟେରିସିନ-ବି GST ମୁକ୍ତ ରହିବ । ଜୀବନ ରକ୍ଷାକାରୀ ମେଡିସନ ଉପରେ ମଧ୍ୟ ଜିଏସଟି ହ୍ରାସ କରାଯାଇଛି । ଯେପରିକି କ୍ୟାନସର ମେଡିସିନ ଉପରେ ଜିଏସଟି ଦର ୧୨ ପ୍ରତିଶତରୁ କମାଇ ୫ ପ୍ରତିଶତ କରାଯାଇଛି  । ଏହାବାଦ୍ ବିଦେଶରୁ ଆମଦାନୀ ହେଉଥିବା ଜୋଲୋଜେନ୍ସମା ଏବଂ ଭିଲଟେଟସୋ ଭଳି ମହଙ୍ଗା ଔଷଧକୁ ଜିଏସଟି ମୁକ୍ତ କରିଛନ୍ତି ସରକାର ।  ତେବେ ମେଡିକାଲ ଉପକରଣ ଉପରେ ଏହି ରିହାତି ସୁବିଧା ମିଳିବ ନାହିଁ ।

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ତୁରନ୍ତ କରନ୍ତୁ ନାହିଁ ଏହି ୬ଟି କାମ