ପୁଣି ବଢିଲା ତୈଳଦର
Trending Photos
)
ନୂଆଦିଲ୍ଲୀ: ଦେଶରେ ଲଗାତାର ୧୮ ଦିନରେ ମଧ୍ୟରେ ତୈଳଦରରେ ବୃଦ୍ଧି ଘଟିଛି। କିନ୍ତୁ ୧୮ତମ ଦିନରେ କେବଳ ଡିଜେଲ ଦରରେ ହିଁ ବୃଦ୍ଧି ଘଟିଛି। ଫଳରେ ପେଟ୍ରୋଲ ଦରକୁ ପଛରେ ପକାଇଛି ଡିଜେଲ ଦର। ବୁଧବାର ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ। କିନ୍ତୁ ଡିଜେଲ ଦରରେ ଲିଟର ପିଛା ୪୮ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ବୁଧବାର ଡିଜେଲ ଲିଟର ପିଛା ୭୯।୮୮ ଟଙ୍କା ରହିଥିବା ବେଳେ ପେଟ୍ରୋଲ ଦର ୭୯।୭୬ ରହିଛି।
ତେବେ ବିଗତ ୧୮ ଦିନ ମଧ୍ୟରେ ଡିଜେଲ ଦରରେ ୧୦ ଟଙ୍କାରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲ ଦରରେ ୮ଟଙ୍କା ବୃଦ୍ଧି ପାଇଛି। ବିଗତ ୧୮ ଦିନ ମଧ୍ୟରେ ଡିଜେଲ ଦରରେ ୧୦.୪୮ ଟଙ୍କା ବୃଦ୍ଧି ପାଇଛି। ସେହିପରି ବିଗତ ୧୮ ଦିନ ମଧ୍ୟରେ ୮.୫୦ ଟଙ୍କା ବୃଦ୍ଧି ପାଇଛି। ତେବେ ଇଣ୍ଡିଆନ ଅଏଲ ଓ୍ୱେବସାଇଟ ଅନୁଯାୟୀ ମୁମ୍ବାଇରେ ୮୬.୫୪ ଟଙ୍କାରେ ପେଟ୍ରୋଲ ଲିଟର ବିକ୍ରି ହେଉଥିବା ବେଳେ ଡିଜେଲ ଦର ୭୮.୨୨ ଟଙ୍କା ରହିଛି।
ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୩.୦୪ ଟଙ୍କା ରହିଥିବା ବେଳେ ଡିଜେଲ ୭୭.୧୭ ଟଙ୍କା ରହିଛି। କୋଲକାତାରେ ୮୧.୪୫ ଟଙ୍କା ରହିଥିବା ବେଳେ ଡିଜେଲ ଦର ୭୫.୬୦ ଟଙ୍କା ରହିଛି। ସୂଚନାଯୋଗ୍ୟ ଅନ୍ୟ ଦେଶରେ ଡିଜେଲର ମୂଲ୍ୟ ପେଟ୍ରୋଲ ଅପେକ୍ଷା ଅଧିକ ରହିଥାଏ । ଏହାର କାରଣ ହେଉଛି ଏହାର ଉତ୍ପାଦନ ମୂଲ୍ୟ ପେଟ୍ରୋଲଠାରୁ ସାମାନ୍ୟ ଅଧିକ | କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ସରକାର ସବସିଡି ଏବଂ ଟିକସ ଦ୍ୱାରା ଏହାକୁ ଶସ୍ତା ରଖିବାକୁ ଚେଷ୍ଟା କରୁଛନ୍ତି, କାରଣ ଏହା କୃଷି, ପରିବହନ, ବିଦ୍ୟୁତ୍ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟବହୃତ ହେଉଛି | ଇଣ୍ଡିଆନ୍ ଅଏଲ୍ ଅନୁଯାୟୀ, ଯେଉଁଠାରେ ପେଟ୍ରୋଲର ବେସ ପ୍ରାଇସ ଲିଟର ପିଛା ୨୨.୧୧ ଟଙ୍କା, ଡିଜେଲର ବେସ ପ୍ରାଇସ ଲିଟର ପିଛା ୨୨.୯୩ ଟଙ୍କା ରହିଛି।