ଶସ୍ତା ହେଲା ପେଟ୍ରୋଲ! ଭାଟ୍ ହ୍ରାସ କଲେ ଏହି ସରକାର
Advertisement

ଶସ୍ତା ହେଲା ପେଟ୍ରୋଲ! ଭାଟ୍ ହ୍ରାସ କଲେ ଏହି ସରକାର

ଅଶୋଧିତ ତୈଳ ମୂଲ୍ୟ ହ୍ରାସ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ( Petrol diesel prices) 1 ଡିସେମ୍ବରରେ ସ୍ଥିର ରହିଛି । ଏହି ସମୟରେ ରାଜଧାନୀ ଦିଲ୍ଲୀରେ ରହୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି ।

ଶସ୍ତା ହେଲା ପେଟ୍ରୋଲ! ଭାଟ୍ ହ୍ରାସ କଲେ ଏହି ସରକାର

ନୂଆଦିଲ୍ଲୀ: ଡିସେମ୍ବର ପ୍ରଥମ ଦିନରେ କେଜ୍ରିୱାଲ ସରକାର (Kejriwal government) ଦିଲ୍ଲୀବାସୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । କ୍ୟାବିନେଟ ବୈଠକରେ (Cabinet Meeting) ପେଟ୍ରୋଲ ଉପରେ ଭାଟ୍ ହ୍ରାସ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁ କାରଣରୁ ପେଟ୍ରୋଲ ଦିଲ୍ଲୀରେ ବର୍ତ୍ତମାନ ଶସ୍ତା ହେବ । ପେଟ୍ରୋଲ ଦର ହ୍ରାସ ଯୋଗୁଁ ଦିଲ୍ଲୀର ଲୋକମାନେ ଆରାମ ପାଇବେ । ଦିଲ୍ଲୀରେ ପେଟ୍ରୋଲ ବର୍ତ୍ତମାନ 8 ଟଙ୍କା ଶସ୍ତା ହୋଇଛି । ଦିଲ୍ଲୀ ସରକାର (Government of Delhi) ପେଟ୍ରୋଲ ଉପରେ ଭ୍ୟାଟ୍ 30 ପ୍ରତିଶତରୁ 19.40 ପ୍ରତିଶତକୁ ହ୍ରାସ କରିଛନ୍ତି । ପୂର୍ବରୁ ଦିଲ୍ଲୀରେ ପେଟ୍ରୋଲ ପିଛା 103 ଟଙ୍କା ଥିଲା ଯାହା ବର୍ତ୍ତମାନ ଲିଟର ପିଛା 95 ଟଙ୍କା ହୋଇଛି । ଏହି ନୂତନ ଦର ଆଜି ମଧ୍ୟରାତ୍ରିରୁ ପ୍ରଯୁଜ୍ୟ ହେବ ।

ଗତକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ "ଆମେ ଭାଟ୍ ହ୍ରାସ କରିବୁ, ଗଣନା ଚାଲିଛି, ଆମେ ଯାହା ବି କରିବୁ, ଆମେ କଂକ୍ରିଟ୍ କରିବୁ ।" ଏହା କେବେ ପର୍ଯ୍ୟନ୍ତ ହୋଇଯିବ ଏହାର ଜବାବରେ ସିଏମ୍ କହିଛନ୍ତି ଯେ ଡେପୁଟି ସିଏମ୍ ମନୀଷ ସିସୋଦିଆ ମଧ୍ୟ ଏହା ଉପରେ ଦୃଷ୍ଟି ରଖିଛନ୍ତି ଏବଂ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ । ଯଦିଓ ଏପର୍ଯ୍ୟନ୍ତ ୟୁପି ଏବଂ ହରିୟାଣାରେ ଭାଟ୍ ହ୍ରାସ କରାଯାଇ ସାରିଛି, କିନ୍ତୁ ଦିଲ୍ଲୀରେ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

କହି ରଖୁଛୁ ଯେ ସରକାରୀ ତୈଳ କମ୍ପାନୀଗୁଡିକ (IOCL) ପେଟ୍ରୋଲ ଡିଜେଲର ନୂତନ ଦର (Petrol Diesel Price Today) ଜାରି କରିଛି । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ପ୍ରକାଶିତ ଦରରୁ ଜଣା ପଡିଛି ଯେ ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 103.97 ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା 86.57 ଟଙ୍କାରେ ବିକ୍ରି ହେଉଛି । କହି ରଖୁଛୁ ଯେ ତୈଳ କମ୍ପାନୀଗୁଡିକ (IOCL) ଆଜି ମଧ୍ୟ ପେଟ୍ରୋଲ ଡିଜେଲର ମୂଲ୍ୟ ବୃଦ୍ଧି କରିନାହିଁ ।

ଏହା ବି ପଢ଼ନ୍ତୁ: IPL Auction ରେ ସାମିଲ ହେବେ ନାହିଁ ରାହୁଲ-ଶ୍ରେୟସ୍; ତଥାପି ହେବେ ମାଲାମାଲ!