ଆହୁରି କମିବ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଦାମ! ଧର୍ମେନ୍ଦ୍ର ପ୍ରଧାନ ଦେଲେ ଏହି ବଡ଼ ବୟାନ...
Advertisement

ଆହୁରି କମିବ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଦାମ! ଧର୍ମେନ୍ଦ୍ର ପ୍ରଧାନ ଦେଲେ ଏହି ବଡ଼ ବୟାନ...

ଏଠାରେ ଆପଣଙ୍କୁ କହି ରଖୁଛି ଯେ ପୂର୍ବରୁ ଲୋକସଭାରେ ଇନ୍ଧନ ମୂଲ୍ୟ (Fuel Price) ବୃଦ୍ଧି ନେଇ ପ୍ରଶ୍ନର ଉତ୍ତରରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) କହିଥିଲେ ଯେ, ଗତ ସାତ ବର୍ଷ ମଧ୍ୟରେ ଘରୋଇ ଏଲପିଜି ସିଲିଣ୍ଡର (LPG Cylinder) ର ମୂଲ୍ୟ ଦୁଇ ଗୁଣ ହୋଇଛି । ବର୍ତ୍ତମାନ ସିଲିଣ୍ଡର ପିଛା ମୂଲ୍ୟ ହେଉଛି  ୮୧୯ ଟଙ୍କା । ଏହି ସମୟ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ୪୫୯ ପ୍ରତିଶତ ବୃଦ୍ଧି ପାଇଛି ।

ଆହୁରି କମିବ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଦାମ! ଧର୍ମେନ୍ଦ୍ର ପ୍ରଧାନ ଦେଲେ ଏହି ବଡ଼ ବୟାନ...

ନୂଆଦିଲ୍ଲୀ: Petrol-Diesel-LPG Price Reduce: ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ମୂଲ୍ୟରେ ହ୍ରାସ-ବୃଦ୍ଧି ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ଼ ବୟାନ ଦେଇଛନ୍ତି । ରବିବାର ସକାଳେ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) କହିଛନ୍ତି ଯେ, "ପେଟ୍ରୋଲ-ଡିଜେଲ ଏବଂ ଏଲପିଜି ମୂଲ୍ୟ ବର୍ତ୍ତମାନ ହ୍ରାସ ପାଉଛି ଏବଂ ଆଗାମୀ ଦିନରେ ଏହା ଆହୁରି ହ୍ରାସ ପାଇବେ । ଆମେ ଏହା ପୂର୍ବରୁ ମଧ୍ୟ କହିଥିଲୁ ଯେ  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସର ଲାଭକୁ ଅନ୍ତିମ ଗ୍ରାହକଙ୍କୁ ହସ୍ତାନ୍ତର କରିବୁ ।"

ଏଠାରେ ଆପଣଙ୍କୁ କହି ରଖୁଛି ଯେ ପୂର୍ବରୁ ଲୋକସଭାରେ ଇନ୍ଧନ ମୂଲ୍ୟ (Fuel Price) ବୃଦ୍ଧି ନେଇ ପ୍ରଶ୍ନର ଉତ୍ତରରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) କହିଥିଲେ ଯେ, ଗତ ସାତ ବର୍ଷ ମଧ୍ୟରେ ଘରୋଇ ଏଲପିଜି ସିଲିଣ୍ଡର (LPG Cylinder) ର ମୂଲ୍ୟ ଦୁଇ ଗୁଣ ହୋଇଛି । ବର୍ତ୍ତମାନ ସିଲିଣ୍ଡର ପିଛା ମୂଲ୍ୟ ହେଉଛି  ୮୧୯ ଟଙ୍କା । ଏହି ସମୟ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ୪୫୯ ପ୍ରତିଶତ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ:-ଦେଶରେ ପୁଣି ଲାଗିବ କି ଲକଡାଉନ? ଜାଣନ୍ତୁ କ'ଣ ରହିଛି କୋରୋନା ପ୍ରଭାବିତ ରାଜ୍ୟର ବିଚାର

ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ଧୀରେ ଧୀରେ ବୃଦ୍ଧି ଏଲପିଜି ଓ କିରୋସିନ (PDS ଅଧୀନରେ) ଉପରେ ସବସିଡି ସମାପ୍ତ କରିଦିଆଯାଇଛି । ସେ ଆହୁରି କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଡିସେମ୍ବର ୨୦୨୦ରେ ଏହାର ମୂଲ୍ୟ ସିଲିଣ୍ଡର ପିଛା ୫୯୪ ଟଙ୍କା ଥିଲା ।