ପେଟ୍ରୋଲ, ଡିଜେଲ ପରେ ଖାଇବା ତେଲ ହେଲା ଶସ୍ତା: ଜାଣନ୍ତୁ ନୂଆ ଦର
Advertisement

ପେଟ୍ରୋଲ, ଡିଜେଲ ପରେ ଖାଇବା ତେଲ ହେଲା ଶସ୍ତା: ଜାଣନ୍ତୁ ନୂଆ ଦର

ଦୀପାବଳିର ଗୋଟିଏ ଦିନ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରି କେନ୍ଦ୍ର ସରକାର ଦେଶବାସୀଙ୍କ ଦୀପାବଳି ଉପହାର ଦେଇଥିବା ବେଳେ ଏବେ ଖାଇବା ତେଲରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। 

ପେଟ୍ରୋଲ, ଡିଜେଲ ପରେ ଖାଇବା ତେଲ ହେଲା ଶସ୍ତା: ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: ଖାଦ୍ୟ ଏବଂ ସାର୍ବଜନିକ ବଣ୍ଟନ ବିଭାଗର ସଚିବ ସୁଧାଂଶୁ ପାଣ୍ଡେ ଶୁକ୍ରବାର କହିଛନ୍ତି ଯେ ଖାଇବା ତେଲର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି। ଅନେକ ସ୍ଥାନରେ ୨୦, ୧୮, ୧୦, ୭ ଟଙ୍କା ହ୍ରାସ ହୋଇଥିବା ନେଇ ପଞ୍ଜିକୃତ ହୋଇଛି। ଆସନ୍ତୁ ଆପଣଙ୍କୁ କହିବା ଯେ ପାମ୍, ମୁଗଡାଲି, ବାଦାମ, ସୋୟାବିନ୍, ସୂର୍ଯ୍ୟମୁଖୀ ଏବଂ ସମସ୍ତ ପ୍ରମୁଖ ତେଲରେ ହ୍ରାସ ଘଟିଛି । ପାର୍ବଣ ସମୟରେ ଖାଇବା ତେଲର ମୂଲ୍ୟରେ ଏପରି ହ୍ରାସ ଗ୍ରାହକଙ୍କ ପାଇଁ ଅତ୍ୟନ୍ତ ଆରାମଦାୟକ । ଦୀପାବଳିର ଗୋଟିଏ ଦିନ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରି କେନ୍ଦ୍ର ସରକାର ଦେଶବାସୀଙ୍କ ଦୀପାବଳି ଉପହାର ଦେଇଥିବା ବେଳେ ଏବେ ଖାଇବା ତେଲରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। 

ପାମ୍ ଅଏଲ୍ (Palm oil)ରେ ମୂଲ୍ୟ ହ୍ରାସ 

ଦିଲ୍ଲୀର ଖୁଚୁରା ବଜାରରେ ପାମ୍ ଅଏଲ୍ - ଲିଟର ପିଛା ୬ ଟଙ୍କା  
ଆଲିଗଡରେ ପାମ୍ ଅଏଲ୍ - ଲିଟର ପିଛା ୧୮ ଟଙ୍କା 
ମେଘାଳୟରେ ପାମ୍ ଅଏଲ୍ - ଲିଟର ପିଛା ୧୦ ଟଙ୍କା 
ତାମିଲନାଡୁରେ ପାମ୍ ଅଏଲ୍- ଲିଟର ପିଛା ୫ ରୁ ୭ ଟଙ୍କା

Also Read: ପୋଷ୍ଟ ଅଫିସର ଶାନଦାର ସ୍କିମ୍, ଯାହା ଆପଣଙ୍କୁ କରିଦେବ କୋଟିପତି

ନଡ଼ିଆ ତେଲର (Coconut Oil) ମୂଲ୍ୟରେ ହ୍ରାସ 

ଦିଲ୍ଲୀରେ - ଲିଟର ପିଛା ୭ ଟଙ୍କା 
ମଧ୍ୟପ୍ରଦେଶରେ - ଲିଟର ପିଛା ୧୦ ଟଙ୍କା 
ମେଘାଳୟରେ - ଲିଟର ପିଛା ୧୦ ଟଙ୍କା 
ତାମିଲନାଡୁରେ - ଲିଟର ପିଛା ୧୦ ଟଙ୍କା 
ଆଲିଗଡରେ - ଲିଟର ପିଛା ୫ ଟଙ୍କା 

ସୋୟା ତେଲ (Soybean Oil) ରେ ହ୍ରାସ

ଦିଲ୍ଲୀ- ଲିଟର ପିଛା ୫ ଟଙ୍କା ହ୍ରାସ
ଲୁଧିଆନା ଏବଂ ଆଲିଗଡରେ- ଲିଟର ପିଛା ୫ ଟଙ୍କା ହ୍ରାସ 
ଛତିଶଗଡରେ- ଲିଟର ପିଛା ୧୧ ଟଙ୍କା 
ମହାରାଷ୍ଟ୍ରରେ- ଲିଟର ପିଛା ୫ ରୁ ୭ ଟଙ୍କା 

Also Read: କବରସ୍ଥାନ ନୁହେଁ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଖର୍ଚ୍ଚ କରୁଛୁ ଲୋକଙ୍କ ଟଙ୍କା: UP CM Yogi

ସୂର୍ଯ୍ୟମୁଖୀ ତେଲ (Sunflower Oil) ରେ ହ୍ରାସ

ଦିଲ୍ଲୀ- ପ୍ରତି ଲିଟର ୧୦ ଟଙ୍କା ହ୍ରାସ
ଓଡ଼ିଶା- ପ୍ରତି ଲିଟର ୫ ଟଙ୍କା ହ୍ରାସ
ମେଘାଳୟରେ ସବୁଠାରୁ ଅଧିକ ହ୍ରାସ ପ୍ରତି ଲିଟର ୨୦ ଟଙ୍କା କମ୍