ରାଜଧାନୀରେ ପୁଣି କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍
Advertisement

ରାଜଧାନୀରେ ପୁଣି କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟରେ କୌଣସି ବୃଦ୍ଧି କରିନାହାଁନ୍ତି । ଅନ୍ୟପକ୍ଷେ ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟରେ ୪୨ ପଇସାର ହ୍ରାସ ଘଟିଛି । 

ରାଜଧାନୀରେ ପୁଣି କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ବୈଶ୍ୱିକ ବଜାରରେ ତୈଳ ଦରରେ ହ୍ରାସ ଦେଖା ଦେଇଛି । କିନ୍ତୁ ଭାରତୀୟ ବଜାରରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁ ନାହିଁ । ଅନ୍ୟପକ୍ଷେ ଦେଶରେ କୋରୋନା ଯୋଗୁଁ ସଙ୍କଟର ସ୍ଥିତି ଜାରି ରହିଛି । ଏହି ପରିସ୍ଥିତିରେ ଦେଶରେ ଲଗାତର ଡିଜେଲ ଦରରେ ବୃଦ୍ଧି ଘଟୁଛି । ଆଜି ଅର୍ଥାତ ସୋମବାର ଦିଲ୍ଲୀ ସମେତ ଦେଶର ୪ଟି ମହାନଗରରେ ଡିଜେଲ ଦର ବଢ଼ିଛି । ଅନ୍ୟପକ୍ଷେ ରାଜଧାନୀ ଭୁବନେଶ୍ୱରରେ ଲଗାତର ଦ୍ୱିତୀୟ ଦିନ ପେଟ୍ରୋଲ-ଡିଜେଲ ଦରରେ ହ୍ରାସ ଘଟିଛି ।

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟରେ କୌଣସି ବୃଦ୍ଧି କରିନାହାଁନ୍ତି । ଅନ୍ୟପକ୍ଷେ ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟରେ ୪୨ ପଇସାର ହ୍ରାସ ଘଟିଛି । ସେପଟେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଡିଜେଲ ମୂଲ୍ୟରେ ଯଥାକ୍ରମେ: ୧୨ ପଇସା, ୧୨ ପଇସା, ୧୦ ପଇସା ଏବଂ ୧୦ ପଇସା ବୃଦ୍ଧି ଘଟିଛି । କେବଳ ଭୁବନେଶ୍ୱରରେ ଡିଜେଲ ମୂଲ୍ୟରେ ୨୮ ପଇସା ହ୍ରାସ ଘଟିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୮୦.୪୩ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୮୭.୧୯ ଟଙ୍କା ରହିଛି । କୋଲକାତା ଲିଟର ପିଛା ୮୨.୧୦ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୩.୬୩ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୮୧.୦୧ ଟଙ୍କା ରହିଛି ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୧.୬୪ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୭୯.୮୩ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୭୬.୭୭ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୭୮.୬୦ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୭୯.୭୩ ଟଙ୍କା ଦରରେ ବିକ୍ରି ହେଉଛି ।