ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟରେ କୌଣସି ବୃଦ୍ଧି କରିନାହାଁନ୍ତି । କିନ୍ତୁ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦରରେ ୨୩ ପଇସାର ବୃଦ୍ଧି ଘଟିଛି ।
Trending Photos
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ତୈଳ ଦରରେ ହ୍ରାସ ଦେଖା ଦେଇଛି । କିନ୍ତୁ ଭାରତୀୟ ବଜାରରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁ ନାହିଁ । ଅନ୍ୟପକ୍ଷେ ଦେଶରେ କୋରୋନା ଯୋଗୁଁ ସଙ୍କଟର ସ୍ଥିତି ଜାରି ରହିଛି । ଆଜି ଅର୍ଥାତ ମଙ୍ଗଳବାର ଦିଲ୍ଲୀ ସମେତ ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦରରେ କୌଣସି ବୃଦ୍ଧି ଘଟିନାହିଁ । ଅନ୍ୟପକ୍ଷେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତୈଳ ଦରରେ ବୃଦ୍ଧି ରେକର୍ଡ କରାଯାଇଛି ।
ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟରେ କୌଣସି ବୃଦ୍ଧି କରିନାହାଁନ୍ତି । କିନ୍ତୁ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦରରେ ୨୩ ପଇସାର ବୃଦ୍ଧି ଘଟିଛି । ସେପଟେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । କେବଳ ଭୁବନେଶ୍ୱରରେ ଡିଜେଲ ମୂଲ୍ୟରେ ୨୨ ପଇସାର ବୃଦ୍ଧି ଘଟିଛି ।
ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୮୦.୪୩ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୮୭.୧୯ ଟଙ୍କା ରହିଛି । କୋଲକାତା ଲିଟର ପିଛା ୮୨.୧୦ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୩.୬୩ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୮୧.୪୩ ଟଙ୍କା ରହିଛି ।
ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୧.୯୪ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୮୦.୧୧ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୭୭.୦୪ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୭୮.୮୬ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୦.୪୨ ଟଙ୍କା ଦରରେ ବିକ୍ରି ହେଉଛି ।