Petrol-Diesel Price: ରାଜଧାନୀରେ ପୁଣି ଖସିଲା ପେଟ୍ରୋଲ-ଡିଜେଲ ଦର, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍
Advertisement

Petrol-Diesel Price: ରାଜଧାନୀରେ ପୁଣି ଖସିଲା ପେଟ୍ରୋଲ-ଡିଜେଲ ଦର, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍

Petrol-Diesel Price: ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ସେପଟେ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି । ସେପଟେ ଭୁବନେଶ୍ୱରରେ ପେଟ୍ରୋଲ-ଡିଜେଲ ଦରରେ ହ୍ରାସ ଘଟିଛି ।

Petrol-Diesel Price: ରାଜଧାନୀରେ ପୁଣି ଖସିଲା ପେଟ୍ରୋଲ-ଡିଜେଲ ଦର, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: Today Petrol-Diesel Rate 29 September 2022: ଅଶୋଧିତ ତୈଳ ମୂଲ୍ୟ (Crude Oil Price) ପୁଣି ଥରେ ବଢ଼ିବା ଆରମ୍ଭ କରିଛି । ସୋମବାର ଏହା ନଅ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା । କିନ୍ତୁ ମଙ୍ଗଳବାର ଓ ବୁଧବାରରେ ବ୍ୟାରେଲ ପିଛା ୪ ଡଲାରରେ ବୃଦ୍ଧି ପାଇଛି । ଆମେରିକାରେ ମେକ୍ସିକୋ ଗଲ୍ଫରେ ଝଡ଼ ଯୋଗୁଁ ତୈଳ ଯୋଗାଣ ବ୍ୟାହତ ହୋଇଛି । ଏଥି ସହିତ ଆମେରିକାର ତୈଳ ଭଣ୍ଡାର ହ୍ରାସ ପାଇଛି । ଏହା ବ୍ୟତୀତ ଅକ୍ଟୋବର ୫ରେ ଓପେକ ପ୍ଲସ୍ (OPEC+)  ଦେଶର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ଉତ୍ପାଦନ ହ୍ରାସ ପାଇଁ ନିଷ୍ପତ୍ତି ନିଆଯାଇପାରେ । ଏହିସବୁ କାରଣରୁ ଅନ୍ତର୍ଜାତୀୟ ସ୍ତରରେ ବୁଧବାର ଅଶୋଧିତ ତୈଳର ମୂଲ୍ୟରେ ବ୍ୟାରେଲ ପିଛା ୨ ଡଲାର ବୃଦ୍ଧି ପାଇଛି । ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ପ୍ରାୟ ୮୯ ଡଲାର ଥିବାବେଳେ ଡବ୍ଲୁଟିଆଇ ବ୍ୟାରେଲ ପିଛା ୮୧.୮୭ ଡଲାରକୁ ପହଞ୍ଚିଛି । 

ଅନ୍ୟପଟେ ଆଜି (ଗୁରୁବାର) ଅର୍ଥାତ ସେପ୍ଟେମ୍ୱର ୨୯ ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ସେପଟେ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି । ସେପଟେ ଭୁବନେଶ୍ୱରରେ ପେଟ୍ରୋଲ-ଡିଜେଲ ଦରରେ ହ୍ରାସ ଘଟିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬.୭୨ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୬.୩୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୬.୦୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୬୩ ଟଙ୍କା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩.୦୩ ଟଙ୍କା ରହିଛି । ଗତକାଲି ଏଠାରେ ପେଟ୍ରୋଲ ଦର ୧୦୩.୬୦ ଟଙ୍କା ଥିଲା । ସେହିପରି ହାଇଦ୍ରାବାଦରେ ପେଟ୍ରୋଲ ଦର ୧୦୯.୬୬ ଟଙ୍କା ରହିଛି । ବେଙ୍ଗାଲୁରୁରେ ପେଟ୍ରୋଲ ଦର ୧୦୧.୯୪ ଟଙ୍କା ରହିଛି ।

ଆଜି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୨୭ ଟଙ୍କା ଓ କୋଲକାତାରେ ଲିଟର ପିଛା ୯୨.୭୬ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୪.୬ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ୯୪.୬୨ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଡିଜେଲ ଦର ୯୫.୧୫ ଟଙ୍କା ଥିଲା । ସେପଟେ ହାଇଦ୍ରାବାଦରେ ଡିଜେଲ ମୂଲ୍ୟ ୯୭.୮୨ ଟଙ୍କା ଥିବାବେଳେ ବେଙ୍ଗାଲୁରୁରେ ୮୭.୮୯ ଟଙ୍କା ରହିଛି ।

ଅଧିକ ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ପରେ ବର୍ତ୍ତମାନ ମହାରାଷ୍ଟ୍ରରେ କଂଗ୍ରେସକୁ ଲାଗିବ ଜୋରଦାର ଝଟକା, ବିଜେପିରେ ଯୋଗଦେବେ ଏସବୁ ବଡ଼ ନେତା!

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ବଢ଼ିଲା ୪ ପ୍ରତିଶତ ମହଙ୍ଗା ଭତ୍ତା; ରାଜ୍ୟ ସରକାର କଲେ ଘୋଷଣା

ଅଧିକ ପଢ଼ନ୍ତୁ:-ପାର୍ବଣ ଋତୁରେ କେନ୍ଦ୍ର କର୍ମଚାରୀମାନଙ୍କୁ ମିଳିଲା ବଡ଼ ଉପହାର, ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଲେ ମୋଦି ସରକାର

 

 

ଜାଣନ୍ତୁ ଆପଣଙ୍କ ସହରର ରେଟ୍

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।

ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।