ଆଜି କେତେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ? ଶୀଘ୍ର ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
Advertisement

ଆଜି କେତେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ? ଶୀଘ୍ର ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

Today Petrol-Diesel Rate 10 August 2022: ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ (Crude Oil Price) ଆଜି ସ୍ଥିର ରହିଛି । ବିଗତ କିଛି ଦିନ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଥିଲା ।

ଆଜି କେତେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ? ଶୀଘ୍ର ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: Today Petrol-Diesel Rate 10 August 2022:  ଆଜି (ବୁଧବାର) ଅର୍ଥାତ ଅଗଷ୍ଟ ୧୦ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଦେଇଛନ୍ତି ।  ଆଜି ଲଗାତର ୮୦ ଦିନ ହେବ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଘଟି ନାହିଁ । ସେହିପରି ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ (Crude Oil Price) ଆଜି ସ୍ଥିର ରହିଛି । ବିଗତ କିଛି ଦିନ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଥିଲା । ଏଭଳି ପରିସ୍ଥିତିରେ ଇନ୍ଧନ ମୂଲ୍ୟରେ ରିହାତି ଆଶା ବୃଦ୍ଧି ପାଇଛି । ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୯୬.୧୭ ଡଲାର ଥିବାବେଳେ ଡବ୍ଲୁଟିଆଇ ବ୍ୟାରେଲ ପିଛା ୯୦.୩୦ ଡଲାର ରହିଛି । 

ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ଆଜି ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ସେପଟେ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି ଘଟିଛି । 

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬.୭୨ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୬.୩୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୬.୦୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୬୩ ଟଙ୍କା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩.୬୦ ଟଙ୍କା ରହିଛି । ଗତକାଲି ଏଠାରେ ପେଟ୍ରୋଲ ଦର ୧୦୩.୧୯ ଟଙ୍କା ଥିଲା ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୨୭ ଟଙ୍କା ଓ କୋଲକାତାରେ ଲିଟର ପିଛା ୯୨.୭୬ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୪.୨୪ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ୯୫.୧୫ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଡିଜେଲ ଦର ୯୪.୭୬ ଟଙ୍କା ଥିଲା । 

ଏହା ବି ପଢ଼ନ୍ତୁ:-ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ନେଲା ଭାରତ ପାଇଁ ବଡ଼ ପଦକ୍ଷେପ, ଚୀନର ବଢ଼ିଲା ଟେନସନ୍

ଏହା ବି ପଢ଼ନ୍ତୁ:-ପୁଣି ଡରାଇଲାଣି କୋରୋନା: ରାଜଧାନୀରେ ଦିନକରେ କୋଭିଡ୍ ମାମଲାରେ ବଡ଼ ଧରଣର ବୃଦ୍ଧି, ପଜିଟିଭ ରେଟ୍ ୧୫ ପ୍ରତିଶତରୁ ଅଧିକ

ଏହା ବି ପଢ଼ନ୍ତୁ:-ଏଣିକି ବିନା ଇଣ୍ଟରନେଟ ଓ ସ୍ମାର୍ଟଫୋନରେ ପଠାଇପାରିବେ ଟଙ୍କା, ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

 

ଜାଣନ୍ତୁ ଆପଣଙ୍କ ସହରର ରେଟ୍

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।

ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।