ପେଟ୍ରୋଲ-ଡିଜେଲକୁ ଶସ୍ତା କରିବା ପାଇଁ ଟିକସ କାହିଁକି ହ୍ରାସ କରୁନାହାଁନ୍ତି ମୋଦି ସରକାର?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) କହିଛନ୍ତି ଯେ ଯଦି ପୂର୍ବ ସରକାର ଅଶୋଧିତ ତୈଳ ଉପରେ ଦେଶର ନିର୍ଭରଶୀଳତାକୁ ହ୍ରାସ କରିଥାନ୍ତେ, ତେବେ ଦେଶକୁ ମହଙ୍ଗା ତେଲର ଭାର ବହନ କରିବାକୁ ପଡ଼ିନଥାନ୍ତା ।

ପେଟ୍ରୋଲ-ଡିଜେଲକୁ ଶସ୍ତା କରିବା ପାଇଁ ଟିକସ କାହିଁକି ହ୍ରାସ କରୁନାହାଁନ୍ତି ମୋଦି ସରକାର?

ନୂଆଦିଲ୍ଲୀ: ଦେଶରେ ଲଗାତର ପେଟ୍ରୋଲ-ଡିଜେଲର ମୂଲ୍ୟ (Petrol-Diesel Price) ବଢ଼ିବାରେ ଲାଗିଛି । କ୍ରମାଗତ ଦ୍ୱାଦଶ ଦିନ ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି ।  ଦେଶର ଅନେକ ସହରରେ ପେଟ୍ରୋଲ (Petrol Price) ୧୦୦ ଟଙ୍କା ଅତିକ୍ରମ କରିଛି । ଶନିବାର ଦିଲ୍ଲୀରେ ପେଟ୍ରୋଲ ପ୍ରାୟ ୯୧ ଟଙ୍କା (୯୦.୫୮ ଟଙ୍କା) ରେ ପହଞ୍ଚିଛି । ଅନେକ ସହରରେ ଡିଜେଲ ମୂଲ୍ୟ (Diesel Price) ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ଯାହା ଫଳରେ ସାଧାରଣ ଜନତାଙ୍କ ଉପରେ ବୋଝ ବଢ଼ି ବଢ଼ି ଚାଲିଛି । ଏଭଳି ପରିସ୍ଥିତିରେ ପୁଣି ଥରେ ପ୍ରଶ୍ନ ଉଙ୍କି ମାରୁଛି ଯେ ସରକାର ଟିକସ ହ୍ରାସ କରି ମୂଲ୍ୟ ବୃଦ୍ଧି ଉପରେ କାହିଁକି ଅଙ୍କୁଶ ଲଗାଉ ନାହାଁନ୍ତି? ଆସନ୍ତୁ ଜାଣିବା ଏହା ପଛରେ ମୋଦି ସରକାର (Modi Govt) ଙ୍କ କ’ଣ ଅସହାୟତା ଥାଇପାରେ ।

ଅଧିକ ପଢ଼ନ୍ତୁ:-ଭାରତରେ ଶତକ ମୁହାଁ ପେଟ୍ରୋଲ ଦର, କିନ୍ତୁ ପାକିସ୍ତାନରେ କାହିଁକି ଏତେ ଶସ୍ତା?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) କହିଛନ୍ତି ଯେ ଯଦି ପୂର୍ବ ସରକାର ଅଶୋଧିତ ତୈଳ ଉପରେ ଦେଶର ନିର୍ଭରଶୀଳତାକୁ ହ୍ରାସ କରିଥାନ୍ତେ, ତେବେ ଦେଶକୁ ମହଙ୍ଗା ତେଲର ଭାର ବହନ କରିବାକୁ ପଡ଼ିନଥାନ୍ତା । ଏଥିରୁ ଜଣାପଡୁଛି ଯେ ସରକାର ଏପର୍ଯ୍ୟନ୍ତ ଟିକସ ହ୍ରାସ କରିବାର ମୁଡରେ ନାହାଁନ୍ତି । ବର୍ତ୍ତମାନ ସମୟରେ ପେଟ୍ରୋଲ-ଡିଜେଲର ଯେଉଁ ରେକର୍ଡ ମୂଲ୍ୟ ରହିଛି, ତାହାର ସବୁଠାରୁ ବଡ କାରଣ ହେଉଛି ଏହା ଉପରେ ବହୁତ ଟ୍ୟାକ୍ସ ଲଗାଯାଇଛି । ଦେଶ ଭିତରେ ପେଟ୍ରୋଲ କିମ୍ବା ଡିଜେଲର ମୂଲ୍ୟ ନିର୍ଣ୍ଣୟ କରିବାକୁ ଆମେ ଦିଲ୍ଲୀର ଉଦାହରଣ ନେଉଛୁ । ପ୍ରଥମେ ପେଟ୍ରୋଲ ମୂଲ୍ୟରେ ମୂଳ ଦର ବା ବେସ ପ୍ରାଇସ୍ ଯୋଗ କରାଯାଏ ।

ଅଧିକ ପଢ଼ନ୍ତୁ:-ପୁଣି ମିଳିଲା କୋରୋନାର ନୂଆ ଷ୍ଟ୍ରେନ୍, ଭ୍ୟାକ୍ସିନର ପ୍ରଭାବକୁ କରିପାରେ କମ୍

ଦିଲ୍ଲୀରେ ଫେବୃଆରୀ ୧୬ରେ ଲିଟର ପିଛା ବେସ୍ ପ୍ରାଇସ ୩୧.୮୨ ଟଙ୍କା ଥିଲା । ଏହା ପରେ ଏଥିରେ ପରିବହନ ଖର୍ଚ୍ଚ ୨୮ ପଇସା ଯୋଗ କରାଯାଇଛି । ଏହା ପରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏହି ତେଲକୁ ଡିଲରମାନଙ୍କୁ ୩୨.୧୦ ଟଙ୍କା ମୂଲ୍ୟରେ ବିକ୍ରି କରନ୍ତି । ଏହା ପରେ କେନ୍ଦ୍ର ସରକାର (Central Govt) ପ୍ରତ୍ୟେକ ଲିଟର ପେଟ୍ରୋଲ ଉପରେ ୩୨.୯୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି (ଉତ୍ପାଦନ ଶୁଳ୍କ) ଲାଗୁ କରିଛନ୍ତି । ଏହିପରି ପେଟ୍ରୋଲ ମୂଲ୍ୟ ଗୋଟିଏ ଝଟକାରେ ୬୫ ଟଙ୍କା ହୋଇଯାଏ ।

ଏହା ବ୍ୟତୀତ ପେଟ୍ରୋଲ ପମ୍ପ ଡିଲର ପ୍ରତ୍ୟେକ ଲିଟର ପେଟ୍ରୋଲ ଉପରେ ୩.୬୮ ଟଙ୍କାର କମିଶନ ଯୋଡିଥାଏ । ଏହା ପରେ ଯେଉଁଠାରେ ପେଟ୍ରୋଲ ବିକ୍ରି କରାଯାଇଥାଏ ତାହାର ମୂଲ୍ୟରେ ସେହି ରାଜ୍ୟ ସରକାରଙ୍କ ତରଫରୁ ଲଗାଯାଉଥିବା ଭ୍ୟାଟ୍ କିମ୍ବା ବିକ୍ରୟ କର ଯୋଡ଼ା ଯାଇଥାଏ । ଉଦାହରଣ ସ୍ୱରୂପ, ଦିଲ୍ଲୀରେ ୨୦.୬୧ ଟଙ୍କା ଭ୍ୟାଟ୍ ଯୋଡା ଯାଇଛି । ଏହିପରି ଶେଷରେ ସାଧାରଣ ଲୋକଙ୍କୁ ଏକ ଲିଟର ପେଟ୍ରୋଲ ପାଇଁ ଦିଲ୍ଲୀରେ ୮୯.୨୯ ଟଙ୍କା ଦେବାକୁ ପଡୁଛି ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଫେବୃଆରୀ ୨୨ରୁ ଚାଲିବ ଏହି ୩୫ଟି ଟ୍ରେନ୍

ତୈଳ ଉପରେ ସରକାର ଟିକସରୁ ବିପୁଳ ଅର୍ଥ ଉପାର୍ଜନ କରୁଛନ୍ତି: ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ ସରକାର ଚଳିତ ଆର୍ଥିକ ବର୍ଷରେ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟିରୁ ୩.୪୯ ଲକ୍ଷ କୋଟି ଟଙ୍କା ପାଇବେ । ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଅନୁମାନ ୨.୪୯ ଲକ୍ଷ କୋଟି ଟଙ୍କାରୁ ୩୯.୩ ପ୍ରତିଶତ କିମ୍ବା ପ୍ରାୟ ୯୭,୬୦୦ କୋଟି ଟଙ୍କା ଅଧିକ ହେବ । ଅର୍ଥାତ୍ ପେଟ୍ରୋଲ ଓ ଡିଜେଲ ଉପରେ ଟ୍ୟାକ୍ସରୁ ସରକାର  କୋରୋନା କାଳ ସତ୍ତ୍ୱେ ଚଳିତ ବର୍ଷ ବିପୁଳ ପରିମାଣର ଆୟ କରିବାକୁ ଯାଉଛି ।

ଅବଶିଷ୍ଟ ଟିକସ ହ୍ରାସର କ୍ଷତିପୂରଣ: ଅନ୍ୟପକ୍ଷରେ କୋରୋନା ସଙ୍କଟ ଯୋଗୁଁ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କୁ ଜିଏସଟି ସଂଗ୍ରହ ଓ କଷ୍ଟମ୍ସ ଡ୍ୟୁଟି ସଂଗ୍ରହରେ ବହୁତ କମି ଆସିବ । ଏକ ଆକଳନ ଅନୁଯାୟୀ ଜିଏସଟି ସଂଗ୍ରହରେ ୨୫.୭ ପ୍ରତିଶତ ଓ କଷ୍ଟମ ଡ୍ୟୁଟିରେ ୧୮.୮ ପ୍ରତିଶତ ହ୍ରାସ ହୋଇପାରେ । ଅର୍ଥାତ୍ ଜିଏସଟି ସଂଗ୍ରହ ଆକଳନ ଠାରୁ ୧.୪୯ ଲକ୍ଷ କୋଟି କମ୍ ଏବଂ କଷ୍ଟମ୍ ଡ୍ୟୁଟି ଆକଳନ ଠାରୁ ୨୬,୦୦୦ କୋଟି କମ୍ ମିଳିପାରେ ।

ଅଧିକ ପଢ଼ନ୍ତୁ:-ସଙ୍କଟରେ ଖଟ୍ଟର ସରକାର! ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ

ସେହିଭଳି ଚଳିତ ବର୍ଷର ସଂଶୋଧିତ ଆକଳନ ଅନୁଯାୟୀ କର୍ପୋରେଟ୍ ଟ୍ୟାକ୍ସ ସଂଗ୍ରହ ୩୪.୫ ପ୍ରତିଶତ ହ୍ରାସ ହୋଇ ୪.୪୬ ଲକ୍ଷ କୋଟି ଟଙ୍କା ହୋଇପାରେ । ସେହିଭଳି ଆୟକର ସଂଗ୍ରହ ଆକଳନରୁ ୨୭ ପ୍ରତିଶତ ହ୍ରାସ ଘଟି ମାତ୍ର ୪.୫୯ ଲକ୍ଷ କୋଟି ଟଙ୍କା ରହିପାରେ । କୋରୋନା ଅବଧିରେ ପେଟ୍ରୋଲ ଓ ଡିଜେଲ ବ୍ୟବହାରରେ ତୀବ୍ର ହ୍ରାସ ସତ୍ତ୍ୱେ ଏକ୍ସାଇଜ୍ ଡ୍ୟୁଟି ସଂଗ୍ରହ ବୃଦ୍ଧି ପାଇଛି ।

ତେବେ ବୋଧହୁଏ ଏହା ହେଉଛି କାରଣ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ହ୍ରାସ କରିବାକୁ ସରକାର ମୁଡରେ ନାହାଁନ୍ତି । ଅର୍ଥାତ୍ ସରକାର ଜିଏସଟି ଏବଂ ଅନ୍ୟାନ୍ୟ ଟିକସ ସଂଗ୍ରହରେ ହେଉଥିବା କମିକୁ ପେଟ୍ରୋଲ ଓ ଡିଜେଲର ଟ୍ୟାକ୍ସରୁ ପୂରଣ କରିବାକୁ ଚାହୁଁଛନ୍ତି । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସଂସଦରେ ସ୍ପଷ୍ଟ କରିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ହ୍ରାସ କରିବାକୁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ ।