ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍
Advertisement

ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

ତୈଳ କମ୍ପାନୀଗୁଡିକ ବୁଧବାର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ (Petrol Price) ଯଥାକ୍ରମେ ୨୫ ପଇସା, ୨୪ ପଇସା, ୨୪ ପଇସା ଓ ୨୨ ପଇସା ବୃଦ୍ଧି କରିଛନ୍ତି । 

ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: Today Petrol-Diesel Rate May 6th 2021: ଦେଶରେ ଲଗାତର ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ରେ ବୃଦ୍ଧି ରେକର୍ଡ କରାଯାଉଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର (Crued Oil) ରେ ବୃଦ୍ଧି ଘଟିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶର ଅନେକ ସହରରେ ପେଟ୍ରୋଲ ଦର ୧୦୦ ପାର କରିସାରିଛି । ଆଜି (ବୁଧବାର) ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି । ବୁଧବାର ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ରେ ବୃଦ୍ଧ ଘଟିଛି । ସେପଟେ ରାଜଧାନୀ ଭୁବନେଶ୍ୱରରେ ତୈଳ ଦରରେ ହ୍ରାସ ଦେଖାଦେଇଛି । 

ଅଧିକ ପଢ଼ନ୍ତୁ:-କୋରୋନା ସୁନାମିରେ ଭାଙ୍ଗିଲା ସମସ୍ତ ରେକର୍ଡ, ଦେଶରେ ପ୍ରଥମ ଥର ପାଇଁ ଦିନକରେ ୪୨୦୫ ସଂକ୍ରମିତଙ୍କ ମୃତ୍ୟୁ

ତୈଳ କମ୍ପାନୀଗୁଡିକ ବୁଧବାର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ (Petrol Price) ଯଥାକ୍ରମେ ୨୫ ପଇସା, ୨୪ ପଇସା, ୨୪ ପଇସା ଓ ୨୨ ପଇସା ବୃଦ୍ଧି କରିଛନ୍ତି । ଅନ୍ୟପକ୍ଷେ ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟରେ ୨୩ ପଇସାର ହ୍ରାସ ଘଟିଛି । ସେହିପରି ଦିଲ୍ଲୀ, ମୁମ୍ବାଇ,  କୋଲକାତା ଓ ଚେନ୍ନାଇରେ ଡିଜେଲର ମୂଲ୍ୟ ଯଥାକ୍ରମେ ୨୫ ପଇସା, ୨୮ ପଇସା, ୨୫ ପଇସା ଓ ୨୪ ପଇସା ବୃଦ୍ଧି ପାଇଛି । ସେପଟେ ଭୁବନେଶ୍ୱରରେ ଡିଜେଲର ମୂଲ୍ୟରେ ୨୦ ପଇସାର ହ୍ରାସ ଘଟିଛି । 

ଅଧିକ ପଢ଼ନ୍ତୁ:-ହିମନ୍ତ ବିଶ୍ୱ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଆସାମରୁ ସିନ୍ଧିଆଙ୍କୁ ଦେଲା ଏହି ବାର୍ତ୍ତା

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୨.୦୫ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୯୮.୩୬ ଟଙ୍କା ରହିଛି । କୋଲକାତା ଲିଟର ପିଛା ୯୨.୧୬ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୩.୮୪ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୨.୫୭ ଟଙ୍କା ରହିଛି ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୨.୬୧ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୮୯.୭୫ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୮୫.୪୫ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୮୭.୪୯ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୯.୮୩ ଟଙ୍କା ଦରରେ ବିକ୍ରି ହେଉଛି ।

ଅଧିକ ପଢ଼ନ୍ତୁ:-ଭାରତରେ କୋରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କଲା WHO, କହିଲା...

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।