• ଉତ୍ତରାଞ୍ଚଳ DIGଙ୍କ ନିକଟରେ KKBN କ୍ୟାଡର ମାଓବାଦୀ ଆଇତୁ କୋର୍ସାର ଆତ୍ମସମର୍ପଣ
  • କେନ୍ଦ୍ରାପଡ଼ା ରସାବଳୀକୁ ଜି.ଆଇ ଟ୍ୟାଗ ଦାବି କଲେ ୩ BJD ସାଂସଦ
  • କେନ୍ଦ୍ରାପଡ଼ା: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା
  • ଦେଶରେ ଦିନକରେ ୪୧ ହଜାର ୮୩୧ ଜଣ କୋରୋନାରେ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୪୧ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୧ ହଜାର ୬୪୯ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୪୩୭ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ଜାପାନରେ ଅଗଷ୍ଟ ୩୧ ଯାଏଁ ଜରୁରୀ ପରିସ୍ଥିତି
  • କୋରୋନା ସଂକ୍ରମଣକୁ ଦେଖି ଘୋଷଣା କଲେ ସରକାର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: Today Petrol-Diesel Rate 16 June 2021: ଗୁରୁବାର ତୈଳ ଦର ଅପରିବର୍ତ୍ତିତ ରହିଥିବାବେଳେ ଆଜି ପୁଣି ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ରେ ଘଟିଛି । ଅନ୍ତର୍ଜାତୀୟ ବଜାରରେ ତୈଳ ଦରରେ ବୃଦ୍ଧିର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ମୁମ୍ୱାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଭୋପାଳ, ଜୟପୁର ସମେତ ଦେଶର ଅନେକ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିସାରିଛି । ସେପଟେ ରାଜସ୍ଥାନରେ ପେଟ୍ରୋଲ ଓ ଡିଜେଲ ଶହେ ଟଙ୍କା ଅତିକ୍ରମ କରିସାରିଛି । ଆଜି ଅର୍ଥାତ ଶୁକ୍ରବାର ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ରେ ବୃଦ୍ଧ ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ତୈଳ ଦର ମଧ୍ୟ ବୃଦ୍ଧି ଘଟିଛି ।  

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର! ମିଳିବ ଏହି ଲାଭ

ତୈଳ କମ୍ପାନୀଗୁଡିକ ଶୁକ୍ରବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୨୭ ପଇସା, ୨୬ ପଇସା, ୨୬ ପଇସା, ୩୩ ପଇସା ଓ  ୨୦ ପଇସା ବୃଦ୍ଧି କରିଛନ୍ତି । ସେହିପରି ଦିଲ୍ଲୀ, ମୁମ୍ବାଇ,  କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ଡିଜେଲର ମୂଲ୍ୟ ଯଥାକ୍ରମେ ୨୮ ପଇସା, ୩୦ ପଇସା, ୨୯ ପଇସା, ୩୬ ପଇସା ଏବଂ ୨୪ ପଇସା ବୃଦ୍ଧି ପାଇଛି । 

ଅଧିକ ପଢ଼ନ୍ତୁ:-ସ୍ୱାସ୍ଥ୍ୟ ବିଭାଗର ଚିନ୍ତା, Delta plus ଭାରିଏଣ୍ଟ ଯୋଗୁଁ କୋରୋନାର ତୃତୀୟ ଲହର ହୋଇପାରେ ମାରାତ୍ମକ

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬.୯୩ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୩.୦୮ ଟଙ୍କା ରହିଛି । କୋଲକାତା ଲିଟର ପିଛା ୯୬.୮୪ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୮.୨୪ ଟଙ୍କା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୭.୫୬ ଟଙ୍କା ରହିଛି ।  ସେହିପରି ହାଇଦ୍ରାବାଦରେ ଲିଟର ପିଛା ପେଟ୍ରୋଲ ମୂଲ୍ୟ ୧୦୦.୮୯ ଟଙ୍କା ରହିଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୦.୧୭ ଦରରେ ବିକ୍ରି  ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୩.୭୧ ଟଙ୍କା ଦରରେ ବିକ୍ରି ହେଉଛି ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୭.୬୯ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୫.୧୪ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୦.୫୪ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୨.୪୦ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୯୫.୪୩ ଟଙ୍କା ଦରରେ ବିକ୍ରି ହେଉଛି ।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନାର ତାଣ୍ଡବ ଜାରି: ଦିନକରେ ଚିହ୍ନଟ ହେଲା ଏତିକି ସଂକ୍ରମିତ, ୨୩୩୦ ସଂକ୍ରମିତଙ୍କ ମୃତ୍ୟୁ

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।