ସାଧାରଣ ଲୋକଙ୍କୁ କେବେ ମିଳିବ ମହଙ୍ଗା ପେଟ୍ରୋଲ-ଡିଜେଲରୁ ରିହାତି, ଜାଣନ୍ତୁ ଆପଣଙ୍କ ସହରରେ କେତେ ବଢ଼ିଛି ଦାମ୍
Advertisement

ସାଧାରଣ ଲୋକଙ୍କୁ କେବେ ମିଳିବ ମହଙ୍ଗା ପେଟ୍ରୋଲ-ଡିଜେଲରୁ ରିହାତି, ଜାଣନ୍ତୁ ଆପଣଙ୍କ ସହରରେ କେତେ ବଢ଼ିଛି ଦାମ୍

ବିଶେଷଜ୍ଞମାନେ କହିଛନ୍ତି ଯେ, ଭାରତରେ ପେଟ୍ରୋଲ ଓ ଡିଜେଲର ବେସିକ ମୂଲ୍ୟ ୩୩ ଟଙ୍କା ପାଖାପାଖି ରହିଛି । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଲଗାଯାଇଥିବା ଟିକସ ପରେ ଏହା ୧୦୦ ଟଙ୍କାରୁ ଅଧିକ ହୋଇଯାଏ ।

ସାଧାରଣ ଲୋକଙ୍କୁ କେବେ ମିଳିବ ମହଙ୍ଗା ପେଟ୍ରୋଲ-ଡିଜେଲରୁ ରିହାତି, ଜାଣନ୍ତୁ ଆପଣଙ୍କ ସହରରେ କେତେ ବଢ଼ିଛି ଦାମ୍

ନୂଆଦିଲ୍ଲୀ: Today Petrol-Diesel Rate May 18th 2021: ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକା ଓ ୟୁରୋପର ଅନେକ ଦେଶରେ କୋରୋନା ସଂକ୍ରମଣର ଟେନସନ ଦୂର ହେଉଛି । ସେଠାରେ, ଧୀରେ ଧୀରେ ସାଧାରଣ ଲୋକଙ୍କୁ ବୁଲିବାରେ ଅନୁମତି ମିଳିବାରେ ଲାଗିଛି । ସେଥିପାଇଁ ଅଶୋଧିତ ତୈଳର ଚାହିଦା ଆହୁରି ବଢିପାରେ ବୋଲି ମନେ କରାଯାଉଛି । ଯାହାର ପ୍ରଭାବ ମୂଲ୍ୟ ଉପରେ ଦୃଶ୍ୟମାନ ହେଉଛି । ଏହି କାରଣରୁ ଘରୋଇ ବଜାରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଦେଶର ଅନେକ ସହରରେ ପେଟ୍ରୋଲ ଦର ୧୦୦ ପାର କରିସାରିଛି । ଆଜି (ମଙ୍ଗଳବାର) ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି । ମଙ୍ଗଳବାର ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ରେ ବୃଦ୍ଧି ଘଟିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ତୈଳ ଦର ମଧ୍ୟ ବୃଦ୍ଧି ଘଟିଛି । 

ଅଧିକ ପଢ଼ନ୍ତୁ:-ନିଜ ସରକାରକୁ ହିଁ ଟାର୍ଗେଟ କଲେ BJP ବିଧାୟକ, କହିଲେ-ଯଦି ମୁଁ କହିବି ତ ମୋ ଉପରେ ଦେଶଦ୍ରୋହ...

ତୈଳ କମ୍ପାନୀଗୁଡିକ ମଙ୍ଗଳବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୨୭ ପଇସା, ୨୬ ପଇସା, ୨୫ ପଇସା, ୩୮ ପଇସା ଓ ୪୫ ପଇସା ବୃଦ୍ଧି କରିଛନ୍ତି । ସେହିପରି ଦିଲ୍ଲୀ, ମୁମ୍ବାଇ,  କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ଡିଜେଲର ମୂଲ୍ୟ ଯଥାକ୍ରମେ ୨୯ ପଇସା, ୩୦ ପଇସା, ୨୯ ପଇସା, ୪୧ ପଇସା ଏବଂ ୪୯ ପଇସା ବୃଦ୍ଧି ପାଇଛି । 

ଅଧିକ ପଢ଼ନ୍ତୁ:-ଦେଶରେ ପ୍ରଥମ ଥର ପାଇଁ ଦିନକରେ ରେକର୍ଡ ସଂଖ୍ୟକ ସଂକ୍ରମିତଙ୍କ ମୃତ୍ୟୁ

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୨.୮୫ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୯୯.୧୪ ଟଙ୍କା ରହିଛି । କୋଲକାତା ଲିଟର ପିଛା ୯୨.୯୨ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୪.୬୯ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୩.୫୬ ଟଙ୍କା ରହିଛି ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୩.୫୧ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୦.୭୧ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୮୬.୩୫ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୮୮.୪୮ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୯୦.୯୮ ଟଙ୍କା ଦରରେ ବିକ୍ରି ହେଉଛି ।

ଅଧିକ ପଢ଼ନ୍ତୁ:-RBI କୋଟି କୋଟି ଗ୍ରାହକଙ୍କୁ କଲା ସତର୍କ! ମେ ୨୩ରେ ଅନଲାଇନରେ ଟଙ୍କା ଟ୍ରାନ୍ସଫର କରିବା ପୂର୍ବରୁ ଜାଣି ନିଅନ୍ତୁ ଏହି କଥା

ସାଧାରଣ ଲୋକଙ୍କୁ ବର୍ତ୍ତମାନ କେବେ ମିଳିବ ଆଶ୍ୱସ୍ତି?

ବିଶେଷଜ୍ଞମାନେ କହିଛନ୍ତି ଯେ, ଭାରତରେ ପେଟ୍ରୋଲ ଓ ଡିଜେଲର ବେସିକ ମୂଲ୍ୟ ୩୩ ଟଙ୍କା ପାଖାପାଖି ରହିଛି । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଲଗାଯାଇଥିବା ଟିକସ ପରେ ଏହା ୧୦୦ ଟଙ୍କାରୁ ଅଧିକ ହୋଇଯାଏ ।

କେନ୍ଦ୍ର ସରକାର ୩୩ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ଆଦାୟ କରୁଛନ୍ତି । ଏହା ବ୍ୟତୀତ ରାଜ୍ୟ ସରକାରମାନେ ନିଜେ ଭ୍ୟାଟ୍ ଓ ସେସ୍ ଆଦାୟ କରନ୍ତି, ଯାହା ପରେ ପେଟ୍ରୋଲ-ଡିଜେଲର ମୂଲ୍ୟ ମୂଳ ମୂଲ୍ୟଠାରୁ  ୩ ଗୁଣ ବଢ଼ିଥାଏ । ଏଭଳି ପରିସ୍ଥିତିରେ ଟିକସ ଛାଡ ନକରି ପେଟ୍ରୋଲର ମୂଲ୍ୟ ହ୍ରାସ କରିବା ସମ୍ଭବ ନୁହେଁ ।

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।