ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୭୮.୮୫ ଟଙ୍କା ସ୍ତରରେ ପହଞ୍ଚିଛି । ଏହା ହେଉଛି ଡିଜେଲର ସର୍ବାଧିକ ମୂଲ୍ୟ । ଏହାପୂର୍ବରୁ ୧୬ ଅକ୍ଟୋବର ୨୦୧୮ରେ ଡିଜେଲର ମୂଲ୍ୟ ଲିଟର ପିଛା ୭୫.୬୯ ଟଙ୍କାରେ ପହଞ୍ଚିଥିଲା ।
Trending Photos
)
ନୂଆଦିଲ୍ଲୀ: କ୍ରମାଗତ ଦେଶରେ ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି ପାଇବାରେ ଲାଗିଛି । ଆଜି(ସୋମବାର) ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇଛି । ଏହା ସହିତ ତୈଳ ମାର୍କେଟିଂ କମ୍ପାନୀଗୁଡିକ କ୍ରମାଗତ ୧୬ ଦିନ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ସୋମବାର ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲରେ ୩୩ ପଇସା ଓ ଡିଜେଲ ମୂଲ୍ୟରେ ୫୮ ପଇସା ବୃଦ୍ଧି ଘଟିଛି । ଏହିପରି ଗତ ୧୬ ଦିନ ମଧ୍ୟରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮.୫୫ ଟଙ୍କା ଓ ଡିଜେଲର ମୂଲ୍ୟ ଲିଟର ପିଛା ୯.୨୧ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଆଜି ଲିଟର ପିଛା ୭୯.୫୬ ଟଙ୍କାରେ ପହଞ୍ଚିଛି। ସେହିପରି ପେଟ୍ରୋଲର ମୂଲ୍ୟ ଲିଟର ପିଛା ପାଖାପାଖି ୮୦ ଟଙ୍କାରେ ପହଞ୍ଚିଛି । ଯାହାକି ୧୯ ମାସର ସର୍ବୋଚ୍ଚ ସ୍ତର ଅଟେ ।
ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୭୮.୮୫ ଟଙ୍କା ସ୍ତରରେ ପହଞ୍ଚିଛି । ଏହା ହେଉଛି ଡିଜେଲର ସର୍ବାଧିକ ମୂଲ୍ୟ । ଏହାପୂର୍ବରୁ ୧୬ ଅକ୍ଟୋବର ୨୦୧୮ରେ ଡିଜେଲର ମୂଲ୍ୟ ଲିଟର ପିଛା ୭୫.୬୯ ଟଙ୍କାରେ ପହଞ୍ଚିଥିଲା । ଏଥି ସହିତ ୪ ଅକ୍ଟୋବର ୨୦୧୮ରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୪ ଟଙ୍କା ସ୍ତରରେ ପହଞ୍ଚିଥିଲା ।
ଅନ୍ୟପକ୍ଷେ ତୈଳ କମ୍ପାନୀଗୁଡିକ ରବିବାର ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୩୨ ପଇସା, ୩୨ ପଇସା, ୨୭ ପଇସା ଏବଂ ୩୪ ପଇସା ବୃଦ୍ଧି କରିଛନ୍ତି । ଫଳରେ ଆଜି ମୁମ୍ବାଇରେ ଲିଟର ପିଛା ୮୬.୩୬ ଟଙ୍କା ରହିଛି । କୋଲକାତା ଲିଟର ପିଛା ୮୧.୨୭ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୨.୮୭ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୮୦.୧୩ ଟଙ୍କା ରହିଛି ।
ସେହିପରି ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ଡିଜେଲର ମୂଲ୍ୟ ଯଥାକ୍ରମେ ୫୫ ପଇସା, ୫୩ ପଇସା, ୫୦ ପଇସା ଏବଂ ଭୁବନଶ୍ୱରରେ ୫୭ ପଇସା ବୃଦ୍ଧି ପାଇଛି । ଫଳରେ ଡିଜେଲ ଲିଟର ପିଛା ମୁମ୍ବାଇରେ ୭୭.୨୪ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୭୪.୧୪ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୭୬.୩୦ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୭୭.୦୪ ଟଙ୍କା ଦରରେ ବିକ୍ରି ହେଉଛି ।