ସାଧାରଣ ଜନତାଙ୍କୁ ଝଟକା: ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍
Advertisement

ସାଧାରଣ ଜନତାଙ୍କୁ ଝଟକା: ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ଅନ୍ୟପକ୍ଷେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ-ଡିଜେଲ ଦରରେ ମଧ୍ୟ ବୃଦ୍ଧି ରେକର୍ଡ  କରାଯାଇଛି । 

ସାଧାରଣ ଜନତାଙ୍କୁ ଝଟକା: ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ:  Today Petrol-Diesel Rate 26 January 2021: ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ବିଗତ କିଛି ଦିନ ଧରି ଦେଶରେ ଲଗାତର ତୈଳ ଦରରେ ବୃଦ୍ଧି ଘଟିବାରେ ଲାଗିଛି । ଯାହା ପରେ ପେଟ୍ରୋଲ ଦର ୧୦୦ ଟଙ୍କା ପାଖାପାଖି ପହଞ୍ଚିସାରିଛି । ଆଜି ଅର୍ଥାତ ମଙ୍ଗଳବାର ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ରେ ବୃଦ୍ଧି ଘଟିଛି । ଅନ୍ୟପକ୍ଷେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ-ଡିଜେଲ ଦରରେ ମଧ୍ୟ ବୃଦ୍ଧି ରେକର୍ଡ  କରାଯାଇଛି । 

ଅଧିକ ପଢ଼ନ୍ତୁ:-ଅମ୍ୱାନୀ ପରି କୋଟିପତି ମହାମାରୀରେ ହୋଇଛନ୍ତି ଅଧିକ ଧନୀ, ଗରିବ କିନ୍ତୁ ହେଲା ଆହୁରି ଗରିବ: Oxfam

ତୈଳ କମ୍ପାନୀଗୁଡିକ ମଙ୍ଗଳବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୩୫ ପଇସା, ୩୪ ପଇସା, ୩୪ ପଇସା,  ୩୧ ପଇସା ଏବଂ ୧୮ ପଇସା ବୃଦ୍ଧି କରିଛନ୍ତି । ସେହିପରି ଦିଲ୍ଲୀ, ମୁମ୍ବାଇ, କୋଲକାତା , ଚେନ୍ନାଇରେ ଏବଂ ଭୁବନେଶ୍ୱରରେ ଡିଜେଲର ମୂଲ୍ୟ ଯଥାକ୍ରମେ ୩୫ ପଇସା, ୩୭ ପଇସା, ୩୫ ପଇସା, ୩୩ ପଇସା ଓ ୨୨ ପଇସା ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ମିଳିବ ବର୍ଦ୍ଧତ ମହଙ୍ଗା ଭତ୍ତା!

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୮୬.୦୫ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୯୨.୬୨ ଟଙ୍କା ରହିଛି । କୋଲକାତା ଲିଟର ପିଛା ୮୭.୪୫ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୮.୬୦ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୮୬.୫୬ ଟଙ୍କା ରହିଛି ।

ଅଧିକ ପଢ଼ନ୍ତୁ:-ଭାରତରେ ଶତକ ମୁହାଁ ପେଟ୍ରୋଲ ଦର, କିନ୍ତୁ ପାକିସ୍ତାନରେ କାହିଁକି ଏତେ ଶସ୍ତା?

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୭୬.୨୩ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୮୩.୦୩ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୭୯.୮୩ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୮୧.୪୭ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୨.୯୦ ଟଙ୍କା ଦରରେ ବିକ୍ରି ହେଉଛି ।

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।