ରାଜଧାନୀରେ ପୁଣି ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟରେ କୌଣସି ବୃଦ୍ଧି କରିନାହାଁନ୍ତି । କିନ୍ତୁ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦରରେ ୫୭ ପଇସାର ବୃଦ୍ଧି ଘଟିଛି । 

ରାଜଧାନୀରେ ପୁଣି ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ସମେତ ଭାରତରେ କୋରୋନା ସଙ୍କଟ ଜାରି ରହିଛି । ଏହି ସମୟରେ ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟିବାରେ ଲାଗିଛି । ଅନ୍ୟପଟେ ଭାରତର ଘରୋଇ ବଜାରରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ । ଆଜି ଅର୍ଥାତ ଶନିବାର ଦିଲ୍ଲୀ ସମେତ ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର(Petrol-Diesel Rate)ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଅନ୍ୟପକ୍ଷେ ଆଜି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ-ଡିଜେଲ(Petrol-Diesel) ଦରରେ ବୃଦ୍ଧି ରେକର୍ଡ କରାଯାଇଛି ।  

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲର ମୂଲ୍ୟରେ କୌଣସି ବୃଦ୍ଧି କରିନାହାଁନ୍ତି । କିନ୍ତୁ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦରରେ ୫୭ ପଇସାର ବୃଦ୍ଧି ଘଟିଛି । ସେପଟେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ମଧ୍ୟ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । କିନ୍ତୁ ଭୁବନେଶ୍ୱରରେ ଡିଜେଲ ମୂଲ୍ୟରେ ୫୬ ପଇସାର ବୃଦ୍ଧି ଦେଖାଦେଇଛି । 

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୮୦.୪୩ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୮୭.୧୯ ଟଙ୍କା ରହିଛି । କୋଲକାତା ଲିଟର ପିଛା ୮୨.୦୫ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୩.୬୩ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୮୧.୪୯ ଟଙ୍କା ରହିଛି ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୭୩.୫୬ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୮୦.୧୧ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୭୭.୦୬ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୭୮.୮୬ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୦.୪୮ ଟଙ୍କା ଦରରେ ବିକ୍ରି ହେଉଛି ।