• ଆଜି ବିଜ୍ଞାନ ଓ ବାଣିଜ୍ୟ ଦ୍ଵାଦଶ ଶ୍ରେଣୀ ଫଳାଫଳ
  • orissaresults.nic.in ରେ ମିଳିବ ରେଜଲ୍ଟ
  • ଭୁବନେଶ୍ବରରେ ଶତ ପ୍ରତିଶତ କୋଭିଡ ଟିକାକରଣ: BMC
  • ପୁରୀରେ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୯୩ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୧ ହଜାର ୬୪୯ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ଆଜି ୧,୫୭୮ କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଆଜି ଅପରାହ୍‌ଣ ୩ଟା ୩୦ରେ SRC ପ୍ରଦୀପ ଜେନାଙ୍କ ପ୍ରେସ୍ ବିବୃତି
  • ଘୋଷଣା ହୋଇପାରେ ଅଗଷ୍ଟ ମାସର କୋଭିଡ୍ ଗାଇଡଲାଇନ୍
  • ସାର ସଙ୍କଟ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖିଲେ CM ନବୀନ

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ପାଇଁ ଦାୟୀ କିଏ? ଉତ୍ତର ରଖିଲେ ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ରବିବାର ବିପିସିଏଲ କୋଚି ରିଫାଇନାରୀରେ ପେଟ୍ରୋକେମିକାଲ୍ ପାର୍କର ଉଦଘାଟନ କରିଛନ୍ତି । ଏହି ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ପାଇଁ ଦାୟୀ କିଏ? ଉତ୍ତର ରଖିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ତୈଳ ଉତ୍ପାଦନକାରୀ ଦେଶକୁ କୃତ୍ରିମ ରୂପରେ ମୂଲ୍ୟରେ ବୃଦ୍ଧି ପାଇଁ ଦାୟୀ କରିଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ପେଟ୍ରୋଲ ଓ ଡିଜେଲ (Petrol-Diesel Price) ର ଖୁଚୁରା ମୂଲ୍ୟ ସର୍ବକଳୀନ ଉଚ୍ଚସ୍ତରରେ ରହିଛି । ସେପଟେ ଇନ୍ଧନ ମୂଲ୍ୟ ବୃଦ୍ଧି ନେଇ ବିରୋଧୀ ଦଳ ମୋଦି ସରକାର (Modi Govt) ଙ୍କୁ ଟାର୍ଗେଟ କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଅଶୋଧିତ ତୈଳ ମହଙ୍ଗା ହୋଇଥିବାରୁ ମୂଲ୍ୟକୁ ନେଇ ଆମେ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛୁ । ଅନ୍ୟପଟେ କଂଗ୍ରେସ (Congress) ସମେତ ଅନ୍ୟ ବିରୋଧୀ ଦଳ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ସମାଲୋଚନା କରିଛନ୍ତି ଏବଂ ଏହା ଉପରୁ ଟିକସ ତୁରନ୍ତ ହ୍ରାସ କରିବାକୁ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ:-ପିଏମ ମୋଦି କାହିଁକି ବଢାଇଛନ୍ତି ଦାଢ଼ି, କାରଣ କହିଲେ ୟୁପିର ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ରବିବାର ବିପିସିଏଲ କୋଚି ରିଫାଇନାରୀରେ ପେଟ୍ରୋକେମିକାଲ୍ ପାର୍କର ଉଦଘାଟନ କରିଛନ୍ତି । ଏହି ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, କୋଭିଡ-19 ଲକଡାଉନ ଯୋଗୁଁ ସାରା ବିଶ୍ୱରେ ପେଟ୍ରୋଲିୟମ ଦ୍ରବ୍ୟର ଚାହିଦା ହ୍ରାସ ପାଇଛି ଏବଂ ପେଟ୍ରୋଲିୟମ ଉତ୍ପାଦନକାରୀଙ୍କୁ ଉତ୍ପାଦନ ହ୍ରାସ କରିବାକୁ ପଡିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଅର୍ଥବ୍ୟବସ୍ଥା ପୁଣି ଟ୍ରାକକୁ ଫେରୁଛି ଓ ଭାରତ ପ୍ରାୟ କୋଭିଡ-19 ର ପୂର୍ବ ସ୍ଥିତିରେ ଫେରି ଆସିଛି । ତଥାପି ତେଲ ଉତ୍ପାଦନକାରୀମାନେ ଉତ୍ପାଦନ ବୃଦ୍ଧି କରିନାହାଁନ୍ତି ।

ଅଧିକ ପଢ଼ନ୍ତୁ:-ପୁଣି ଆତଙ୍କ ସୃଷ୍ଟି କଲାଣି ନୂଆ କୋରୋନା ଭୂତାଣୁ, ଏହି ଦେଶର ସବୁଠାରୁ ବଡ଼ ସହରରେ ଲାଗିଲା ଲକଡାଉନ

ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ଦୁଃଖିତ ଯେ ତୈଳ ଉତ୍ପାଦନକାରୀ ଦେଶ ଉପଭୋକ୍ତା ଦେଶର ସ୍ୱାର୍ଥ ବିଷୟରେ ଚିନ୍ତା କରୁନାହାଁନ୍ତି । ସେମାନେ କୃତ୍ରିମ ମୂଲ୍ୟ ନିର୍ଧାରଣ ପ୍ରଣାଳୀ ସୃଷ୍ଟି କରିଛନ୍ତି । ଏହା ଉପଭୋକ୍ତା ଦେଶ ପାଇଁ ଅସୁବିଧା ସୃଷ୍ଟି କରୁଛି । ମନ୍ତ୍ରୀ କହିଛନ୍ତି ଯେ ଯଦିଓ ତୈଳ ଉତ୍ପାଦନକାରୀ ଦେଶ ଉତ୍ପାଦନ ବୃଦ୍ଧି ବିଷୟରେ କିଛି ସକାରାତ୍ମକ କଥା କହିଛନ୍ତି ।

ଅଧିକ ପଢ଼ନ୍ତୁ:-ପିଏମ କିସାନ ସମ୍ମାନ ନିଧି: ଏହି କାଗଜ ବିନା ମିଳିବ ନାହିଁ ୬୦୦୦ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ସେପଟେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ସଂସଦରେ କହିଥିଲେ ଯେ, ବର୍ତ୍ତମାନ ପେଟ୍ରୋଲିୟମ ଉତ୍ପାଦ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବାର କୌଣସି ବିଚାର କରିନାହିଁ । ବିଶ୍ୱ ବଜାରରେ କୋରୋନା ସଙ୍କଟ ପରେ ପ୍ରଥମ ଥର ପାଇଁ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୬୧ ଡଲାରକୁ ବୃଦ୍ଧି ପାଇଛି । ଭାରତକୁ ପେଟ୍ରୋଲିୟମ ଇନ୍ଧନର ଆବଶ୍ୟକତା ପାଇଁ ୮୦ ପ୍ରତିଶତ  ଆମଦାନୀ ଉପରେ ନିର୍ଭର କରିବାକୁ ପଡିଥାଏ । କେନ୍ଦ୍ର ପେଟ୍ରୋଲ ଉପରେ ଲିଟର ପିଛା ୩୨.୯ ଟଙ୍କା ଓ ଡିଜେଲ ଉପରେ ଲିଟର ପିଛା ୩୧.୮୦ ଟଙ୍କା ଉତ୍ପାଦନ ଶୁଳ୍କ ଆଦାୟ କରୁଛି ।