ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ
Advertisement

ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।

ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ: Today Petrol-Diesel Rate 12 December 2021:  ଆଜି (ରବିବାର) ଅର୍ଥାତ ଡିସେମ୍ୱର ୧୧ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଦେଇଛନ୍ତି । ଆଜି ମଧ୍ୟ ତୈଳ ଦର (Fuel Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ଘରୋଇ ବଜାରରେ ଲଗାତର ୩୯ ଦିନ ହେବ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ ରବିବାର ଦିଲ୍ଲୀରେ ପେଟ୍ରୋଲ ୯୫.୪୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି । ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଜାରି ରହିଛି । କିନ୍ତୁ ଏହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳୁନାହିଁ ।

ସୂଚନାଯୋଗ୍ୟ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ଆଦାୟ କରୁଛନ୍ତି । ଏହା ବ୍ୟତୀତ ମାଲ ପରିବହନ, ଡିଲର ଚାର୍ଜ ଏବଂ ଡିଲର କମିଶନ ମଧ୍ୟ ଏହାର ମୂଲ୍ୟରେ ଅନ୍ତର୍ଭୁକ୍ତ ଥାଏ । ପେଟ୍ରୋଲ ଓ ଡିଜେଲର ମୂଳ ମୂଲ୍ୟରେ ଏସବୁ ଯୋଡିବା ପରେ ଖୁଚୁରା ମୂଲ୍ୟ ସାମ୍ନାକୁ ଆସେ । ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ବା ଏକ୍ସାଇଜ୍ ଡ୍ୟୁଟି ଆଦାୟ କରନ୍ତି ଯାହା ସମଗ୍ର ଦେଶରେ ସମାନ ଅଟେ । ରାଜ୍ୟ ସରକାର ଭ୍ୟାଟ୍ ଆଦାୟ କରନ୍ତି । ରାଜ୍ୟଗୁଡ଼ିକରେ ଅଲଗା ଅଲଗା ଭ୍ୟାଟ୍ କାରଣରୁ ବିଭିନ୍ନ ରାଜ୍ୟ ଓ ସହରରେ  ପେଟ୍ରୋଲ ଓ ଡିଜେଲର ଭିନ୍ନ ଦର ରହିଥାଏ ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୫.୪୧ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୯.୯୮ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୪.୬୭ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୧.୫୨ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧.୮୧ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୦.୫୮ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୭.୨୧ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୦୫.୯୦ ଓ ତିଭେନ୍ଦ୍ରମରେ ୧୦୬.୦୪ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପେଟ୍ରୋଲ ୯୫.୧୪ ଟଙ୍କା ଦରରେ ବିକ୍ରି ହେଉଛି । ଗୁରୁଗ୍ରାମରେ ପେଟ୍ରୋଲ ୯୫.୪୮ ଟଙ୍କା ଓ ନୋଏଡାରେ ପେଟ୍ରୋଲ ୯୫.୭୩ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ଚଣ୍ଡିଗଡ଼ରେ ପେଟ୍ରୋଲ ୯୪.୨୩ ଓ ହାଇଦ୍ରାବାଦରେ ୧୦୮.୨୦ ଟଙ୍କା ରହିଛି ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୬.୬୭ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୧୪ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୮୯.୭୯ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୧.୫୪ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୯୧.୬୨ ଟଙ୍କା ଦରରେ ବିକ୍ରି ହେଉଛି । 

ଜାଣନ୍ତୁ ଆପଣଙ୍କ ସହରର ରେଟ୍

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।

ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୩୦୬ ସଂକ୍ରମିତ

ଏହା ବି ପଢ଼ନ୍ତୁ:-୨୦୦ ମହିଳାଙ୍କୁ କୁରାଢ଼ିରେ ହତ୍ୟା କରିଛି ଏହି ପୋଲିସ କର୍ମୀ, ଅପରାଧ ବିଷୟରେ ଜାଣିଲେ ଟାଙ୍କୁରୀ ଉଠିବ ଲୋମ

ଏହା ବି ପଢ଼ନ୍ତୁ:-କିସମିସ ଓ ମହୁର ଆଶ୍ଚର୍ଯ୍ୟଜନକ ଲାଭ: ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଏହି ସମୟରେ କରନ୍ତୁ ସେବନ