ଆଜି ପୁଣି ପେଟ୍ରୋଲ ଦରରେ ବୃଦ୍ଧି, କିନ୍ତୁ ଶସ୍ତା ହେଲା ଡିଜେଲ
Advertisement

ଆଜି ପୁଣି ପେଟ୍ରୋଲ ଦରରେ ବୃଦ୍ଧି, କିନ୍ତୁ ଶସ୍ତା ହେଲା ଡିଜେଲ

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।

ଆଜି ପୁଣି ପେଟ୍ରୋଲ ଦରରେ ବୃଦ୍ଧି, କିନ୍ତୁ ଶସ୍ତା ହେଲା ଡିଜେଲ

ନୂଆଦିଲ୍ଲୀ: Today Petrol-Diesel Rate 12th July 2021: ଆଜି (ସୋମବାର) ଦେଶରେ ପେଟ୍ରୋଲ ଦର ପୁଣି ଥରେ ବୃଦ୍ଧି ପାଇଛି । ସେପଟେ ଡିଜେଲ ଦରରେ ହ୍ରାସ ରେକର୍ଡ କରାଯାଇଛି । ସାରା ଦେଶରେ ତୈଳ ଦରରେ ଲଗାତର ବୃଦ୍ଧି ରେକର୍ଡ କରାଯାଉଛି । ତୈଳ କମ୍ପାନୀଗୁଡିକ କ୍ରମାଗତ ତୈଳ ଦର ବୃଦ୍ଧି କରୁଛନ୍ତି । ଯାହା ଫଳରେ ଦେଶରରେ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ମୁମ୍ୱାଇ, ଦିଲ୍ଲୀ, ଚେନ୍ନାଇ, କୋଲରକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ପାଟନା, ତିଭେନ୍ଦ୍ରମ୍, ଜୟପୁର ଓ ଭୋପାଳ ପରି ଦେଶର ପ୍ରାୟ ସବୁ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିସାରିଛି । ଆଜି ଦେଶର ୪ଟି ମହାନଗରରେ ପେଟ୍ରୋଲ ଦର (Petrol Rate) ରେ ବୃଦ୍ଧ ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦରରେ ମଧ୍ୟ ବୃଦ୍ଧି ଘଟିଛି ।

ଅଧିକ ପଢ଼ନ୍ତୁ:-ବଜ୍ରପାତ ଘଟି ୫୪ ଜଣଙ୍କ ମୃତ୍ୟୁ, ୪୨ ଛେଳିଙ୍କ ଗଲା ଜୀବନ

ତୈଳ କମ୍ପାନୀଗୁଡିକ ସୋମବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୨୮ ପଇସା, ୨୭ ପଇସା, ୩୪ ପଇସା, ୨୫ ପଇସା ଏବଂ ୦୩ ପଇସା ବୃଦ୍ଧି କରିଛନ୍ତି । ସେପଟେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ଡିଜେଲ ଦରରେ ଯଥାକ୍ରମେ ୧୬ ପଇସା, ୧୭ ପଇସା, ୧୬ ପଇସା, ୧୭ ପଇସା ଓ ୪୨ ପଇସାର ହ୍ରାସ ଘଟିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୦୧.୧୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୭.୨୦ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୧.୩୫ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୧.୯୨ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୨.୦୧ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୪.୫୮ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୮.୫୬ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୦୩.୫୨ ଓ ତିଭେନ୍ଦ୍ରମରେ ୧୦୩.୪୨ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି ।

ଅଧିକ ପଢ଼ନ୍ତୁ:-ଚୀନ ନେଲା ଚଳିତ ବର୍ଷର ସବୁଠାରୁ ବଡ଼ ନିଷ୍ପତ୍ତି, କେବଳ ଭାରତ ନୁହେଁ ସମଗ୍ର ଦୁନିଆ ହେବ ପ୍ରଭାବିତ

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୭୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୭.୨୯ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୨.୮୧ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୪.୨୪ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୯୭.୭୮ ଟଙ୍କା ଦରରେ ବିକ୍ରି ହେଉଛି ।

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।