ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
X

ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।

ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: Today Petrol-Diesel Rate 14 September 2021: ଆଜି ଅର୍ଥାତ ସେପ୍ଟେମ୍ୱର ୧୪ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଦେଇଛନ୍ତି । ମଙ୍ଗଳବାର ଇନ୍ଧନ ମୂଲ୍ୟ (Fuel Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଲଗାତର ଦଶମ ଦିନ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ସ୍ଥିର ରହିଛି ।  ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ ସୋମବାର ଦିଲ୍ଲୀରେ ପେଟ୍ରୋଲ ୧୦୧.୧୯ ଟଙ୍କା ଓ ଡିଜେଲ ଲିଟର ପିଛା ୮୮.୬୨ ଟଙ୍କା ରହିଛି । ସେପଟ ଦେଶର ଅନ୍ୟ ସହରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ମଧ୍ୟ ଦେଖାଦେଇଛି ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଅନ୍ତର୍ଜାତୀୟ ସ୍ତରରେ ତୈଳ ମୂଲ୍ୟରେ ସୋମବାର ଦ୍ୱିତୀୟ ଅଧିବେଶନରେ ବୃଦ୍ଧି ପାଇଛି । ରିପୋର୍ଟରେ କୁହାଯାଇଛି ଯେ ବ୍ରେଣ୍ଟ କ୍ରୁଡ (Brent crude) ୩୩ ସେଣ୍ଟ (୦.୫ ପ୍ରତିଶତ) ବୃଦ୍ଧି ହୋଇ ୭୩.୨୫ ଡଲାର ପ୍ରତି ବ୍ୟାରେଲରେ ପହଞ୍ଚିଛି ଓ ୟୁଏସ ୱେଷ୍ଟ୍ ଟେକ୍ସାସ ଇଣ୍ଟରମିଡିଏଟ୍ (WTI) ଅଶୋଧିତ ତୈଳ ମଧ୍ୟ ୩୨ ସେଣ୍ଟ (୦.୫ ପ୍ରତିଶତ) ବୃଦ୍ଧି ପାଇ ୭୦.୦୪ ଡଲାରରେ ପହଞ୍ଚିଛି ।

ତୈଳ ମାର୍କେଟିଂ କମ୍ପାନୀଗୁଡିକ (Oil marketing companies) ଗତ ୧୫ ଦିନରେ ଅନ୍ତର୍ଜାତୀୟ ବଜାରରେ ବେଞ୍ଚମାର୍କ ଇନ୍ଧନର ହାରାହାରି ମୂଲ୍ୟ ଓ ବୈଦେଶିକ ମୁଦ୍ରା ମୂଲ୍ୟ ଉପରେ ଆଧାର କରି ପ୍ରତିଦିନ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସଂଶୋଧନ କରନ୍ତି ।

ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଅଗଷ୍ଟରେ ଇନ୍ଧନର ଚାହିଦା ତୀବ୍ର ବୃଦ୍ଧି ଦେଖାଯାଇଛି । କୌତୁହଳର ବିଷୟ ଏହା ଯେ ଅଧିକ ମୂଲ୍ୟ ହେତୁ ଦେଶରେ ପେଟ୍ରୋଲ ବିକ୍ରି ଉପରେ ପ୍ରଭାବ ପକାଇ ନାହିଁ । ବାସ୍ତବରେ ପେଟ୍ରୋଲର ଚାହିଦା ବୃଦ୍ଧି ପାଇଛି ଓ ଏହି ଆର୍ଥିକ ବର୍ଷରେ ଏହା ଏକ ରେକର୍ଡ ଉଚ୍ଚରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ତେବେ ପେଟ୍ରୋଲ ତୁଳନାରେ ଡିଜେଲର ଚାହିଦା କିଛି ମାତ୍ରାରେ ହ୍ରାସ ପାଇଛି ।

୧୯ଟି ରାଜ୍ୟରେ ୧୦୦ ପାର କରିଛି ପେଟ୍ରୋଲ

ଦେଶର ଅତି କମରେ ୧୯ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି । ଯେଉଁଥିରେ ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ହରିୟାଣା, ଜମ୍ମୁ କଶ୍ମୀର, ଓଡିଶା, ଲଦାଖ, ବିହାର, କେରଳ, ପଞ୍ଜାବ, ସିକ୍କିମ ଏବଂ ନାଗାଲାଣ୍ଡ ଅନ୍ତର୍ଭୁକ୍ତ ରହିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୦୧.୧୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୭.୨୬ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୧.୬୨ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୮.୯୬ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୨.୦୪ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୪.୭୦ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୮.୧୪ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୦୩.୭୯ ଓ ତିଭେନ୍ଦ୍ରମରେ ୧୦୩.୨୨ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୮.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୬.୧୯ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୧.୭୧ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୩.୨୬ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୯୬.୬୧ ଟଙ୍କା ଦରରେ ବିକ୍ରି ହେଉଛି ।

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।

ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର ମିଳିବ ଖୁସି ଖବର! ୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ପୁଣି ବଢ଼ିଛି ଆଶା, ଏବେ ପିଏମ ମୋଦି ନେବେ ନିଷ୍ପତ୍ତି

ଅଧିକ ପଢ଼ନ୍ତୁ:-ପ୍ରତିଦିନ ସକାଳେ ଉଠି ଗରମ ପାଣିରେ ଏହା ମିଶାଇ ପିଇଲେ ମିଳିଥାଏ ଜବରଦସ୍ତ ଲାଭ

ଅଧିକ ପଢ଼ନ୍ତୁ:-IS କୁ ନେଇ ଚେତାବନୀ ଜାରି କଲା ଋଷ, ଏହି ୨ ଦେଶ ସହ ଲାଗିଥିବା ଆଫଗାନିସ୍ତାନ ସୀମାରେ ଅଛନ୍ତି ୧୦ ହଜାରରୁ ଉର୍ଦ୍ଧ୍ୱ IS ଆତଙ୍କୀ

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ୧୧ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା, ମିଳିବ ୨ ମାସର ବକେୟା ରାଶି

Trending news