ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍
X

ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।

ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ନୂଆଦିଲ୍ଲୀ: Today Petrol-Diesel Rate 15 September 2021: ଆଜି ଅର୍ଥାତ ସେପ୍ଟେମ୍ୱର ୧୫ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଦେଇଛନ୍ତି । ବୁଧବାର ଇନ୍ଧନ ମୂଲ୍ୟ (Fuel Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଲଗାତର ଏକାଦଶ ଦିନ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ସ୍ଥିର ରହିଛି ।  ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ ବୁଧବାର ଦିଲ୍ଲୀରେ ପେଟ୍ରୋଲ ୧୦୧.୧୯ ଟଙ୍କା ଓ ଡିଜେଲ ଲିଟର ପିଛା ୮୮.୬୨ ଟଙ୍କା ରହିଛି । ସେପଟ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୦୧.୧୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୭.୨୬ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୧.୬୨ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୮.୯୬ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୨.୧୪ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୪.୭୦ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୮.୫୪ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୦୩.୯୦ ଓ ତିଭେନ୍ଦ୍ରମରେ ୧୦୩.୫୦ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୮.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୬.୧୯ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୧.୭୧ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୩.୨୬ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୯୬.୭୧ ଟଙ୍କା ଦରରେ ବିକ୍ରି ହେଉଛି ।

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।

ଅଧିକ ପଢ଼ନ୍ତୁ:-ନାଭିରେ ତେଲ ଲଗାଇବା ଦ୍ୱାରା ମିଳିଥାଏ ଜବରଦସ୍ତ ଲାଭ, ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ବହୁତ ଲାଭଦାୟକ

ଅଧିକ ପଢ଼ନ୍ତୁ:-ଏଣିକି ଭଏସ୍ ମାଧ୍ୟମରେ କରିହେବ ଆର୍ଥିକ ନେଣଦେଣ, ଖୁଚୁରା ପେମେଣ୍ଟ ପାଇଁ ପ୍ରଥମ ପରୀକ୍ଷା ସଫଳ

ଅଧିକ ପଢ଼ନ୍ତୁ:-ଋଷ ସହିତ ଆରମ୍ଭ ହୋଇପାରେ ଯୁଦ୍ଧ, ଏହି ପଡୋଶୀ ଦେଶର ରାଷ୍ଟ୍ରପତି ଦେଲେ ବଡ଼ ବୟାନ

Trending news