ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ
Advertisement

ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ତୈଳ ମାର୍କେଟିଂ କମ୍ପାନୀଗୁଡିକ (Oil marketing companies) ଗତ ୧୫ ଦିନରେ ଅନ୍ତର୍ଜାତୀୟ ବଜାରରେ ବେଞ୍ଚମାର୍କ ଇନ୍ଧନର ହାରାହାରି ମୂଲ୍ୟ ଓ ବୈଦେଶିକ ମୁଦ୍ରା ମୂଲ୍ୟ ଉପରେ ଆଧାର କରି ପ୍ରତିଦିନ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସଂଶୋଧନ କରନ୍ତି ।

ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ: Today Petrol-Diesel Rate 19 September 2021: ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ (Crude Oil Price) ରେ ବୃଦ୍ଧି ରେକର୍ଡ କରାଯାଇଛି । ସେପଟେ ଭାରତର ଘରୋଇ ବଜାରରେ ଇନ୍ଧନ ମୂଲ୍ୟ ସ୍ଥିର ରହିଛି । ଆଜି ଅର୍ଥାତ ସେପ୍ଟେମ୍ୱର ୧୯ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଦେଇଛନ୍ତି । ରବିବାର ଇନ୍ଧନ ମୂଲ୍ୟ (Fuel Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଲଗାତର ୧୪ ଦିନ ହେବ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ସ୍ଥିର ରହିଛି । ଶେଷ ଥର ପାଇଁ ସେପ୍ଟେମ୍ୱର ୫ରେ ତୈଳ ଦରରେ ପରିବର୍ତ୍ତନ ଘଟିଥିଲା ।  ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ ରବିବାର ଦିଲ୍ଲୀରେ ପେଟ୍ରୋଲ ୧୦୧.୧୯ ଟଙ୍କା ଓ ଡିଜେଲ ଲିଟର ପିଛା ୮୮.୬୨ ଟଙ୍କା ରହିଛି । ସେପଟ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି ।

ତୈଳ ମାର୍କେଟିଂ କମ୍ପାନୀଗୁଡିକ (Oil marketing companies) ଗତ ୧୫ ଦିନରେ ଅନ୍ତର୍ଜାତୀୟ ବଜାରରେ ବେଞ୍ଚମାର୍କ ଇନ୍ଧନର ହାରାହାରି ମୂଲ୍ୟ ଓ ବୈଦେଶିକ ମୁଦ୍ରା ମୂଲ୍ୟ ଉପରେ ଆଧାର କରି ପ୍ରତିଦିନ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସଂଶୋଧନ କରନ୍ତି ।

୧୯ଟି ରାଜ୍ୟରେ ୧୦୦ ପାର କରିଛି ପେଟ୍ରୋଲ

ଦେଶର ଅତି କମରେ ୧୯ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି । ଯେଉଁଥିରେ ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ହରିୟାଣା, ଜମ୍ମୁ କଶ୍ମୀର, ଓଡିଶା, ଲଦାଖ, ବିହାର, କେରଳ, ପଞ୍ଜାବ, ସିକ୍କିମ ଏବଂ ନାଗାଲାଣ୍ଡ ଅନ୍ତର୍ଭୁକ୍ତ ରହିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୦୧.୧୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୭.୨୬ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୧.୬୨ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୮.୯୬ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧.୮୭ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୪.୭୦ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୮.୩୭ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୦୩.୯୪ ଓ ତିଭେନ୍ଦ୍ରମରେ ୧୦୩.୪୨ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୮.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୬.୧୯ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୧.୭୧ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୩.୩୫ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୯୬.୪୫ ଟଙ୍କା ଦରରେ ବିକ୍ରି ହେଉଛି ।

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।

ଅଧିକ ପଢ଼ନ୍ତୁ:-କ'ଣ ଆପଣ ମଧ୍ୟ ମହିଳାଙ୍କୁ ସ୍ୱପ୍ନରେ ଏପରି କାର୍ଯ୍ୟ କରୁଥିବାର ଦେଖନ୍ତି? ତେବେ ଏହା ଶୁଭ ସଙ୍କେତ

ଅଧିକ ପଢ଼ନ୍ତୁ:-ଫ୍ରାନ୍ସ ହେଲା କଠୋର, ଏହି କାରଣରୁ ଆମେରିକା ଓ ଅଷ୍ଟ୍ରେଲିଆରୁ ଫେରାଇ ନେଲା ନିଜ ରାଜଦୂତ

ଅଧିକ ପଢ଼ନ୍ତୁ:-ତାଲିବାନକୁ ନେଇ ବହୁତ ବଡ଼ ନିଷ୍ପତ୍ତି ନେଲା ଋଷ

ଅଧିକ ପଢ଼ନ୍ତୁ:-ଅକ୍ଟୋବର ୧ରୁ ଲାଗୁ ହେବ ଆପଣଙ୍କ ଦରମା ଓ ଛୁଟି ସହ ଜଡ଼ିତ ନୂଆ ନିୟମ! ଜାଣନ୍ତୁ କ'ଣ ପଡ଼ିବ ପ୍ରଭାବ...