ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
Advertisement

ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।

ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: Today Petrol-Diesel Rate 20 July 2021: ଆମେରିକା ଯୋଗୁଁ ଅଶୋଧିତ ତୈଳ ବଜାର (Crude Oil) ର ସେଣ୍ଟିମେଣ୍ଟ ପୁଣି ଥରେ ପ୍ରଭାବିତ ହୋଇଛି । ସେଠାରେ କୋଭିଡ -19 ର ଡେଲଟା ଭାରିଆଣ୍ଟ  (Delta Variant of Covid-19) ର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କାରଣରୁ ଗତକାଲି  ଅର୍ଥାତ ସୋମବାର WTI ଅଶୋଧିତ ୭.୬୩ ପ୍ରତିଶତ ହ୍ରାସ ପାଇ ୬୬.୩୩ ଡଲାରରେ ପହଞ୍ଚିଥିଲା । ଅନ୍ୟପକ୍ଷରେ, ରବିବାର ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ଓପେକ ପ୍ଲସ  (OPEC+ Countries) ଦେଶ ରାଜି ହୋଇଥିଲେ । ତେବେ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତ ତିନି ଦିନ ଧରି ଉଭୟ ଇନ୍ଧନର ମୂଲ୍ୟ ସ୍ଥିର ରହିଛି । ଏହାପୂର୍ବରୁ ଉଭୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଥିଲା ।

ଅଧିକ ପଢ଼ନ୍ତୁ:-ଏପରି ମହିଳାମାନେ ନିଜ ସ୍ୱାମୀଙ୍କ ପାଇଁ ଖୋଲନ୍ତି ଭାଗ୍ୟର ଦ୍ୱାର

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୦୧.୮୪ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୭.୮୩ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୨.୦୮ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୫୮ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୨.୬୬ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୫.୨୫ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୮.୮୫ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୦୪.୩୯  ଓ ତିଭେନ୍ଦ୍ରମରେ ୧୦୩.୮୨ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି ।

ଅଧିକ ପଢ଼ନ୍ତୁ:-ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ମିଳିବ ଏସବୁ ଲାଭ

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୮୭ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୭.୪୫ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୩.୦୨ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୪.୩୯ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୯୭.୯୫ ଟଙ୍କା ଦରରେ ବିକ୍ରି ହେଉଛି ।

ଏହି ୧୭ଟି ରାଜ୍ୟରେ ପେଟ୍ରୋଲ ୧୦୦ ପାର କରିଛି 

ଦେଶର ସମସ୍ତ ମହାନଗରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୦ରୁ ଅଧିକ ରହିଛି । ପେଟ୍ରୋଲ ୧୦୦ ପାର କରିଥିବା ୧୭ଟି ରାଜ୍ୟ ମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ, ଜାମ୍ମୁ କାଶ୍ମୀର, ଓଡିଶା, କେରଳ, ବିହାର, ପଞ୍ଜାବ, ଲଦାଖ, ସିକ୍କିମ, ଦିଲ୍ଲୀ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗ ସାମିଲ ରହିଛି । ଅଧିକାରୀ କହିଛନ୍ତି ଯେ ଯଦି ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ମଜଭୁତ ହେବା ଜାରି ରହେ ତେବେ ଇନ୍ଧନ ମୂଲ୍ୟ ଆହୁରି ବଢିପାରେ ।

ଅଧିକ ପଢ଼ନ୍ତୁ:-ଯିବାର ଥିଲା ୟୁପିର ହମିରପୁର, କିନ୍ତୁ ପହଞ୍ଚିଗଲେ ହିମାଚଳର ହମିରପୁରରେ...

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।