ଆଜି ଅର୍ଥାତ ଗୁରୁବାର ଦିଲ୍ଲୀ ସମେତ ଦେଶର ୩ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଅନ୍ୟପକ୍ଷେ କୋଲକାତାରେ ପେଟ୍ରୋଲ-ଡିଜେଲ ଦରରେ ୧.୧ ଟଙ୍କାର ବୃଦ୍ଧି ଦେଖା ଦେଇଛି ।
Trending Photos
)
ନୂଆଦିଲ୍ଲୀ: ଦେଶରେ ବିଗତ ୨ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ତୈଳ ଦରରେ କୌଣସି ପରିବର୍ତ୍ତନ ଆସି ନାହିଁ । ଅର୍ଥାତ ପେଟ୍ରୋଲ-ଡିଜେଲ ଦର ସ୍ଥିର ରହିଛି । ଆଜି ଅର୍ଥାତ ଗୁରୁବାର ଦିଲ୍ଲୀ ସମେତ ଦେଶର ୩ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଅନ୍ୟପକ୍ଷେ କୋଲକାତାରେ ପେଟ୍ରୋଲ-ଡିଜେଲ ଦରରେ ୧.୧ ଟଙ୍କାର ବୃଦ୍ଧି ଦେଖା ଦେଇଛି ।
ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୬୯.୫୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୭୫.୩୦ ଟଙ୍କା ରହିଛି । ସେହିପରି କୋଲକାତାରେ ଲିଟର ପିଛା ୭୩.୩୦ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୨.୨୮ ଟଙ୍କା ରହିଛି । ଅନ୍ୟପକ୍ଷେ ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୬୮.୫୮ ଟଙ୍କା ରହିଛି ।
ଅନ୍ୟପଟେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୬୨.୨୯ ଟଙ୍କା ରହିଛି। ମୁମ୍ବାଇରେ ଡିଜେଲ ଲିଟର ପିଛା ୬୫.୨୧ ଟଙ୍କା ବିକ୍ରି ହେଉଛି । ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୬୫.୬୨ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୬୫.୭୧ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୬୬.୭୦ ଟଙ୍କା ଦରରେ ବିକ୍ରି ହେଉଛି ।