ଦେଶସାରା କୋରୋନା ଲକ୍ ଡାଉନ୍ ଯୋଗୁଁ ପେଟ୍ରୋଲ-ଡିଜେଲ ଦରରେ ସ୍ଥିରତା ଜାରି ରହିଛି । ମଙ୍ଗଳବାର ଅର୍ଥାତ ଏପ୍ରିଲ ୭ରେ ଦିଲ୍ଲୀରେ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ଆସି ନାହିଁ ।
Trending Photos
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଖସୁଛି ଅଶୋଧିତ ତୈଳ ଦର । କିନ୍ତୁ ଏହାର ପ୍ରଭାବ ଘରୋଇ ବଜାର ଅର୍ଥାତ ଭାରତରେ କୌଣସି ପ୍ରଭାବ ପଡୁନାହିଁ । ବିଗତ ୨୦ ଦିନରୁ ଉର୍ଦ୍ଧ୍ଁୱ ହେବ ପେଟ୍ରୋଲ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଆସିନାହିଁ । ସୋମବାର ଅଶୋଧିତ ତୈଳରେ ହ୍ରାସ ରେକର୍ଡ କରାଯାଇଥିଲା । ଗତକାଲି ଅଶୋଧିତ ତୈଳ ବା କ୍ରୁଡ ଅୟଲରେ ୩.୯୨ ପ୍ରତିଶତ ବା ୧.୧୧ ଡଲାର ହ୍ରାସ ସହ ୨୭.୨୪ ଡଲାର ପ୍ରତି ବ୍ୟାରେଲ ପହଞ୍ଚିଥିଲା । ଅନ୍ୟପକ୍ଷେ ଭାରତରେ ଏହାର କୌଣସି ପ୍ରଭାବ ପଡୁନାହିଁ । କୋରୋନା ଭାଇରସ୍ ବା କୋଭିଡ-19 ପାଇଁ ସାରା ଦେଶରେ ୨୧ ପାଇଁ ଲକ୍ ଡାଉନ୍ ଜାରି ରହିଛି ।
ଦେଶସାରା କୋରୋନା ଲକ୍ ଡାଉନ୍ ଯୋଗୁଁ ପେଟ୍ରୋଲ-ଡିଜେଲ ଦରରେ ସ୍ଥିରତା ଜାରି ରହିଛି । ମଙ୍ଗଳବାର ଅର୍ଥାତ ଏପ୍ରିଲ ୭ରେ ଦିଲ୍ଲୀରେ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ଆସି ନାହିଁ । ଆଜି ଦିଲ୍ଲୀରେ ଲିଟର ପିଛା ୬୯.୫୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୭୬.୩୧ ଟଙ୍କା ରହିଛି । ସେହିପରି କୋଲକାତାରେ ଲିଟର ପିଛା ୭୩.୩୦ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୨.୨୮ ଟଙ୍କା ରହିଛି । ଅନ୍ୟପକ୍ଷେ ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୬୮.୫୮ ଟଙ୍କା ରହିଛି ।
ଅନ୍ୟପଟେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୬୨.୨୯ ଟଙ୍କା ରହିଛି। ମୁମ୍ବାଇରେ ଡିଜେଲ ଲିଟର ପିଛା ୬୬.୨୧ ଟଙ୍କା ବିକ୍ରି ହେଉଛି । ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୬୫.୬୨ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୬୫.୭୧ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୬୬.୭୦ ଟଙ୍କା ଦରରେ ବିକ୍ରି ହେଉଛି ।