କମିବ ପେଟ୍ରୋଲ-ଡିଜେଲର ଦାମ୍! ତୈଳ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ପିଏମ ମୋଦି
X

କମିବ ପେଟ୍ରୋଲ-ଡିଜେଲର ଦାମ୍! ତୈଳ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ପିଏମ ମୋଦି

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରମୁଖ ତୈଳ ଓ ଗ୍ୟାସ କମ୍ପାନୀର ସିଇଓମାନଙ୍କ ସହ ଏକ ବୈଠକ କରିଛନ୍ତି ।

 

କମିବ ପେଟ୍ରୋଲ-ଡିଜେଲର ଦାମ୍! ତୈଳ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ପିଏମ ମୋଦି

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ବୁଧବାର ବିଶ୍ୱର ପ୍ରମୁଖ ତୈଳ ଓ ଗ୍ୟାସ କମ୍ପାନୀର ସିଇଓମାନଙ୍କ ସହ ଏକ ବୈଠକ କରିଛନ୍ତି । ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ, ରୋଜନେଫ୍ଟ (ଋଷ ) ସଭାପତି ତଥା ସିଇଓ ଡକ୍ଟର ଇଗୋର ସେଚିନ୍ ଓ ସାଉଦି ଆରାମକୋ ଚେୟାରମ୍ୟାନ୍ ତଥା ସିଇଓ ଅମିନ ନାସିରଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ ।

ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଏକ ବୟାନରେ କହିଛି ଯେ ଏହା ହେଉଛି ଷଷ୍ଠ ବାର୍ଷିକ ପାରସ୍ପରିକ ବୈଠକ, ଯାହା 2016 ରେ ଆରମ୍ଭ ହୋଇଥିଲା । ଏଥିରେ ତୈଳ ଓ ଗ୍ୟାସ କ୍ଷେତ୍ରର ବିଶ୍ୱସ୍ତରୀୟ ନେତାମାନେ ଅଛନ୍ତି, ଯେଉଁମାନେ ଏହି କ୍ଷେତ୍ରର ପ୍ରମୁଖ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରନ୍ତି ଓ ଭାରତ ସହ ସହଯୋଗ ଓ ନିବେଶର ସମ୍ଭାବ୍ୟ କ୍ଷେତ୍ରଗୁଡିକ ଅନୁସନ୍ଧାନ କରନ୍ତି ।

ଏହା ବି ପଢ଼ନ୍ତୁ: କୋହଲିଙ୍କ ପରେ ଏହି ଖେଳାଳି ହେବେ ଟିମ ଇଣ୍ଡିଆର ନୂତନ ଅଧିନାୟକ; T20 ବିଶ୍ୱକପ ପରେ ହେବ ଘୋଷଣା

ଆପଣଙ୍କୁ କହି ରଖୁଛୁ ଯେ ପେଟ୍ରୋଲ ଓ ଡିଜେଲର ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ରେକର୍ଡ ଭାଙ୍ଗିବା ଜାରି ରହିଛି । ଦେଶର ତିନୋଟି ତୈଳ ମାର୍କେଟିଂ କମ୍ପାନୀ HPCL, BPCL ଓ IOC ମଧ୍ୟ ବୁଧବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘୋଷଣା କରିଛି । 

ଏହା ବି ପଢ଼ନ୍ତୁ: ଡାକ୍ତରମାନେ କଲେ ଚମତ୍କାର; ଘୁଷୁରୀ କିଡ଼ନୀକୁ ମାନବ ଶରୀରରେ କଲେ ସଫଳ ପ୍ରତିରୋପଣ

ସେପ୍ଟେମ୍ୱର ୨୮ରେ ପେଟ୍ରୋଲ ୨୦ ପଇସା ବ୍ୟୟବହୁଳ ହୋଇଥିବାବେଳେ ଡିଜେଲ ମଧ୍ୟ ଲିଟର ପିଛା ୨୫ ପଇସା ମହଙ୍ଗା ହୋଇଥିଲା । ବାସ୍ତବରେ, ଗତ ମାସର ଶେଷ ଦିନରୁ ପେଟ୍ରୋଲ ଦର ବୃଦ୍ଧି ପାଇବାରେ ଲାଗିଥିଲା, ଆଜି ବି ଏହା ଜାରି ରହିଛି । ଆଜ୍ଞା ହଁ, ଏହା ମଧ୍ୟରେ କିଛି ଦିନ ପାଇଁ ମୂଲ୍ୟ ସ୍ଥିର ରହିଥିଲା । ଯାହା ହେଉ, ଏହି ସମୟରେ ଅଶୋଧିତ ତୈଳ ମୂଲ୍ୟ (Crude Oil Prices) ବ୍ୟାରେଲ ପିଛା ୮୫ ଡଲାରରୁ ଅଧିକ ରହିଛି । ସେଥିପାଇଁ ସମସ୍ତ ପେଟ୍ରୋଲିୟମ ଦ୍ରବ୍ୟ ମହଙ୍ଗା ହେଉଛି । ଯଦି ଆମେ ପେଟ୍ରୋଲର ମୂଲ୍ୟକୁ ଦେଖିବା, ତେବେ ଗତ ୧୭ ଦିନ ମଧ୍ୟରେ ଏହା ଲିଟର ପିଛା ୫ ଟଙ୍କା ମହଙ୍ଗା ହୋଇଛି ।

ଏହା ବି ପଢ଼ନ୍ତୁ: ବାଥରୁମରେ ଲୁଚି କାନ୍ଦିଥାନ୍ତି ଏହି ଦେଶର ରାଷ୍ଟ୍ରପତି, ସମର୍ଥକଙ୍କ ସାମ୍ନାରେ କଲେ ସ୍ୱୀକାର

ଏଠାରେ କହି ରଖୁଛୁ ଯେ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡ଼ିଶା, ଜମ୍ମୁ କଶ୍ମୀର ଏବଂ ଲଦାଖରେ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି । 

Trending news