Advertisement
Article Detail0/zeeodisha/odisha700131
Zee OdishaOdisha National-Internationalତୈଳଦରରେ ୧୭ ଦିନରେ ୮ ଟଙ୍କାରୁ ଊର୍ଦ୍ଧ୍ୱ ବୃଦ୍ଧି

ତୈଳଦରରେ ୧୭ ଦିନରେ ୮ ଟଙ୍କାରୁ ଊର୍ଦ୍ଧ୍ୱ ବୃଦ୍ଧି

କ୍ରମାଗତ ଭାବେ ବଢି ଚାଲିଛି ତୈଳଦର

ତୈଳଦରରେ ୧୭ ଦିନରେ ୮ ଟଙ୍କାରୁ ଊର୍ଦ୍ଧ୍ୱ ବୃଦ୍ଧି

ନୂଆଦିଲ୍ଲୀ:  ତୈଳ ଦରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସଂକଟ ସମୟରେ ମଧ୍ୟ ଦେଶର ସାଧାରଣ ନାଗରିକଙ୍କୁ ଦରବୋଝରୁ ମୁକ୍ତି ମିଳୁନାହିଁ। ତେବେ ଅନ୍ତର୍ଜାତୀୟ ତୈଳ ବଜାରରେ ଦରରେ ହ୍ରାସ ଘଟୁଥିବା ବେଳେ ଦେଶରେ କିନ୍ତୁ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ। ବିଗତ ୧୭ ଦିନ ମଧ୍ୟରେ ଦେଶରେ ତୈଳ ଦର ପାଖାପାଖି ୮ଟଙ୍କା ମହଙ୍ଗା ହୋଇ ସାରିଲାଣି। ଆଜି ପୁନର୍ବାର ତୈଳଦରରେ ବୃଦ୍ଧି ଘଟିଛି। ତୈଳ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଲିଟର ପିଛା ୨୦ ପଇସା ବୃଦ୍ଧି କରିଥିବା ବେଳେ ଡିଜେଲ ଦରରେ ମଧ୍ୟ ୫୫ ପଇସା ବୃଦ୍ଧି କରିଛନ୍ତି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ(petrol price) ଲିଟର ପିଛା ୭୯.୭୬ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। 

ସେହିପରି ଡିଜେଲ(Diesel Price) ଦରରେ ମଧ୍ୟର ବୃଦ୍ଧି ଘଟି ୭୯.୪୦ ଟଙ୍କାରେ ପହଞ୍ଚିଛି।  ମୁମ୍ବାଇରେ ପେଟ୍ରୋଲ ୮୬.୫୪ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ଦର ୭୭.୭୬ ଟଙ୍କା ରହିଛି।  ସେହିପରି କୋଲକାତାରେ ୮୧.୪୫ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଥିବା ବେଳେ ଡିଜେଲ ୭୫.୬୩ ଟଙ୍କା ରହିଛି।  ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ୮୩.୦୪ ଓ ଡିଜେଲ ୭୬.୭୭ ଟଙ୍କାରେ ବିକ୍ରି ହେଉଛି।  

ସୂଚନା ଯୋଗ୍ୟ ପ୍ରତ୍ୟେକଦିନ ସକାଳ ପ୍ରାୟ ୬ଟା ସମୟରେ ତୈଳ କମ୍ପାନୀ ଗୁଡ଼ିକ ତୈଳ ଦର ସମ୍ପର୍କରେ ସୂଚନା ଦେଇଥାନ୍ତି। ତେବେ ବିଭିନ୍ନ ରାଜ୍ୟର ଏକ୍ସସାଇଜ, ଡିଲର କମିଶନ ଭିନ୍ନ ଭିନ୍ନ ରହିଥିବାରୁ ବିଭିନ୍ନ ରାଜ୍ୟରେ ଭିନ୍ନ ଦର ହୋଇଥାଏ। 

Add Zee News as a Preferred Source
About the Author