Advertisement
Article Detail0/zeeodisha/odisha699397
Zee OdishaOdisha National-Internationalଲଗାତର ୧୫ ଦିନ ଧରି ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

ଲଗାତର ୧୫ ଦିନ ଧରି ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୭୮.୨୭ ଟଙ୍କା ସ୍ତରରେ ପହଞ୍ଚିଛି । ଏହା ହେଉଛି ଡିଜେଲର ସର୍ବାଧିକ ମୂଲ୍ୟ । ଏହାପୂର୍ବରୁ ୧୬ ଅକ୍ଟୋବର ୨୦୧୮ରେ ଡିଜେଲର ମୂଲ୍ୟ ଲିଟର ପିଛା ୭୫.୬୯ ଟଙ୍କାରେ ପହଞ୍ଚିଥିଲା । 

ଲଗାତର ୧୫ ଦିନ ଧରି ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: କ୍ରମାଗତ ଦେଶରେ ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ଅର୍ଥାତ ରବିବାର ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇଛି । ଏହା ସହିତ ତୈଳ ମାର୍କେଟିଂ କମ୍ପାନୀଗୁଡିକ କ୍ରମାଗତ ୧୫ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ରବିବାର ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲରେ ୩୫ ପଇସା ଓ ଡିଜେଲ ମୂଲ୍ୟରେ ୬୦ ପଇସା ବୃଦ୍ଧି ଘଟିଛି । ଏହିପରି ଗତ ୧୫ ଦିନ ମଧ୍ୟରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭.୯୭ ଟଙ୍କା ଓ ଡିଜେଲର ମୂଲ୍ୟ ଲିଟର ପିଛା ୮.୮୮ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ରବିବାର ଦିନ ଲିଟର ପିଛା ୭୯.୨୩ ଟଙ୍କାରେ ପହଞ୍ଚିଛି। ସେହିପରି ପେଟ୍ରୋଲର ମୂଲ୍ୟ ଲିଟର ପିଛା ପାଖାପାଖି ୮୦ ଟଙ୍କାରେ ପହଞ୍ଚିଛି । ଯାହାକି ୧୯ ମାସର ସର୍ବୋଚ୍ଚ ସ୍ତର ଅଟେ ।

ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୭୮.୨୭ ଟଙ୍କା ସ୍ତରରେ ପହଞ୍ଚିଛି । ଏହା ହେଉଛି ଡିଜେଲର ସର୍ବାଧିକ ମୂଲ୍ୟ । ଏହାପୂର୍ବରୁ ୧୬ ଅକ୍ଟୋବର ୨୦୧୮ରେ ଡିଜେଲର ମୂଲ୍ୟ ଲିଟର ପିଛା ୭୫.୬୯ ଟଙ୍କାରେ ପହଞ୍ଚିଥିଲା । ଏଥି ସହିତ ୪ ଅକ୍ଟୋବର ୨୦୧୮ରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୪ ଟଙ୍କା ସ୍ତରରେ ପହଞ୍ଚିଥିଲା ।

ଅନ୍ୟପକ୍ଷେ  ତୈଳ କମ୍ପାନୀଗୁଡିକ ରବିବାର ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୩୪ ପଇସା, ୩୩ ପଇସା, ୨୫ ପଇସା ଏବଂ ୫୧ ପଇସା ବୃଦ୍ଧି କରିଛନ୍ତି । ଫଳରେ ଆଜି ମୁମ୍ବାଇରେ ଲିଟର ପିଛା ୮୬.୦୪ ଟଙ୍କା ରହିଛି । କୋଲକାତା ଲିଟର ପିଛା ୮୦.୯୫ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୨.୫୮ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୯.୯୨ ଟଙ୍କା ରହିଛି ।

Add Zee News as a Preferred Source

ସେହିପରି ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ଡିଜେଲର ମୂଲ୍ୟ ଯଥାକ୍ରମେ  ୫୮ ପଇସା, ୫୪ ପଇସା, ୪୫ ପଇସା ଏବଂ ଭୁବନଶ୍ୱରରେ ୮୫ ପଇସା ବୃଦ୍ଧି ପାଇଛି । ଫଳରେ ଡିଜେଲ ଲିଟର ପିଛା ମୁମ୍ବାଇରେ ୭୬.୬୯ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୭୩.୬୧ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୭୫.୮୦ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୭୬.୫୯ ଟଙ୍କା ଦରରେ ବିକ୍ରି ହେଉଛି ।

About the Author