Advertisement
Article Detail0/zeeodisha/odisha695152
Zee OdishaOdisha National-Internationalଲଗାତାର ସପ୍ତମ ଦିନ ପାଇଁ ତୈଳ ଦର ବୃଦ୍ଧି

ଲଗାତାର ସପ୍ତମ ଦିନ ପାଇଁ ତୈଳ ଦର ବୃଦ୍ଧି

ପେଟ୍ରୋଲ ଏବଂ ଡିଜେଲ ଦରରେ ନିଆଁ ଲାଗିଯାଇଛି। କ୍ରମାଗତ ସପ୍ତମ ଦିନ ପାଇଁ ତୈଳଦରରେ ବୃଦ୍ଧି ଘଟିଛି.

ଲଗାତାର ସପ୍ତମ ଦିନ ପାଇଁ ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦରରେ ନିଆଁ ଲାଗିଯାଇଛି। କ୍ରମାଗତ ସପ୍ତମ ଦିନ ପାଇଁ ତୈଳଦରରେ ବୃଦ୍ଧି ଘଟିଛି. ତୈଳ କମ୍ପାନୀଗୁଡିକ ମଧ୍ୟ ଶନିବାର ମୂଲ୍ୟ ବୃଦ୍ଧି କରିଛନ୍ତି। ଯଦିଓ ଅଶୋଧିତ ତୈଳର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି | ଏହା ସତ୍ତ୍ୱେ ତୈଳ ଦର ଗତ ୭ ଜୁନରୁ ତୈଳ କମ୍ପାନୀଗୁଡିକ ଗ୍ରାହକଙ୍କ ଉପରେ ଦୈନିକ ମୂଲ୍ୟ ବୃଦ୍ଧି କରୁଛନ୍ତି | ଶନିବାର ଦିନ ଦର ବୃଦ୍ଧି ସହିତ ଦିଲ୍ଲୀରେ ପେଟ୍ରୋଲ ୭୫ ଅତିକ୍ରମ କରିଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ଶିବରାଜ ସିଂ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ ଟଙ୍କାର ଅତିରିକ୍ତ ଟିକସ ଲଗାଇଛନ୍ତି।

ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ମୂଲ୍ୟ ୫୯-୬୧ ପଇସା ଏବଂ ଡିଜେଲ ଦର ୫୦-୬୦ ପଇସା ବୃଦ୍ଧି କରାଯାଇଛି | ଗତ ୬ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୩.୯୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଛି। ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭୫ ଟଙ୍କା ଅତିକ୍ରମ କରିଛି। ଏଠାରେ ଏହା ୫୯ ପଇସା ବୃଦ୍ଧି ପାଇ ଲିଟର ପିଛା ୭୫.୧୬ ଟଙ୍କା ହୋଇଛି। ଏଥି ସହିତ ଡିଜେଲର ମୂଲ୍ୟ ୫୮ ପଇସା ବୃଦ୍ଧି ହୋଇ ଲିଟର ପିଛା ୭୩.୩୯ ଟଙ୍କା ହୋଇଛି।

ମୁମ୍ବାଇରେ ୮୨ରୁ ଅଧିକ
କୋଲକାତାରେ ପେଟ୍ରୋଲ ଶନିବାର ଲିଟର ପିଛା ୭୭.୦୫ ଟଙ୍କା ବିକ୍ରି ହେଉଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୬୯.୨୩ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥି ସହିତ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୨.୧୦ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୭୨.୦୩ ଟଙ୍କା ରହିଛି। ଏହା ବ୍ୟତୀତ ଚେନ୍ନାଇରେ ଡିଜେଲର ମୂଲ୍ୟ ଲିଟର ପିଛା ୭୧.୬୪ ଟଙ୍କା ଏବଂ ପେଟ୍ରୋଲ ଲିଟର ପିଛା ୭୮.୯୯ ଟଙ୍କା ରହିଛି।

Add Zee News as a Preferred Source

ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ମଧ୍ୟପ୍ରଦେଶ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଅତିରିକ୍ତ ଟିକସ ଲାଗୁ କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରେ ରାଜ୍ୟ ସରକାର ଲିଟର ପିଛା ଏକ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏହିପରି ପେଟ୍ରୋଲ ଏବଂ ଡିଜେଲ ଉପରେ ସରକାରଙ୍କ ସେସ୍ ବୃଦ୍ଧି, ପେଟ୍ରୋଲ ଲିଟର ପିଛା ୪.୫୦ ଟଙ୍କା ଏବଂ ଡିଜେଲ ୩ ଟଙ୍କାକୁ ବୃଦ୍ଧି ପାଇଛି। ସରକାରଙ୍କ ଏହି ପଦକ୍ଷେପ ସହିତ ପ୍ରତିବର୍ଷ ୫୨୭ କୋଟି ଟଙ୍କା ରାଜସ୍ୱ ଆକଳନ କରାଯାଉଛି।

ଅଧା ମୂଲ୍ୟରେ ଅଶୋଧିତ ତେଲ
କୋରୋନା ସଙ୍କଟ ସମୟରେ ଅଶୋଧିତ ତୈଳ ମୂଲ୍ୟ ୬୬ ପ୍ରତିଶତ ହ୍ରାସ ପାଇଛି, କିନ୍ତୁ ସାଧାରଣ ଲୋକଙ୍କୁ ଲାଭ ଦେବା ପରିବର୍ତ୍ତେ ସରକାର ପେଟ୍ରୋଲ ଉପରେ ୧୩ ଟଙ୍କା ଏବଂ ଡିଜେଲ ଉପରେ ୧୬ ଟଙ୍କା ବୃଦ୍ଧି କରିଛନ୍ତି। ଅନେକ ରାଜ୍ୟ ମିଳିତ ଭାବେ ଭାଟ୍ ବୃଦ୍ଧି କଲେ | ଯଦି ସରକାର ଟିକସ ବୃଦ୍ଧି ନକରନ୍ତି ତେବେ ପେଟ୍ରୋଲ ଏବଂ ଡିଜେଲ ଆଜି ୧୫ ରୁ ୨୦ ଟଙ୍କା ଶସ୍ତା ହୋଇଥାନ୍ତା

About the Author