ପେଟ୍ରୋଲ-ଡିଜେଲ ଉପରେ ମଧ୍ୟ ଅତିରିକ୍ତ ଟ୍ୟାକ୍ସ ଲଗାଇ ସରକାର ରାଜସ୍ୱ ବୃଦ୍ଧି କରୁଛନ୍ତି । ଏହି କ୍ରମରେ ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ ପରେ ଉତ୍ତରାଖଣ୍ଡ ସରକାର ମଦ ଉପରେ ଅତିରିକ୍ତ କର ଲଗାଇଛନ୍ତି । ଏହାସହ ପେଟ୍ରୋଲ-ଡିଜେଲ ଉପରେ ମଧ୍ୟ କର ବୃଦ୍ଧି କରିଛନ୍ତି ।
Trending Photos
)
ନୂଆଦିଲ୍ଲୀ: କୋରୋନା ଭାଇରସ ଯୋଗୁଁ ସାରା ବିଶ୍ୱ ସମେତ ଭାରତରେ ସଙ୍କଟ ଦେଖାଦେଇଛି । ଏହି ମହାମାରୀ ଭାଇରସର ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି । ଏହି ସମୟରେ ଦେଶର ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ପଡ଼ିଛି । ଯାହା ଫଳରେ ରାଜ୍ୟ ସରକାରଙ୍କୁ ମଦ ଦୋକାନ ଖୋଲିବାକୁ କେନ୍ଦ୍ର ଅନୁମତି ଦେଇଥିଲେ । ବର୍ତ୍ତମାନ ରାଜ୍ୟ ସରକାର ମଦ ଦୋକାନ ଖୋଲିବା ସହ ମଦ ଉପରେ ଅତିରିକ୍ତ କର ଲଗାଉଛନ୍ତି । ଫଳରେ ମଦ ପୂର୍ବାପେକ୍ଷା ମହଙ୍ଗା ହୋଇଯାଇଛି । ଏହାସହ ପେଟ୍ରୋଲ-ଡିଜେଲ ଉପରେ ମଧ୍ୟ ଅତିରିକ୍ତ ଟ୍ୟାକ୍ସ ଲଗାଇ ସରକାର ରାଜସ୍ୱ ବୃଦ୍ଧି କରୁଛନ୍ତି । ଏହି କ୍ରମରେ ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ ପରେ ଉତ୍ତରାଖଣ୍ଡ ସରକାର ମଦ ଉପରେ ଅତିରିକ୍ତ କର ଲଗାଇଛନ୍ତି । ଏହାସହ ପେଟ୍ରୋଲ-ଡିଜେଲ ଉପରେ ମଧ୍ୟ କର ବୃଦ୍ଧି କରିଛନ୍ତି ।
The state cabinet has decided to increase the price of petrol by Rs 2 & the price of diesel by Rs 1: Uttarakhand Minister Madan Kaushik (file pic) pic.twitter.com/RGczWOecT6
— ANI (@ANI) May 7, 2020
ଗୁରୁବାର ଉତ୍ତରାଖଣ୍ଡ କ୍ୟାବିନେଟର ଏକ ବୈଠକ ହୋଇଯାଇଛି । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସରକାର ମଦ ଦର ବୃଦ୍ଧି କରିଥିବାବେଳେ ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ବୃଦ୍ଧି କରିଛି । ସରକାରଙ୍କ ନିଷ୍ପତ୍ତି ପରେ ମଦ ମୂଲ୍ୟ ବୃଦ୍ଧି କରିବାକୁ ଏକ୍ସାଇଜ୍ ବିଭାଗ ନିଷ୍ପତ୍ତି ନେଇଛି । ଭାରତରେ ପ୍ରସ୍ତୁତ ଏପରି ବିଦେଶୀ ମଦ ୨୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ । ଆଉ ବିଦେଶୀ ମଦ ବୋତଲ ପିଛା ୪୭୫ ଟଙ୍କା ହେବ। ଦେଶୀ ମଦରେ ୨୦ ଟଙ୍କା ବୃଦ୍ଧି ପାଇଛି । ଏଥିରୁ ସରକାରଙ୍କୁ ୨୫୦ କୋଟି ଟଙ୍କାର ରାଜସ୍ୱ ଲାଭ ମିଳିବ । ଏଥିସହ ପେଟ୍ରୋଲର ମୂଲ୍ୟରେ ୨ ଟଙ୍କା ଓ ଡିଜେଲର ମୂଲ୍ୟ ୧ ଟଙ୍କା ବୃଦ୍ଧି କରାଯାଇଛି ।