ପେଟ୍ରୋଲ-ଡିଜେଲ ଦର: ଜାଣନ୍ତୁ ଆଜିର ରେଟ୍

 ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । 

ପେଟ୍ରୋଲ-ଡିଜେଲ ଦର: ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ବୈଶ୍ୱିକ ବଜାରରେ ତୈଳ ଦର ହ୍ରାସ ପାଉଥିବା ସତ୍ତ୍ୱେ ଭାରତରେ କମ୍ ହେଉ ନାହିଁ ପେଟ୍ରୋଲ-ଡିଜେଲ ଦର । ପ୍ରାୟ ଗୋଟିଏ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ହେବ ଦେଶର ପ୍ରମୁଖ ସହରର ତୈଳ ଦର ସ୍ଥିର ଥିବାର ନଜରକୁ ଆସିଛି । ଆଜି ଅର୍ଥାତ ଶନିବାର ଦେଶର ପେଟ୍ରୋଲ-ଡିଜେଲ ଦର ସ୍ଥିର ରହିବା ରହିଛି ଅର୍ଥାତ ପେଟ୍ରୋଲ-ଡିଜେଲ ଦରରେ କୌଣସି ପରିବର୍ତ୍ତନ ଆସିନାହିଁ । ଆଜି ଦେଶର ୪ ମହାନଗରରେ ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଅନ୍ୟପକ୍ଷେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । 

ଶନିବାର ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୬୯.୫୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୭୫.୩୦ ଟଙ୍କା ରହିଛି । କୋଲକାତା ଲିଟର ପିଛା ୭୨.୨୯ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୨.୨୮ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୬୮.୮୭ ଟଙ୍କା ରହିଛି ।

ସେହିପରି ଡିଜେଲରେ ମଧ୍ୟ କୌଣସି ପରିବର୍ତ୍ତନ ଦେଖା ଯାଇ ନାହିଁ । ଆଜି ଡିଜେଲ ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୬୨.୨୯ ଟଙ୍କା ରହିଛି। ଡିଜେଲ ଲିଟର ପିଛା ମୁମ୍ବାଇରେ ୬୫.୨୧ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୬୪.୬୨ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୬୫.୭୧ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୬୭ ଟଙ୍କା ଦରରେ ବିକ୍ରି ହେଉଛି ।

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ 6 ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।