ଆଜି ଅର୍ଥାତ ଶୁକ୍ରବାର ଦେଶର କିଛି ରାଜ୍ୟରେ ଭ୍ୟାଟ ବୃଦ୍ଧି ଯୋଗୁଁ ସେଠାରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି ଦେଖା ଦେଇଛି । ଅନ୍ୟପକ୍ଷେ ଦିଲ୍ଲୀ ସମେତ ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ରହିଛି ।
Trending Photos
)
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟିଛି । କିନ୍ତୁ ଘରୋଇ ବଜାରରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁ ନାହିଁ । କ୍ରମାଗତ ୨୦ ଦିନ ଧରି ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଆସି ନାହିଁ । ଅର୍ଥାତ ପେଟ୍ରୋଲ-ଡିଜେଲ ଦର ସ୍ଥିର ରହିଛି । ଆଜି ଅର୍ଥାତ ଶୁକ୍ରବାର ଦେଶର କିଛି ରାଜ୍ୟରେ ଭ୍ୟାଟ ବୃଦ୍ଧି ଯୋଗୁଁ ସେଠାରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି ଦେଖା ଦେଇଛି । ଅନ୍ୟପକ୍ଷେ ଦିଲ୍ଲୀ ସମେତ ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ରହିଛି ।
ଆଜି ଦେଶର ରାଜଧାନୀ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୬୯.୫୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୭୬.୩୧ ଟଙ୍କା ରହିଛି । ସେହିପରି କୋଲକାତାରେ ଲିଟର ପିଛା ୭୩.୩୦ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୨.୨୮ ଟଙ୍କା ରହିଛି । ଅନ୍ୟପକ୍ଷେ ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୬୮.୫୮ ଟଙ୍କା ରହିଛି ।
ଅନ୍ୟପଟେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୬୨.୨୯ ଟଙ୍କା ରହିଛି। ମୁମ୍ବାଇରେ ଡିଜେଲ ଲିଟର ପିଛା ୬୬.୨୧ ଟଙ୍କା ବିକ୍ରି ହେଉଛି । ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୬୫.୬୨ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୬୫.୭୧ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୬୬.୭୦ ଟଙ୍କା ଦରରେ ବିକ୍ରି ହେଉଛି ।
ଦେଶରେ ଚଳିତ ବର୍ଷ ଏପ୍ରିଲରୁ ବିଏସ-୬ ଇନ୍ଧନ ଆଦଦାନୀ ଆରମ୍ଭ ହୋଇଯାଇଛି । ତେଲ କମ୍ପାନୀଗୁଡିକ କହିଛନ୍ତି ଯେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ପରି ରାଜ୍ୟରେ ୧ ଏପ୍ରିଲରୁ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି । ଏହାର କାରଣ ଏହି ରାଜ୍ୟଗୁଡ଼ିକରେ ଭ୍ୟାଟ ବୃଦ୍ଧି କରାଯାଇଛି ।